www.samajalive.in
Sunday, December 14, 2025
19.1 C
Bhubaneswar

ବାଇକକୁ ଧକ୍କା ଦେଲା କାର ; ଦାଦା-ପୁତୁରା ଗୁରୁତର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ନିକଟସ୍ଥ ଡୁଙ୍ଗୁରିନାଳ ବୁଲାଣି ରାସ୍ତାଦେଇ ଏକ ବାଇକରେ ଦାଦା ଓ ପୁତୁରା ଶଙ୍କରାଖୋଲ ଆସୁଥିଲେ। ଫୁଲବାଣୀ ପଟରୁ ଏକ କାର କଳାହାଣ୍ଡି ଯାଉଥିବା ସମୟରେ ଧକ୍କା ଦେବା ଫଳରେ ଦାଦା ପୁତୁରା ଛିଟିକି ପଡିଥିଲେ। ସ୍ଥାନୀୟ ଲୋକ ଟିମ ହ୍ୟୁମାନିଟି କନ୍ଧମାଳର ଟିକାବାଲି ଶାଖା, ସଙ୍କରାଖୋଲ ଶାଖା ଓ ଟିକାବାଲି ଥାନାକୁ ଖବର କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ଉଭୟ ଶାଖାର ସଦସ୍ୟ ଏବଂ ପୁଲିସ ପହଞ୍ଚି ଉଦ୍ଧାର କରିବା ସହ କାରଟିକୁ ଟିକାବାଲି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ଜବତ କରି ତଦନ୍ତ ଚଳାଇଥିବା ବେଳେ। ଟିମ ହ୍ୟୁମାନିଟିର ଗାଡ଼ିରେ ଗୁରୁତର ଆହତ ଉଭୟ ଦାଦା ପୁତୁରାଙ୍କୁ ଟିକାବାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ଗୁରୁତର ଆହତ ଦାଦା ସୁବଳ ଦେହୁରୀ ଓ ପୁତୁରା ସମୀର ଦେହୁରୀଙ୍କର ଘର ଟିକବାଲି ବ୍ଲକର କଇଁଝର, କୁମ୍ଭାର ସାହି ବୋଲି ଜଣା ପଡିଛି। ଟିମ ହ୍ୟୁମାନିଟି ସଦସ୍ୟ ମାନେ ହେଲେ ଟିକାବାଲିର ହୀରୋ ନାୟକ, ନୀଳମାଧବ ପାତ୍ର, ରଜତ ଭୋଇ। ସେହିପରି ସଙ୍କରାଖୋଲ ଶାଖାର ମଣ୍ଟୁ ବେହେରା, ରାଜେଶ ପାଣିଗ୍ରାହୀ, ଅଶ୍ୱିନୀ ପଣ୍ଡା, ଫୁଲବାଣୀ ଶାଖାର ରଜତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories