ଶୁକ୍ରବାର ରାଶିଫଳ (୧୧/୦୩/୨୨)

ମେଷ : ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଆତ୍ମବିଶ୍ବାସୀ ହେବେ। ଭାଷା ଓ ବ୍ୟବହାର ମଧୁର ହେବ। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର ମିଳିବ।

ବୃଷ : ଭାଗ୍ୟ, କର୍ମାଭିମୁଖୀ ହୋଇପାରେ। ଆଦର୍ଶ ବ୍ୟକ୍ତିତ୍ବଯୁକ୍ତ ହେବେ। ସହିବା ଗୁଣ ଅଧିକ ହେବ। ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧନାଗମ ହେବ।

ମିଥୁନ : ସାଧନା ଫଳବତୀ ହେବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ ଓ ଧନଲାଭ ହେବ। ବିଦ୍ବାନ୍‌ ଓ ଶାସ୍ତ୍ରଜ୍ଞ ହେବେ। ଧନସମ୍ପଦ ଭରପୂର ରହିବ। ସୁସ୍ବାଦୁ ଭୋଜନ ମିଳିବ।

କର୍କଟ : କର୍ମଚଞ୍ଚଳ ରହିପାରନ୍ତି। ଛଳନାପୂର୍ଣ୍ଣ କଥାରେ ସାମୟିକଭାବେ ପରକୁ ଆପଣାର କରିପାରନ୍ତି। ସାହସୀ ଓ ଜ୍ଞାନୀ ହେବେ। ଗୁପ୍ତ ବିଦ୍ୟାରେ ରୁଚି ରହିବ। ମୋହବତ୍‌ରେ ପଡ଼ି ଧନ ବ୍ୟୟ କରିପାରନ୍ତି।

ସିଂହ : ଆୟ ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି।

କନ୍ୟା : କର୍ମଚଞ୍ଚଳ ରହିବେ। କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପାରିବାରିକ ସ୍ନେହଶ୍ରଦ୍ଧା ରହିବ।

ତୁଳା : ଚେଷ୍ଟା ଶୁଭପ୍ରଦ ହେବ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗୀ ଓ ବିଳାସୀ ହେବେ। ଦିନଟି ସୁଖ ସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି।

ବିଛା : ପ୍ରତିଶୋଧ ପରାୟଣ ମନୋବୃତ୍ତି ଗ୍ରହଣ କରିପାରନ୍ତି। ଅଧିକ ପରିଶ୍ରମ ହେତୁ କ୍ଲାନ୍ତି ଅନୁଭବ କରିବେ। ମିତ୍ରମାନେ କରଛଡ଼ା ଦେଇପାରନ୍ତି। ଗୁଣୀ, ଜ୍ଞାନୀ ବ୍ୟକ୍ତିଙ୍କଠାରୁ ଆଶ୍ବାସନା ମିଳିବ।

ଧନୁ : ସେବା-ଧର୍ମରେ ଉଦ୍‌ବୃତ୍ତ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟଶୀଳ ହେବେ। ବ୍ୟବସାୟ ଲାଭଜନକ ହେବ। ସ୍ବକର୍ମ ବଳରେ ପ୍ରଶଂସାର ପାତ୍ର ହେବେ। ପତ୍ନୀଙ୍କ ସୁପରାମର୍ଶ ଗ୍ରହଣଯୋଗ୍ୟ ହେବ।

ମକର : ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହେବେ। ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ।

କୁମ୍ଭ : ଜୀବନ ସମର୍ପିତ ହେବ। ଈଶ୍ବରୀୟ ଚେତନାରେ ଉଦ୍‌ବୃଦ୍ଧ ହେବେ। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ତେଜସ୍ବୀ ହୋଇପାରନ୍ତି।

ମୀନ : ବିଳମ୍ବରେ କାର୍ଯ୍ୟ ହାସଲ କରିବାରେ ସଫଳ ହେବେ। ଉଦାର ସ୍ବଭାବ ଓ ଦାନଶୀଳ ହୋଇପାରନ୍ତି। ସୁସ୍ଥ ରହିବେ। କୃଷିରୁ ଲାଭମିଳିବ। ଜଳ ପ୍ରତି ଆଦର, ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।

Comments are closed.