www.samajalive.in
Monday, December 15, 2025
15.1 C
Bhubaneswar

ସବୁ ଦିନ ପାଇଁ ପୃଥିବୀ ଛାଡ଼ିଲା ‘ଆଦିତ୍ୟ ଏଲ-୧’

ବେଙ୍ଗାଲୁରୁ : ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନରେ ସେପ୍ଟେମ୍ବର ୨ରେ ଯାଇଥିବା ଆଦିତ୍ୟ ଏଲ୍‌ ୧ ସୋମବାର ରାତିରେ ପୃଥିବୀକୁ ସମ୍ପୂର୍ଣ୍ଣ ଭାବେ ବିଦାୟ ଜଣାଇଛି। ପୃଥିବୀର କକ୍ଷପଥକୁ ଅତିକ୍ରମ କରି ଏହା ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ସୂର୍ଯ୍ୟ ଅଭିମୁଖେ ୧୧୦ ଦିନିଆ ଯାତ୍ରା ଆରମ୍ଭ କରିଛି । ଅଭିଯାନର ଏହା ଏକ ମହତ୍ବପୂର୍ଣ୍ଣ ଅଧ୍ୟାୟ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ସକାଳ ସୁଦ୍ଧା ଏହା ପୃଥିବୀ ଓ ସୂର୍ଯ୍ୟ ମଧ୍ୟସ୍ଥ ଟ୍ରାନ୍ସ-ଲାଗ୍ରାଙ୍ଗିଆନ୍‌ ପଏଣ୍ଟ-୧ ବା ‘ଟିଏଲ-୧ ଆଇ’ ମଧ୍ୟ ଦେଇ ଗତି କରିବ ବୋଲି ଇସ୍ରୋ କହିଛି। ସୂଚନାଯୋଗ୍ୟ ଯେ ଆଦିତ୍ୟ ଏଲ୧ ଏହାର ଲକ୍ଷ୍ୟସ୍ଥଳ (ପଏଣ୍ଟ ଏଲ-୧)ରେ ପହଞ୍ଚିବ। ଏହି ସ୍ଥାନ ସୂର୍ଯ୍ୟଠାରୁ ମଧ୍ୟ ୧୪୮.୫ ନିୟୁତ କିଲୋମିଟର ଦୂର। ଏଠାରେ ସୂର୍ଯ୍ୟ ଓ ପୃଥିବୀର ମାଧ୍ୟାକର୍ଷଣ ଶକ୍ତିି ମଧ୍ୟରେ ଉପଯୁକ୍ତ ଭାରସାମ୍ୟ ରହିଥାଏ। ସେଠାରେ କୌଣସି ପରାଗର ପ୍ରଭାବ ନଥାଏ। ସେଥିପାଇଁ ଆଦିତ୍ୟ-ଏଲ ୧ ପାଇଁ ଏହି ଲକ୍ଷ୍ୟସ୍ଥଳ ନିର୍ଣ୍ଣୟ ହୋଇଛି। ଆଦିତ୍ୟ-ଏଲ୧ ଏକ ବୃହତ୍‌ ଆଣ୍ଡାକାର କକ୍ଷ ପଥରେ ରହି ସୂର୍ଯ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ। ସୌର ମଣ୍ଡଳର କାର୍ଯ୍ୟ ସହିତ ଅନ୍ୟ କୌଣସି ଗ୍ରହରେ ଜୀବନ ଧାରଣ ସମ୍ଭବ କି ନୁହେଁ ତାହା ଅନୁଧ୍ୟାନ କରିବ। ଏହି ମହାକାଶଯାନରେ ଭିଜିବୁଲ ଏମିସନ ଲାଇନ କୋରୋନଗ୍ରାଫ (ଭିଇଏଲସି) ନାମକ ଯନ୍ତ୍ରାଂଶ ରହିଛି; ଯାହା ସୂର୍ଯ୍ୟଙ୍କ ବର୍ଣ୍ଣାଳୀ ଲିପିବଦ୍ଧ (ସ୍ପୋ‌େକ୍ଟ୍ରାସ୍କୋପି) କରିବା ପୂର୍ବକ ଅଧିକ ତଥ୍ୟ ପ୍ରଦାନ କରିବ। ଏହା ଉପଗ୍ରହଗୁଡ଼ିକୁ ନଷ୍ଟ କରିଦେଉଥିବା ସୌର ଝଡ଼ ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରିବ। ମହାକାଶ ଯାନରେ ୭ଟି ପେଲୋଡ୍‌ ବା ଉପଗ୍ରହ ବୋର୍ଡ ସଂଯୁକ୍ତ ହୋଇଛି। ପୁନଶ୍ଚ ସୂର୍ଯ୍ୟର ଚାଲିଚଳଣି ଅନୁଧ୍ୟାନ ପାଇଁ ଏଥିରେ ଭିଇଏଲ୍‌ସି, ଏସ୍‌ୟୁଆଇଟି, ଏଏସ୍‌ପିଇଏକ୍ସ, ପିଏପିଏ ଭଳି ୭ଟି ଯନ୍ତ୍ର ଲଗାଯାଇଛି। ଏହା ସୂର୍ଯ୍ୟ ଚାରିପାଖ ମହାକାଶର ପାଣିପାଗ ବିଶ୍ଳେଷଣ ସହ ସୂର୍ଯ୍ୟର ରହସ୍ୟ ଭେଦ ଉଦ୍ୟମ କରିବ। ଏଥିସହ ସୂର୍ଯ୍ୟର ଫଟୋସ୍ଫିୟର, କ୍ରୋମୋସ୍ଫିୟର, କରୋନା ଭଳି ବିଭିନ୍ନ ବାହ୍ୟ ସ୍ତରକୁ ଅନୁଧ୍ୟାନ କରିବ। ପୃଥିବୀର ଜଳବାୟୁ ଉପରେ ସୌର ରଶ୍ମୀର ପ୍ରଭାବ ମଧ୍ୟ ଅନୁଶୀଳନ କରିବ। ଏହି ଅଭିଯାନ ଭାରତୀୟ ସୌର ପଦାର୍ଥ ବିଜ୍ଞାନୀଙ୍କୁ ଅଫୁରନ୍ତ ସୁଯୋଗ ପ୍ରଦାନ କରିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories