ଶୁକ୍ରବାର ରାଶିଫଳ (୧୭.୦୩.୨୦୨୩)

ମେଷ :  କର୍ମକୁଶଳତା ଆପଣଙ୍କ ଭାଗ୍ୟକୁ ନିୟନ୍ତ୍ରଣ କରିବ। କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିବେ। କୃତୀ ପ୍ରତିଯୋଗୀଭାବେ ପୁରସ୍କୃତ ହେବେ।

ବୃଷ : ଦୁଃସାହସିକ ପଦକ୍ଷେପ ନେଇ ଘଟିବାକୁ ଥିବା ଅଘଟଣର ସମ୍ମୁଖୀନ ହେବେ। ଦୁଃଶ୍ଚିନ୍ତା ମଧ୍ୟ ଦେଇ ଗତି କରୁଥିଲେ ବି ସାମାଜିକ କାର୍ଯ୍ୟରେ ଆଗଧାଡ଼ିରେ ରହିବେ। କୃଷି ବିଶେଷଜ୍ଞ ହେବେ।

ମିଥୁନ : ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ପୁଷ୍ଟିକର ଖାଦ୍ୟରେ ଆପ୍ୟାୟିତ ହେବେ। ଧର୍ମପତ୍ନୀଙ୍କଠାରୁ ପରାମର୍ଶ ପାଇ ସେବା ପରାୟଣ ହେବେ।

କର୍କଟ : ଅଜାତ ଶତ୍ରୁ ହୋଇପାରନ୍ତି। ପାପ, ତାପ ପରିହରକ ହୋଇପାରନ୍ତି। ପୁଣ୍ୟପ୍ରଭା ପତ୍ନୀଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ଯତ୍ନବାନ୍‌ ହେବେ। ବାହ୍ୟ ଖର୍ଚ୍ଚକୁ ସୀମିତ ରଖିପାରନ୍ତି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।

ସିଂହ : ବିନୟ ସ୍ବଭାବସମ୍ପନ୍ନ ହୋଇ ବିଦ୍ୟାଦାତାଙ୍କ ସ୍ନେହାଧୀନ ଶିଷ୍ୟ ହୋଇପାରନ୍ତି। ପୁସ୍ତକ ପଠନରେ ମନ, ପ୍ରାଣ ଢାଳି ଦେଇପାରନ୍ତି। ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ। ଦାମ୍ପତ୍ୟ ସୁଖ ମିଳିବ।

କନ୍ୟା :​​‌ ସତ୍ୟପ୍ରାଜ୍ଞ ହୋଇପାରନ୍ତି। ଆପଣଙ୍କ ଉଦାରତା ଭାବ ସାହି ପଡ଼ିଶାମାନଙ୍କର ଶିକ୍ଷଣୀୟ ହେବ। ଶ୍ରମ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। ଧର୍ମଧ୍ବଜାଧାରୀ ହେବେ। ଶାଶ୍ବତ ସତ୍ୟର ସନ୍ଧାନ ପାଇବେ।

ତୁଳା :  ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜ୍ୟୋତିର୍ମୟ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଦେବାଶ୍ରିତ ହୋଇପାରନ୍ତି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି। ସଶକ୍ତ ଆତ୍ମବଳରେ ବଳୀୟାନ ହେବେ।

ବିଛା : ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହୋଇପାରନ୍ତି। ବିନ୍ଦୁ ବ୍ୟତିରକେ ସିନ୍ଧୁ ସମ୍ଭବ ନୁହେଁ। ତୃଣମୂଳସ୍ତରରୁ ଚେଷ୍ଟା ଫଳବତୀ ହେବ। ଲକ୍ଷ୍ମୀ ବରଦାୟିକା ଅଛନ୍ତି। ଭଣ୍ଡାର ପରିପୂର୍ଣ୍ଣ ହେବ। ବିଦ୍ୟାବାନ୍‌ ହେବେ।

ଧନୁ : ଗୁରୁ, ଗୁରଜନଙ୍କର ଆଶୀର୍ବାଦର ପାତ୍ର ହେବେ। ବ୍ରହ୍ମବାଦୀ ହେବେ। ଜୀବନକୁ ସମୃଦ୍ଧ ଓ ଶୃଙ୍ଖଳିତ କରିପାରନ୍ତି। ଆୟ ଆଶାନୁରୂପ ହେବ। ସୁଷମ ଖାଦ୍ୟ ଖାଇ, ଖୁଆଇ ବନ୍ଧୁ ପ୍ରିୟଜନଙ୍କୁ ଖୁସି କରାଇବେ।

ମକର : ସାଧନାର ସ୍ବର୍ଣ୍ଣିମ ସୂତ୍ର ଏକାନ୍ତବାସରେ, ତପ ସାଧନରେ ସିଦ୍ଧି ପ୍ରାପ୍ତ ହେବେ। ମଧୁର ଭାଷାରେ, ପରକୁ ଆପଣାର କରିପାରନ୍ତି। ବାଲ୍ୟ ଲୀଳାର ଧନ ବ୍ୟୟ କରିପାରନ୍ତି। ଗୁପ୍ତ ବିଦ୍ୟାରେ ରୁଚି ରହିବ।

କୁମ୍ଭ : ଶାଶ୍ବତ କର୍ମରେ ଲିପ୍ତ ହୋଇ ମହାନତାର ପ୍ରତୀକ ହେବେ। ସରକାରୀ ଓ ବେସରକାରୀ ସ୍ତରରେ ସମ୍ମାନିତ ହେବା ସହ ଧନ, ମାନ ପ୍ରାପ୍ତିର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ। ଜନସାଧାରଣଙ୍କ ପ୍ରିୟପାତ୍ର ହେବେ।

ମୀନ : ଅତ୍ୟଧିକ ଶ୍ରମ ସ୍ବୀକାର କରି ଏକ ଆଦର୍ଶବାଦୀ ଚିନ୍ତାଧାରାର ପ୍ରତୀକ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥାଗମର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନରେ ପୁଷ୍ପଧନୁ ଧରି କମଳ ଦେଶର ରାଜକୁମାର ସାଜିପାରନ୍ତି।

Comments are closed.