www.samajalive.in
Sunday, December 14, 2025
17.1 C
Bhubaneswar

ଶୁକ୍ରବାର ରାଶିଫଳ (୧୭.୦୨.୨୦୨୩)

ମେଷ : ଦୀନ, ଦରିଦ୍ରମାନେ ଆପଣଙ୍କ ନିକଟରେ କୃତଜ୍ଞ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାଣ୍ଡିତ୍ୟର ପଟାନ୍ତର ନାହିଁ। ମହିଳାମାନଙ୍କ ସହାୟକ ହେବେ। ଭୋଜନ ତୃପ୍ତିଦାୟକ ହେବ।

ବୃଷ : ବିଶେଷ ଜ୍ଞାନର ଅଧିକାରୀ ହେବେ। ପ୍ରିୟଭାଷୀ ହେବେ। ପତ୍ନୀ ସୁନ୍ଦର ଓ ସୁଶୀଳା ହେବେ। ଧନଶାଳୀ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ। ଧନଲାଭ ହେବାର ସୂଚନା ମିଳୁଛି। ଜ୍ଞାନଦାତା ହେବେ।

ମିଥୁନ : ପ୍ରଭାବଶାଳୀ ହେବେ। ନୀତିନିଷ୍ଠ ହୋଇପାରନ୍ତି। ଜନବଲ୍ଲଭ ଭାବେ ସାମାଜିକ ସ୍ତରରେ ସମ୍ମାନିତ ହେବେ। ମହିଳାମାନଙ୍କ ସୁଖଦୁଃଖରେ ସାମିଲ ହୋଇପାରନ୍ତି। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ।

କର୍କଟ :  ଶତ୍ରୁ ବିନାଶକରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ସୁଗୁଣସମ୍ପନ୍ନ ହେବେ। ଧନବାନ୍‌ ହୋଇପାରନ୍ତି। ଉତ୍ତମ ପତ୍ନୀଯୁକ୍ତା ହୋଇପାରନ୍ତି। ସୁବର୍ଣ୍ଣସମ୍ପଦଯୁକ୍ତ ହେବେ।

ସିଂହ : ବିଭିନ୍ନ ସୂତ୍ରରୁ ଅର୍ଥାଗମର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ହଠାତ୍‌ କିଛି ଧନ ମିଳିପାରେ। ଶତ୍ରୁ ବିନାଶ କରି ଧନ ପ୍ରାପ୍ତ ହୋଇପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତି ସହିତ ତେଜୀୟାନ୍‌ ହେବେ।

କନ୍ୟା : ଗୃହ ପରିବେଶ ଉତ୍ତମ ମାନର ହେବ। ଯାନବାହନ ସୁଖ ମିଳିବ। ଉଦାର ସ୍ବଭାବର ହେବେ। ଶାସ୍ତ୍ରାଭ୍ୟାସୀ ହେବେ। ଅକ୍ଷୟ କୀର୍ତ୍ତିର ଅଧିକାରୀ ହେବେ। ଦେବ-ବ୍ରାହ୍ମଣଙ୍କ ସ୍ନେହାଶୀର୍ବାଦ ମିଳିବ।

ତୁଳା : ସକଳ ଗୁଣର ଅଧିକାରୀ ହୋଇପାରନ୍ତି। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଦେବ ଦର୍ଶନ ମିଳିପାରେ। ଅଶାନ୍ତି ଦୂର ହେବ। ମିତ୍ରଙ୍କ ସାନ୍ନିଧ୍ୟ ମିଳିବ।

ବିଛା : ଭାଗ୍ୟଶାଳୀ ହେବେ। କୁଳ ପ୍ରଧାନ ହୋଇପାରନ୍ତି। ପୁତ୍ର ସହାୟତା ମିଳିବ। ବିବିଧ ଧନଯୁକ୍ତ ହେବେ। ତ୍ୟାଗଶୀଳ ଓ ନୀତିନିଷ୍ଠ ହେବେ। ମତିମାନ୍‌ ହୋଇପାରନ୍ତି। ଅତି ସୁଖୀ ଓ ଅକ୍ଷୟ କୀର୍ତ୍ତିର ଅଧିକାରୀ ହେବେ।

ଧନୁ : ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆୟୁଷ୍ମାନ୍‌ ହେବେ। ଚିନ୍ତାଧାରା ଉନ୍ନତମାନର ହେବ।

ମକର : ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତିକରି ପାରନ୍ତି। ଶାନ୍ତ, ନିପୁଣ, ମେଧାବୀ, ଜିତେନ୍ଦ୍ରିୟ, ବିଦ୍ବାନ୍‌ ଓ ଦୟାଳୁ ସ୍ବଭାବର ହୋଇପାରନ୍ତି।

କୁମ୍ଭ : ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଯାନବାହନଯୁକ୍ତ ହେବେ। କୀର୍ତ୍ତିମାନ୍‌ ହେବେ। ଭୋଗୀ ହୋଇପାରନ୍ତି। ଗୁଣଜ୍ଞ ହେବେ। ମାନସିକ ସ୍ତରରେ ପ୍ରସନ୍ନତା ଲାଭ କରିବେ। ପରୋପକାର କରିପାରନ୍ତି।

ମୀନ : ଶ୍ରେଷ୍ଠାସନରେ ଆସୀନ ହୋଇପାରନ୍ତି। ମନୋଜ୍ଞ ହେବେ। ବିଦ୍ୟାରୂପକ ମହାଧନ ପ୍ରାପ୍ତ ହେବେ। ଶାସ୍ତ୍ର ବିଶାରଦ ହେବେ। ଧନ ଲାଭକାରୀ ହୋଇପାରନ୍ତି। ବିନୀତ ସ୍ବଭାବସମ୍ପନ୍ନ ଓ ନିତ୍ୟାନନ୍ଦଯୁକ୍ତ ହେବେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories