www.samajalive.in
Monday, December 15, 2025
17.1 C
Bhubaneswar

ଦୁଇ ମାସରେ ସରିବ ୩ ରେଳ ପ୍ରକଳ୍ପ ସର୍ଭେ

ନୂଆଦିଲ୍ଲୀ : ଉତ୍ତର ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ବୁଢ଼ାମରା-ଚାକୁଳିଆ, ବାଙ୍ଗିରିପୋଷି-ଗୋରୁମହିଷାଣି ଏବଂ ବାଦାମପାହାଡ଼-କେନ୍ଦୁଝର ନୂତନ ରେଳପଥ ପ୍ରକଳ୍ପର ଚୂଡ଼ାନ୍ତ ଗତିପଥ ସର୍ଭେ କାର୍ଯ୍ୟ ଚାଲିଛି। ଆସନ୍ତା ଦୁଇ ମାସ ମଧ୍ୟରେ ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ବ୍ୟୟ ଅଟକଳ ଚୂଡ଼ାନ୍ତ ହେବା ପରେ ପ୍ରକଳ୍ପ ମଞ୍ଜୁରୀ ନିମନ୍ତେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଲାଗି ପ୍ରସ୍ତାବ ପଠାଯିବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ମୟୁରଭଞ୍ଜ ଜିଲାରେ ରେଳପ୍ରକଳ୍ପ ଗୁଡ଼ିକର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଗୁରୁବାର ଦିନ ସ୍ଥାନୀୟ ଇଲେକ୍‌‌ଟ୍ରୋନିକ୍ସ ନିକେତନ ଠାରେ ରେଳ ମନ୍ତ୍ରୀ ବୈଷ୍ଣବଙ୍କୁ ସ୍ଥାନୀୟ ସାଂସଦ ତଥା କେନ୍ଦ୍ର ଜଳଶକ୍ତି ଏବଂ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡ଼ୁ ଭେଟିଥିଲେ। ଉଭୟ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ପରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ସାଧାରଣତଃ ଯେଉଁ ସ୍ଥାନରେ ଘଞ୍ଚ ଜଙ୍ଗଲ ଅଥବା ଅଭୟାରଣ୍ୟ ରହିଥାଏ, ସେଠାରେ ନୂତନ ରେଳପଥ ନିର୍ମାଣ ପାଇଁ ଜଙ୍ଗଲ ଅନୁମତି ମିଳିବା କଠିନ ହୋଇଥାଏ। ଯେପରି କମ୍‌‌ ଜଙ୍ଗଲ ଏବଂ ଅଭୟାରଣ୍ୟ ଅଞ୍ଚଳ ମଧ୍ୟ ଦେଇ ନୂତନ ରେଳପଥ ଲାଇନ ଗତି କରିବ ସେଥିଲାଗି ସାଟେଲାଇଟ ଜରିଆରେ ଚୂଡ଼ାନ୍ତ ଗତିପଥ ସର୍ଭେ କାର୍ଯ୍ୟ ଚାଲିଛି। ଯେହେତୁ ତିନି ନୂତନ ରେଳପଥ ନିର୍ମାଣ ଲାଗି ଚୂଡ଼ାନ୍ତ ଗତିପଥ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ ସେଥିଲାଗି ଏହି ରେଳପ୍ରକଳ୍ପ ଗୁଡ଼ିକ ବଜେଟ ୨୦୨୩-୨୪ରେ ବିଶେଷ ଧ୍ୟାନ ପାଇନାହିଁ। ଥରେ ଚୂଡ଼ାନ୍ତ ଗତିପଥ ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଉତ୍ତର ଓଡ଼ିଶାରେ ରେଳପଥ ନିର୍ମାଣ କାର୍ଯ୍ୟକୁ ରେଳ ମନ୍ତ୍ରାଳୟ ଅଗ୍ରାଧିକାର ଦେବ ବୋଲି ରେଳମନ୍ତ୍ରୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଓଡ଼ିଶାକୁ ନଗଣ୍ୟ ରେଳ ଅନୁଦାନ ମିଳୁଥିଲା। ବଜେଟ ୨୦୨୩-୨୪ରେ ୧୦ ହଜାର କୋଟିରୁ ଊର୍ଦ୍ଧ୍ବ ବ୍ୟୟବରାଦ ହୋଇଛି। ମୟୁରଭଞ୍ଜ ଜିଲାର ବାରିପଦା, ବେତନଟୀ, ବାଙ୍ଗିରିପୋଷୀ ଏବଂ ରାଇରଙ୍ଗପୁର ରେଳ ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ଯୋଜନାରେ ସାମିଲ କରାଯାଇ ଆଧୁନିକୀକରଣ ପାଇଁ ଅର୍ଥ ବ୍ୟୟବାରଦ ହୋଇଛି। ନୀଳଗିରି ଠାରୁ ଟାଟାନଗର ଭାୟା କପ୍ତିପଦା, ଉଦଳା, ଖୁଣ୍ଟା ଏବଂ ବାରିପଦା ମଧ୍ୟ ଦେଇ ନୂତନ ରେଳପଥ ନିର୍ମାଣ ପ୍ରସ୍ତାବର ପ୍ରାଥମିକ ସର୍ଭେ କାର୍ଯ୍ୟ ଚାଲିଛି ବୋଲି ରେଳମନ୍ତ୍ରୀ ବୈଷ୍ଣବ ଜଣାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories