www.samajalive.in
Monday, December 15, 2025
14.1 C
Bhubaneswar

ଶନିବାର ରାଶିଫଳ (୧୩/୦୮/୨୦୨୨)

ମେଷ : ଜ୍ଞାନ ପିପାସୁ ହେବା ଆଶା କରାଯାଏ। ଆପଣଙ୍କର ସମସ୍ତ କର୍ମ ସତ୍ୟ ଉପରେ ଆଧାରିତ ହେବ। ସରକାରୀ ଓ ବେସରକାରୀ ଉଭୟ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ।

ବୃଷ : ଜ୍ଞାନ ପ୍ରଦୀପ ଆପଣଙ୍କ ଚଲାପଥକୁ ଆଲୋକିତ କରିପାରେ। କର୍ମକ୍ଷେତ୍ର ସହଜ ସୁଲଭ ହେବ। ଅର୍ଥାଗମର ଧାରା ଅବ୍ୟାହତ ରହିବ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ ଘଟାଇ ପାରନ୍ତି।

ମିଥୁନ : ସେବାଧର୍ମରେ ଦୀକ୍ଷିତ ହେଲେ କ୍ଷମତା ଆପଣାଛାଏଁ ହାତକୁ ଆସିବ ଓ ତା’ର ସଦ୍‌ବିନିଯୋଗ କରି ଲୋକପ୍ରିୟତା ଅର୍ଜନ କରିପାରନ୍ତି। ବିବାଦୀୟ ଘଟଣାର ଆପୋଷ ସମାଧାନ କରିପାରନ୍ତି।

କର୍କଟ : କଷ୍ଟ ପାଇଁ ଇଷ୍ଟଙ୍କୁ ଦୋଷ ନ ଦେଇ କଲାକର୍ମର ସମୀକ୍ଷା କରିବାକୁ ପଡ଼ିବ। ଶୂନ୍ୟତା ଭିତରେ ପୂର୍ଣ୍ଣତା ଥାଏ; ଖୋଜିଲେ ମିଳିବ। ଧୈର୍ଯ୍ୟ ଓ ସାହସର ସହିତ ବିପଦର ସମ୍ମୁଖୀନ ହେବେ। ସତର୍କରେ ଚଳିବେ।

ସିଂହ : ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ମହତ୍ତ୍ବ ଉପଲବ୍ଧ ହେବ। ଦିନ ଭିତରେ ଘଟିଥିବା ସୁଖକର ଘଟଣା ସବୁ ପତ୍ନୀଙ୍କ ଉଦ୍ୟମ ଯୋଗୁଁ ଫଳପ୍ରସୂ ହୋଇଛି। ବାଣିତ୍ୟ କାରବାର ଲାଭଦାୟକ ହେବ।

କନ୍ୟା : ଅଜାତଶତ୍ରୁ ହୋଇପାରନ୍ତି। ଋଣମୁକ୍ତ ହେବା ପାଇଁ ରୋଜଗାର ପନ୍ଥାକୁ ସମ୍ପ୍ରସାରିତ କରିପାରନ୍ତି। ଶୁଭାକାଂକ୍ଷୀଙ୍କ ସହାୟତା ମିଳିବ। ଦିନଟି ବ୍ୟସ୍ତଭରା ହେବ। ଆଜିର କାର୍ଯ୍ୟକୁ ନମନୀୟ ଓ କମନୀୟ କରିବେ।

ତୁଳା : ଶାସ୍ତ୍ରାନୁମୋଦିତ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ। ସଂସ୍କାରୀ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ବିଦ୍ୟା ଅଧ୍ୟୟନ ଉପରେ ଗୁରୁତ୍ବ ଦେବେ। ଅର୍ଥାଗମ ହେବ। ଦାମ୍ପତ୍ୟ ଜୀବନ ମଧୁମୟ ହେବ।

ବିଛା : ସଶକ୍ତ ଆତ୍ମବଳରେ ବଳୀୟାନ୍‌ ହେବେ। ନିଷ୍ଠାପର ଭାବେ କାର୍ଯ୍ୟ ସମ୍ପାଦନ କରି ଅନ୍ୟମାନଙ୍କ ଦୃଷ୍ଟିର ପଥାରୂଢ଼ ହେବେ। କଠିନ ପରିଶ୍ରମର ସମ୍ମୁଖୀନ ହେଲେ ବି, ତା’ର ମୂଲ୍ୟ ମିଳିବ।

ଧନୁ : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳ ଦେଖାଦେବ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଆଧ୍ୟାତ୍ମିକ ପଥର ପଥିକ ହେବେ। ଈପ୍‌ସିତ ଈଶ୍ବର କଣିକା ପ୍ରାପ୍ତିର ସୂଚନା ମିଳୁଛି। ନୀତିଶିକ୍ଷାର ଗନ୍ତାଘର ହେବେ।

ମକର : ଅଭିମାନୀ ଓ ପ୍ରୟାସୀ ହୋଇପାରନ୍ତି। କୃଚ୍ଛ୍ର ସାଧନାରେ ଦିବ୍ୟ ଶକ୍ତିସମ୍ପନ୍ନ ହେବେ। ଅନ୍ୟକୁ ସୁଖୀ କରାଇ ପାରିଲେ ନିଜେ ସୁଖ ଭୋଗ କରିବେ। ବିଭିନ୍ନ ସୂତ୍ରରୁ ଧନାଗମ ହେବ। ଦାମ୍ପତ୍ୟ ସୁଖ ମିଳିବ।

କୁମ୍ଭ : ପୁଣ୍ୟବାନ୍‌ ଓ ସୁବିମଳ ଯଶର ଅଧିକାରୀ ହେବେ। ଦିନଟି ମଙ୍ଗଳମୟ ହୋଇପାରେ। ବିପଦରେ କାତର କିମ୍ବା ସମ୍ପଦରରେ ଅଧୀର ନ ହେବା ସ୍ଥିତପ୍ରଜ୍ଞର ଲକ୍ଷଣ ଆପଣଙ୍କଠାରେ ଅଛି। ଆୟ-ବ୍ୟୟ ସମାନ ହେବ।

ମୀନ : ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ଶ୍ରଦ୍ଧା ଓ ବିଶ୍ବାସର ରଜ୍ଜୁରେ ଅନୁବନ୍ଧିତ ହୋଇପାରନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories