www.samajalive.in
Monday, December 15, 2025
15.1 C
Bhubaneswar

ସପ୍ନେଶ୍ୱର ଭାଗବତ ମହାମଣ୍ଡଳର ବାର୍ଷିକ ଉତ୍ସବ

ଗୁରୁଡିଝାଟିଆ : ଜେନାପୁର-ଗୋପାଳପ୍ରସାଦ ଗ୍ରାମର ଆରାଧ୍ୟଦେବ ଶ୍ରୀ ଶ୍ରୀ ସପ୍ନେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ସପ୍ନେଶ୍ୱର ଭାଗବତ ମହାମଣ୍ଡଳର ୨୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାମଣ୍ଡଳର ସଭାପତି ବିଷ୍ଣୁଚରଣ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉପସ୍ଥିତ ଅତିଥିବୃନ୍ଦ ଅବକ୍ଷୟମୁଖି ସମାଜରେ ଭାଗବତ ଚେତନାକୁ ଉଦଜୀବିତ କରି ଜନସାଧାରଣଙ୍କ ଭିତରେ ଆଧ୍ୟାତ୍ମିକ ଭାବ ସୃଷ୍ଟି କରିବା ସହିତ ଏକ ସୁସ୍ଥ ସମାଜ ଗଠନ ଦିଗରେ ସମସ୍ତଙ୍କ ଭୂମିକା ଶତ ପ୍ରତିଶତ ରହିଲେ ଫଳପ୍ରଦ ହୋଇପାରିବ ବୋଲି କହିଥିଲେ। ମହାମଣ୍ଡଳର ଉପଦେଷ୍ଟା ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୁବ ସଂଗଠକ ଦିଲ୍ଳିପ କୁମାର ଛତାର, ଧୁରୁଷିଆ ସରପଞ୍ଚଙ୍କ ପ୍ରତିନିଧି ମଙ୍ଗୁଳି ଚରଣ ପାଣି, ପୂର୍ବତନ ସରପଞ୍ଚ ଶ୍ରୀକର ଜେନା, ମନୋଜ ପ୍ରଧାନ, କଖଡି ପ୍ରାଥମିକ ସେବା ସମବାୟ ସମିତିର ସଭାପତି ସୁରେନ୍ଦ୍ର ମହାନ୍ତି, ଦିଲ୍ଲିପ ଜେନା, ବିକଳାନନ୍ଦ ସ୍ୱାଇଁ, ବିଚିତ୍ରାନନ୍ଦ ବେଉରା, ଯୋଗୀନାଥ ସାହୁ, ଗନ୍ଧର୍ବ ଦାସ ପ୍ରଭୃତି ଅତିଥି ଭାବରେ ଯୋଗଦେଇଥିଲେ । ମହାସଂଘର ସଂପାଦକ ସୁରେଶ କୁମାର ଲେଙ୍କାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମହାସଂଘ ସଂଗଠକ ସୁଶାନ୍ତ କୁମାର ରାଉତ,କାର୍ଯ୍ୟକାରୀ ସଭାପତି ଅନାମ ଚରଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମହାମଣ୍ଡଳ ପକ୍ଷରୁ ସମସ୍ତ ନିମନ୍ତ୍ରିତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories