www.samajalive.in
Monday, December 15, 2025
14.1 C
Bhubaneswar

ବୌଦ୍ଧ ବ୍ଲକର ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ  : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ସଭାପତିତ୍ବରେ ବ୍ଲକ ସ୍ତରୀୟ ଅଗଷ୍ଟ ମାସର ପ୍ରଥମ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷିକା ଅନୁପମା ମେହେର ଶିକ୍ଷଣ ଫଳାଫଳ ଓ ତା’ର ବ୍ୟବହାର ଉପରେ ଆଲୋଚନା କରିଥିଲେ। ପ୍ରତିମାସରେ ଅଭିଭାବକ ବୈଠକ ଓ ବିଦ୍ୟାଳୟ ପରିଚାଳନା କମିଟି ବୈଠକ କରିବା, ବିଦ୍ୟାଳୟ ପରିବେଶରେ ଗଛ ଲଗାଇବା, ଅଗଷ୍ଟ ୧୫ ପୂର୍ବରୁ ବିଦ୍ୟାଳୟ ପୋଷାକ ବଣ୍ଟନ କରିବା, କୋଭିଡ ନିୟମ ପାଳନ ପୂର୍ବକ ସ୍ୱାଧୀନତା ଦିବସ ପାଳନ କରିବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଘିବେଲା ସୂଚନା ଦେଇଥିଲେ। ପ୍ରତି ବିଦ୍ୟାଳୟର ବ୍ୟାଙ୍କ ଜମାଖାତା ପାଇଁ କେୱାଇସି ଦାଖଲ କରିବା, ପ୍ରି-ମାଟ୍ରିକ ଛାତ୍ରବୃତ୍ତି, ଇନଷ୍ପାୟାର ଆୱାର୍ଡ ପଞ୍ଜିକରଣ, କୋଭିଡ ଟୀକାର ତଥ୍ୟ, ବିଦ୍ୟାଳୟ ଗୃହ ପଞ୍ଚାୟତ ବା ବ୍ଲକକୁ ହସ୍ତାନ୍ତର ତଥ୍ୟ, ଭିନ୍ନକ୍ଷମ ପିଲାଙ୍କ ଯାତାୟାତ ଆର୍ଥିକ ସୁବିଧା, ଡେ଼ଡିକେଟେଡ଼ ଶିକ୍ଷକ ତାଲିମ, ମୋ ସ୍କୁଲ ଅଭିଯାନର ଆର୍ଥିକ ଖର୍ଚ୍ଚ ବିବରଣୀ ପ୍ରଦାନ, ମଧ୍ୟାହ୍ନ ଭୋଜନ ଆଦି ବିଷୟରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ଓ ଅଖିଳ କୁମାର ପ୍ରଧାନ ଆଲୋଚନା କରିଥିଲେ। ସିଆରସିସି ରାଜକୁମାର ପ୍ରଧାନ, ସଞ୍ଜୟ କୁମାର ଦେହୁରୀ, ଲବକିଶୋର ପ୍ରଧାନ, ସନ୍ତୋଷ କୁମାର କର୍ଣ୍ଣ, ନିରଞ୍ଜନ ମେହେର, ଅରବିନ୍ଦ ମହାଲିକ, ସନ୍ତୋଷ କୁମାର ଶତପଥୀ, ଶେଷଦେବ ପ୍ରଧାନ ପ୍ରମୁଖ ଆଲୋଚନାରେ ମତାମତ ରଖିଥିଲେ। ବ୍ଲକର ସମସ୍ତ ସିଆରସିସି, ହିସାବ ରକ୍ଷକ ଵାପିନା ମହାରଣା ଉପସ୍ଥିତ ଥିଲେ। ନିରଞ୍ଜନ ମେହେର ଧନ୍ୟବାଦ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories