www.samajalive.in
Sunday, December 14, 2025
26.1 C
Bhubaneswar

ଆତଙ୍କବାଦୀର ପୋଡ଼ା ମୃତଦେହ ଜବତ

ପ୍ରଥମ ଥର ‘କୋବ୍ରା’ ବାହିନୀ ମୁତୟନ, ନକ୍ସଲ ଦମନ ଶୈଳୀରେ ଅଭିଯାନ

ଶ୍ରୀନଗର : ଅନନ୍ତନାଗରେ କ୍ରମାଗତ ୬ ଦିନ ଧରି ଆତଙ୍କବାଦୀ ସନ୍ଧାନ ଅଭିଯାନ ଅବ୍ୟାହତ ରହିଛି । ପ୍ରଥମ ଥର ଏଥିରେ ଡ୍ରୋନ୍‌, ହେଲିକପ୍ଟର ଓ ଆଇଇଡି ବ୍ୟବହାର ହୋଇଥିଲାବେଳେ ଏବେ ଷଷ୍ଠ ଦିନରେ ଆଉ ଏକ ପ୍ରଥମ ଘଟଣା ଭାବେ ଦକ୍ଷ ‘କୋବ୍ରା’ ବାହିନୀକୁ ମୁତୟନ କରାଯାଇଛି। ସେମାନଙ୍କୁ କୁପୱାଡ଼ାଠାରେ ମୁତୟନ କରାଯାଇଛି। ସିଆରପିଏଫ୍‌ ଅଧୀନ ସ୍ବତନ୍ତ୍ର ‘କମ୍ବାଟ ବାଟାଲିୟନ୍‌ ଫର ରିଜୋଲୁଟ୍‌ ଆକ୍ସନ୍‌’ ବା ‘କୋବ୍ରା’ ବାହିନୀର ଏହି ୟୁନିଟ୍‌ ପୂର୍ବରୁ ବିହାର ଓ ଝାଡ଼ଖଣ୍ଡରେ ମୁତୟନ ଥିଲେ। ଗତ ଏପ୍ରିଲରେ ସେମାନେ କାଶ୍ମୀର ପାଇଁ ସ୍ବତନ୍ତ୍ର ତାଲିମ ଶେଷ କରିଥିଲେ। ସେମାନେ ଏବେ ନକ୍ସଲ ଦମନ ଅଭିଯାନ ଶୈଳୀରେ ଆତଙ୍କବାଦୀ ନିପାତରେ ସାମିଲ ହେବେ। ଏହି ବାହିନୀ ପାହାଡ଼ ଜଙ୍ଗଲ ଗରିଲା ଯୁଦ୍ଧରେ ଧୁରନ୍ଧର।
ଅନନ୍ତନାଗ ଜିଲାର କୋକରନାଗ ଅନ୍ତର୍ଗତ ଗଡୋଲ ଜଙ୍ଗଲରେ ଆତଙ୍କବାଦୀମାନେ ଗୁମ୍ଫାରେ ରହିଲା ଭଳି ଆତ୍ମଗୋପନ କରିବା ସହ ନିରାପତ୍ତା ବାହିନୀ ଉପରେ ଛକି ଛକି ଆକ୍ରମଣ କରୁଛନ୍ତି। ସେମାନଙ୍କୁ ସମ୍ପୂର୍ଣ୍ଣ ସଫା କରିବା ପାଇଁ ନିରାପତ୍ତା ବାହିନୀ ଜୋର୍‌ଦାର ଅଭିଯାନ ଚଳାଇଛନ୍ତି। ରବିବାରଠାରୁ ପଡ଼ୋଶୀ ପୋସ୍‌ କ୍ରିରି ଅଞ୍ଚଳକୁ ଘେରା ମଧ୍ୟକୁ ଅଣାଯାଇଛି। ସୋମବାର ଜଙ୍ଗଲରୁ ଜଣେ ଆତଙ୍କବାଦୀର ଅଧାପୋଡ଼ା ମୃତଦେହ ଜବତ କରାଯାଇଛି। ପୋଷାକ ଓ ତା’ ନିକଟରେ ଥିବା ସାମଗ୍ରୀରୁ ସେ ଆତଙ୍କବାଦୀ ବୋଲି ସ୍ପଷ୍ଟ ହୋଇଥିବା ନିରାପତ୍ତା ବାହିନୀ ପକ୍ଷରୁ କୁହାଯାଇଛି। ଡ୍ରୋନ୍‌ ସୂଚନାନୁସାରେ ଆଉ ଜଣେ ଆତଙ୍କବାଦୀ ଆତ୍ମଗୋପନ କରିଛି। ତାକୁ ଧରିବା ପାଇଁ ଜୋର୍‌ଦାର ଗୁଳିଗୋଳା ବର୍ଷଣ ଚାଲିଛି। ଗତ ବୁଧବାରଠାରୁ ଆରମ୍ଭ ହୋଇଥିବା ‘ଅପରେସନ୍ ଫ୍ଲାସ୍‌ ଆଉଟ୍‌’ ଅଭିଯାନରେ ଦୁଇ ସେନାଧିକାରୀଙ୍କ ସହ ଦୁଇ ଯବାନ ଓ ଜଣେ ପୁଲିସ ଡିଏସ୍‌ପି ସହିଦ ହୋଇଛନ୍ତି। ଏତଦ୍‌ ବ୍ୟତୀତ ଶନିବାର ସୀମାନ୍ତରେ ଅନୁପ୍ରବେଶ ସମୟରେ ନିରାପତ୍ତା ବାହିନୀ ତିନି ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି।
ଏଭଳି ସ୍ଥିତି ସତ୍ତ୍ବେ ପାକିସ୍ତାନ ସେନା ପକ୍ଷରୁ ଅନୁପ୍ରବେଶକୁ ପ୍ରୋତ୍ସାହନ ଅବ୍ୟାହତ ରହିଛି। ଏହାକୁ ପ୍ରତିହତ କରିବା ପାଇଁ ତିନିଟି ଉପାୟ ଅବଲମ୍ବନ କରାଯାଉଛି। ଆଙ୍କବାଦୀଙ୍କ ପାଇଁ ପାକିସ୍ତାନ ସେନା ପ୍ରସ୍ତୁତ କରିଥିବା ଲଞ୍ଚ ପ୍ୟାଡଗୁଡ଼ିକ ଉପରେ ଆକ୍ରମଣ ସହିତ ଏହାକୁ ଧ୍ବଂସ କରାଯିବା, ପାକ୍‌ ଅଧିକୃତ କାଶ୍ମୀରର ଗିଲ୍‌ଗିଟ୍‌-ବଲ୍‌ଟିସ୍ତାନକୁ କାଶ୍ମୀର ସହ ମିଶ୍ରଣ ଓ ପାକିସ୍ତାନର ଅର୍ଥନୀତିକୁ ଆହୁରି ଦୁର୍ବଳ କରିବା ଉଦ୍ୟମ କରାଯାଉଥିବା ସୂଚନା ମିଳିଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories