bjd gruha runa

ଖେଳୁଥିବାବେଳେ ବୋମାକୁ ବଲ ଭାବି ଉଠାଇଲେ ପିଲା, ଆଉ ତାପରେ…

BJD Bijuli 480×75 Mob

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ହୁଗୁଳିରେ ବୋମା ବିସ୍ଫୋରଣ। ଜଣେ ମୃତ, ୩ ଆହତ। ପିଲାମାନେ ଖେଳୁଥିବାବେଳେ ବୋମାକୁ ବଲ ଭାବି ଉଠାଇଥିବାବେଳେ ବିସ୍ଫୋରଣ ଘଟିଥିଲା। ମୃତ ଶିଶୁ ରାଜ ବିଶ୍ଵାସ ବୋଲି ଜଣାପଡିଛି। ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ରାଜଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।  ରୂପମ୍ ବଲ୍ଲଭ ଏବଂ ସୌରଭ ଚୌଧୁରୀ ଏବେ ବି  ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ।  ବିସ୍ଫୋରଣରେ ଜଣେ ଶିଶୁର ହାତ ନଷ୍ଟ ହୋଇଯାଇଥିବା ଜଣାପଡିଛି। ପରେ ଖବର ପାଇ ହୁଗୁଳି ରୁରାଲ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Comments are closed.