www.samajalive.in
Sunday, December 14, 2025
23.1 C
Bhubaneswar

ଅବହେଳିତ ଅବସ୍ଥାରେ ଆୟୁର୍ବେଦି ଡାକ୍ତରଖାନା

ଗୁଡଭେଲା : ବଲାଙ୍ଗିର ଜିଲ୍ଲା ପଛୁଆ ଅଞ୍ଚଳ ଗୁଡଭେଲା ବ୍ଲକ ଉନ୍ନତି ପାଇଁ କାର୍ଯ୍ୟକାରୀ ହେଉଥିବା ଅନେକ ଯୋଜନା ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଇଛି । ଅବହେଳିତ ଅଞ୍ଚଳର ବିକାଶର ଲକ୍ଷ୍ୟରେ ସରକାରୀ ଯୋଜନାରେ ବିପୁଳ ଟଙ୍କା ବ୍ୟୟ ହେଉଛି । ହେଲେ ଗୁଡଭେଲା ବ୍ଲକରେ ସରକାରୀ ଯୋଜନା ପ୍ରହସନ ପାଲଟିଛି । ଠିକାଦାରେ ଓ ବିଭାଗୀୟ ଯନ୍ତ୍ରୀ ଚଞ୍ଚକାତା କରି ଅସଂପୂର୍ଣ୍ଣ କୋଠାକୁ ସଂପୂର୍ଣ୍ଣ ଦେଖାଇ ବିଲ କରୁଛନ୍ତି । କିନ୍ତୁ କୋଠା ହସ୍ତାନ୍ତର ସମୟରେ ବିଭାଗୀୟ ଅଧିକାରୀ ଅସଂପୂର୍ଣ୍ଣ ବୋଲି ଲେଖୁଛନ୍ତି । ଜାମୁଟ ସରକାରୀ ଆୟୁର୍ବେଦି ଡାକ୍ତରଖାନା କୋଠା କାମରେ ବ୍ୟାପକ ଅନିୟମିତତା ନେଇ ତୀବ୍ର ପ୍ରକାଶ ପାଇଛି ।୧୯୭୨ ମସିହାରେ ଜାମୁଟରେ ଆୟୁର୍ବେଦି ଡାକ୍ତରଖାନା ସ୍ଥାପନ ହେଇଛି । ଦୀର୍ଘ ଦିନ ପୁରୁଣା କୋଠାରେ ପାଣି ଗଳିବା ସହ ଚଟାଣ ଅବସ୍ଥା ଶୋଚନୀୟ ହୋଇ ପଡିଥିଲା । ଏହି ପରିପ୍ରେକ୍ଷୀରେ ଜାମୁଟ ବଜାର ସମ୍ମୁଖରେ ଥିବା ପଡିଆରେ ଲକ୍ଷାଧିକ ଟଙ୍କାର ବ୍ୟୟରେ କୋଠା ନିର୍ମାଣ ହୋଇଛି ।

୨୦୧୪-୧୫ ମସିହାରେ ବିଭାଗୀୟ ଅଧିକାରୀଙ୍କୁ କୋଠା ହସ୍ତାନ୍ତର କରାଯାଇଥିଲା । ଅନ୍ୟ ପକ୍ଷରେ ବିଦ୍ୟୁତ ଯୋଗାଣ ଓ ପାଣି ପାଇପ କାମ ସଂପୂର୍ଣ୍ଣ ନକରି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ବିଲ ପାସ କରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହେଉଛି । ଫଳରେ ନୂତନ କୋଠା ନିର୍ମାଣ ହେବାର ୭ ବର୍ଷ ପରେ ମଧ୍ୟ ଡାକ୍ତରଖାନା ସ୍ଥାନାନ୍ତରିତ ହୋଇ ନାହିଁ । ଯାହା ଦ୍ୱାରା କୋଠା ଗୁଡିକର ରକ୍ଷଣାବେକ୍ଷଣା ଅଭାବ ଯୋଗୁ ଜରାଜିର୍ଣ୍ଣ ଅବସ୍ଥାରେ ରହିଛି । ଅପରପକ୍ଷରେ ପୁରୁଣା କୋଠାରେ ମରାମତି ନାଁରେ ୨ ବର୍ଷ ଆଗରୁ ଜିଲ୍ଲାପରିଷଦ ପାଣ୍ଠିରୁ ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । କିନ୍ତୁ ଏହି କାମରେ ମଧ୍ୟ ସଂପୂର୍ଣ୍ଣ ହୋଇ ନାହିଁ । ଆଗରୁ ଡାକ୍ତରଖାନାରେ ଦୁଇ ଜଣ କର୍ମଚାରି ଥିଲେ । ବହୁଦିନଧରି ଡାକ୍ତର ପଦବୀ ଖାଲି ପଡିଥିଲା । ବର୍ଷେ ହେବ ଡାକ୍ତର ଯୋଗଦାନ କରିଛନ୍ତି । ହେଲେ ବର୍ତ୍ତମାନ ଡାକ୍ତର ଭୁତିଆରବାହାଲ, କରମତଲା,କୁରୁଆଝର ଓ ଜାମୁଟ ଦାୟିତ୍ୱରେ ଥିବା ଜଣା ପଡିଛି । ଆବଶ୍ୟକ ଡାକ୍ତର କର୍ମଚାରୀ ଅଭାବରୁ ଅଞ୍ଚଳବାସୀ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଜାମୁଟ ପ୍ରତି ଏଭଳି ଅବହେଳିତ ମନୋଭାବ ଅସନ୍ତୋଷର କାରଣ ପାଲଟିଛି । ବିଭାଗୀୟ ଉଚ୍ଚ ଅଧିକାରୀ ତୁରନ୍ତ ଡାକ୍ତରଖାନାର ବିକାଶ ତଥା ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

- Advertisement -

ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଦିପ କୁମାର ପତିକୁ ପଚରାଯିବାରୁ ମୁ ସେହି ସମୟରେ ନଥିଲି । ତଥାବି ଏହାର ବ୍ୟବସ୍ଥା କରିବା ବୋଲି ନିଜର ସଫେଇ ଦେଇଥିଲେ । ଜିଲ୍ଲା ଆୟୁର୍ବେଦି ଡାକ୍ତର ଅଧିକାରୀ ଗିରିଧାରୀ ଧରୁଆଙ୍କୁ ପଚରାଯିବାରୁ କୋଠାକୁ ଅଧାପନ୍ତରିଆ କାମ କରାଯାଇଛିରୁ ସ୍ଥାନାନ୍ତରିତ କରାଯାଇ ପାରିନାହିଁ । ବର୍ତ୍ତମାନ ବ୍ୟବହାର ଯୋଗ୍ୟ ଅବସ୍ଥାରେ ନାହିଁ । ଏହାସହ ବିଭିନ୍ନ ସାମଗ୍ରୀ ଚୋରି ହେଇଥିବରୁ ପୋଲିସକୁ ମଧ୍ୟ ଖବର ଦିଆଯାଇଛି । ଏହାସହ ଡାକ୍ତରକୁ ଯେଉଁ ୪ଟି ସ୍ଥାନରେ ଦାୟିତ୍ୱ ଦିଆଯାଇଛି । ଭୁତିଆରବାହାଲ ଓ କୁରୁଆଝର ରୁକାଢି ଜାମୁଟ ପାଇଁ ତିନି ଦିନ ଯିବା ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ଧରୁଆ କହିଥିଲା ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories