www.samajalive.in
Friday, December 12, 2025
15.1 C
Bhubaneswar

ଘରୋଇ ଉପାୟରେ ଦୂର କରନ୍ତୁ ମୁହଁର କଣା ଦାଗ

ସାଧାରଣତଃ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ସମସ୍ତେ ଚାହାନ୍ତି। ଏଥିପାଇଁ ଅନେକ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ହେଲେ ବେଳେବେଳେ ମୁହଁର ବହୁତ ଯତ୍ନ ନେବା ସତ୍ତ୍ବେ ଅନେକ ସମସ୍ୟା ଦେଖା ଦେଇଥାଏ। ସେହି ସମସ୍ୟାଗୁଡ଼ିକ ମଧ୍ୟରୁ ମୁହଁର କଣା ଦାଗ ଗୋଟିଏ। ଏହାକୁ ନେଇ ଯେତେ ଉପଚାର କଲେ ମଧ୍ୟ ଅନେକ ସମୟରେ ସୁଫଳ ମିଳି ନଥାଏ। କଣାଦାଗ ମୁହଁର ସୌନ୍ଦର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ବିଗାଡ଼ି ଦେଇଥାଏ। ତେବେ ଚାଲନ୍ତୁ ଜାଣିବା ଏପରି କିଛି ଘରୋଇ ଉପଚାର ବିଷୟରେ, ଯାହାକୁ ଆପଣାଇବା ଦ୍ୱାରା ଖୁବ୍‍ କମ୍‍ ଦିନରେ ମୁହଁର କଣା ଦାଗରୁ ମୁକ୍ତି ମିଳି ପାରିବ।

• ଅଣ୍ଡାର ଧଳା ଅଂଶରେ ତ୍ବଚାର ଉଜ୍ବଳତା ବୃଦ୍ଧିକାରୀ ଅନେକ ତତ୍ତ୍ୱ ଭରି ରହିଥାଏ। ଏହା ତ୍ୱଚାକୁ ଟାଇଟ୍ ରଖିବା ସହ କଣା ଦାଗକୁ ମଧ୍ୟ ବନ୍ଦ କରିଥାଏ। ଏହାକୁ ସପ୍ତାହକୁ ଦୁଇଥର ଲଗାଇବା ଦ୍ବାରା ସୁଫଳ ମିଳିବ।
• କାକୁଡ଼ି ତ୍ୱଚାର ନମନୀୟତାକୁ ବଜାୟ ରଖେ। ପ୍ରତିଦିନ କାକୁଡ଼ି ରସକୁ ତ୍ୱଚାରେ ଲଗେଇଲେ କଣା ଦାଗ ବନ୍ଦ ହୋଇଥାଏ।
• ଟମାଟୋରେ ପ୍ରାକୃତିକ ଏସିଡ୍ ଓ ତୈଳ ଭରି ରହିଥାଏ। ଏହା ତ୍ୱଚାକୁ ଟାଇଟ୍ ରଖିବାରେ ଓ ତ୍ୱଚାରେ ହୋଇଥିବା କଣା ଦାଗକୁ ରୋକିବାରେ ସାହାଯ୍ୟ କରିଥାଏ।
• ଲେମ୍ବୁରେ ଆଷ୍ଟ୍ରିଜେଣ୍ଟ ପରିମାଣ ଅଧିକ ଥାଏ। ଏହା ତ୍ୱଚାକୁ ସଫା ରଖିବା ସହ କଣା ଦାଗ ଦୂର କରିଥାଏ। ସପ୍ତାହକୁ ଦୁଇଥର ଲେମ୍ବୁ ରସରେ ମହୁ ମିଶାଇ ମୁହଁରେ ଲଗାଇବା ଦ୍ବାରା ଲାଭ ମିଳିଥାଏ।
• ଘିକୁଆଁରୀ କଣା ଦାଗ ପାଇଁ ବେଶ୍ ଲାଭଦାୟକ। ଏହା ବ୍ରଣ ଓ କଳା ଦାଗ ଦୂର କରିବା ସହ କଣା ଦାଗରୁ ମୁକ୍ତି ଦେଇଥାଏ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories