www.samajalive.in
Sunday, December 14, 2025
26.1 C
Bhubaneswar

ଆଜି ବଛା ହେବେ ୬୭୯୪ ନାଏବ ସରପଞ୍ଚ

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନର ତାତି ଏବେବି ରହିଛି। ସରପଞ୍ଚ, ସମିତି ସଭ୍ୟ, ଜିଲାପରିଷଦ ସଭ୍ୟ ନିର୍ବାଚନ ସିଧାସଳଖ ହୋଇଥିବାବେଳେ ଏବେ ପରୋକ୍ଷ ନିର୍ବାଚନ ଲାଗି ଗାଁ ଗଣ୍ଡାରେ ଉଷ୍ଣତା ଦେଖାଦେଇଛି। ସରପଞ୍ଚ ଓ ସମିତି ସଭ୍ୟ ନିର୍ଦଳୀୟ ହୋଇଥିବାରୁ ସେମାନଙ୍କ ଉପରେ ଦଳୀୟ ଅଙ୍କୁଶ କିମ୍ବା ‘ହୁଇପ୍’ କାଟୁ କରୁନି। ତଥାପି ବିଜେଡି, ବିଜେପି ଓ କଂଗ୍ରେସର ତୁଙ୍ଗନେତାମାନେ ସେମାନଙ୍କ ଚାପ ପକାଇ ଚାଲିଛନ୍ତି। ଆଜି ରାଜ୍ୟର ୬୭୯୪ ନାଏବ ସରପଞ୍ଚ ବଛାହେବେ। ୧୨ରେ ୩୧୪ ବ୍ଲକ ଅଧ୍ୟକ୍ଷ ଏବଂ ୧୩ରେ ୩୦ ଜିଲାପରିଷଦ ସଭାପତି ପାଇଁ ପରୋକ୍ଷ ନିର୍ବାଚନ ହେବ।
ଚଳିତ ପଞ୍ଚାୟତ ନିର୍ବାଚନର ଭୋଟଗଣତି ପରଦିନଠାରୁ ୱାର୍ଡସଭ୍ୟ ଓ ପଞ୍ଚାୟତ ସଭ୍ୟଙ୍କ ମୂଲଚାଲ ଆରମ୍ଭ ହୋଇଯାଇଛି। ଅଧିକାଂଶ ସ୍ଥାନରେ ସଭ୍ୟମାନେ ଗୁପ୍ତବାସରେ ରହିଛନ୍ତି। ଆଜି ଗୁପ୍ତବାସରେ ଥିବା ସଭ୍ୟମାନେ ଯାହାକୁ ସମର୍ଥନ କରିବେ ସେମାନଙ୍କ ସାଙ୍ଗରେ ସିଧା ବିଡିଓଙ୍କ କାର୍ଯ୍ୟାଳୟରେ ପହଞ୍ଚିବେ। ସବୁଠାରୁ ରୋମାଞ୍ଚକର କଥା ହେଲା ଖୋର୍ଦ୍ଧାରେ ବ୍ଲକ ଅଧ୍ୟକ୍ଷ କିଏ ହେବ ତାକୁ ନେଇ ଟଣାଓଟରା ଚାଲିଛି। ଗୋଟିଏ ପଟେ କାଇପଦରର ବିଜେଡି ସମର୍ଥିତ ପ୍ରାର୍ଥୀ ରାଜ କିଶୋର ପାତ୍ର ବ୍ଲକ ଅଧ୍ୟକ୍ଷ ହେବା ପାଇଁ ସଭ୍ୟମାନଙ୍କ ସମର୍ଥନ ପାଥେୟ କରିଥିବାବେଳେ ସ୍ଥାନୀୟ ବିଧାୟକଙ୍କ ଗୋଷ୍ଠୀ ବଳ ପ୍ରୟୋଗ କରୁଥିବା ଜଣେ ଜିଲାପରିଷଦ ସଭ୍ୟ କହିଛନ୍ତି। ଠିକ୍ ସେହିଭଳି ବେଗୁନିଆ, ଟାଙ୍ଗୀ ବ୍ଲକ ଭଳି ବିଭିନ୍ନ ଜିଲାରେ ସମାନ ପରିସ୍ଥିତି ଉପୁଜିଛି।
ଅନ୍ୟପକ୍ଷରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଯେ ଆଜି ସମସ୍ତ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ପଦ ନିମନ୍ତେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ। ଏଥିନିମନ୍ତେ ନିଯୁକ୍ତ ହୋଇଥିବା ନିର୍ବାଚନ ଅଧିକାରୀମାନେ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ଦେବେ। ୧୧ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଏବଂ ମଧ୍ୟାହ୍ନ ୧୨ଟା ପୂର୍ବରୁ ପ୍ରାର୍ଥୀମାନେ ଚାହିଁଲେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ମଧ୍ୟାହ୍ନ ୧୨ଟାରୁ ୧ ଘଟିକା ପର୍ଯ୍ୟନ୍ତ ନାଏବ ସରପଞ୍ଚ ପଦ ନିମନ୍ତେ ଭୋଟଗ୍ରହଣ କରାଯିବ ଓ ମତଦାନ ପରେ ଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories