ସୋମବାର ରାଶିଫଳ (୧୩/୧୨/୨୦୨୧)
ମେଷ : ଅଯଥା ବିତର୍କରେ ଭାଗ ନ ନେଇ ନିବର ଦର୍ଶକ ସାଜିପାରନ୍ତି। ପୋଷାକ, ଭୋଜନ, ଚତୁଷ୍ପଦ କ୍ରୟ ଓ ପୌରୁଷ କର୍ମରେ ଧନ ବ୍ୟୟ କରିପାରନ୍ତି। ଯୁଦ୍ଧ ଓ ଯାତ୍ରା ପାଇଁ ସମୟ ଅନୁକୂଳ ରହିଛି।
ବୃଷ : ଦ୍ରବ୍ୟ ଲାଭର ସୂଚନା ମିଳୁଛି। ପତ୍ନୀଙ୍କଠାରୁ, ସଜ୍ଜନ ବ୍ୟକ୍ତିଙ୍କଠାରୁ, କୃଷି କର୍ମରୁ ଓ ସତ୍କ୍ରିୟାରୁ ଧନ ଲାଭ ହେବ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ବ୍ୟବସାୟାଦିରୁ ଧନ ପ୍ରାପ୍ତ ହେବେ।
ମିଥୁନ : ପରିଶ୍ରମର ମୂଲ୍ୟ ମିଳିବ। ସ୍ବକର୍ମ ଉପରେ ପ୍ରାଧାନ୍ୟ ଦେବେ। କୀର୍ତ୍ତିମାନ୍ ହେବେ। ବ୍ରାହ୍ମଣଙ୍କ ପ୍ରୀତିକାରୀ, ତେଜୀୟାନ୍ ଓ କୃଷି କର୍ମକାରୀ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ।
କର୍କଟ : ସେବା-ପୂଜାରେ ମନକୁ ନିୟୋଜିତ କରିବେ। ବ୍ରତ, ଉପବାସ, ବହୁ ନିୟମ ପାଳନ, ତୀର୍ଥାଶ୍ରୟ ଓ ସେବାରେ ଧାର୍ମିକ ପ୍ରବର ହେବେ। ଭାଗ୍ୟଶାଳୀ ହେବେ। ପ୍ରବଳ ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ସୁଖ ମିଳିବ।
ସିଂହ : ଧନ କ୍ଷୟ ହେବାର ସୂଚନା ମିଳୁଛି। ସରୀସୃପ, ବନ୍ୟଜନ୍ତୁ, ଚତୁଷ୍ପଦ ଶୃଙ୍ଗୀ ଓ ଚୋରମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ। ଦ୍ବିଜାଦି ଭକ୍ତ ଓ ଉତ୍ତମ କଥକ ହେବେ।
କନ୍ୟା : ସୁଖ-ସମ୍ଭୋଗରେ ଦିନଟି ଅତିବାହିତ ହେବ। ବିନୟ ଭାବରେ ଧନ ଅର୍ଜନ କରିବେ। ସନ୍ମାର୍ଗୀ ହେବେ। ସେବା ପରାୟଣ ହୋଇପାରନ୍ତି। ବନ୍ଧୁବତ୍ସଳତା ଭାବ ଏକ ମହାନ୍ ଗୁଣର ପରିଚାୟକ ହୋଇପାରେ।
Related Posts
Comments are closed.