www.samajalive.in
Monday, December 15, 2025
27.1 C
Bhubaneswar

ଶ୍ଵାସ ରୋଗର ଘରୋଇ ଉପଚାର

ଆଜମା ବା ଶ୍ଵାସ ରୋଗ ଆଜିକାଲି ଏକ ବଡ଼ ସମସ୍ୟା ପାଲଟିଛି। ଡାକ୍ତରୀ ଚିକିତ୍ସା ପରେ ମଧ୍ୟ ଲୋକେ ଏଥିରୁ ନିସ୍ତାର ପାଇ ପାରୁ ନାହାନ୍ତି। ଏହି ରୋଗ ସବୁ ବୟସର ଲୋକଙ୍କୁ ଆକ୍ରମଣ କରିଥାଏ। ଏଥିରେ ପୀଡ଼ିତ ଲୋକଙ୍କ ଛାତିରେ ଯନ୍ତ୍ରଣା ହେବା ସହ କାଶ ମଧ୍ୟ ହୋଇଥାଏ ଓ ଶ୍ଵାସକ୍ରିୟାରେ ବହୁତ କଷ୍ଟ ଅନୁଭୂତ ହୋଇଥାଏ। ଏହି କଷ୍ଟରୁ ମୁକ୍ତି ପାଇବା ପାଇଁ ବା ଶ୍ୱାସକୁ ନିୟନ୍ତ୍ରଣରେ ରଖିବା ପାଇଁ ବାହାରେ ମିଳୁଥିବା ଔଷଧ ଅପେକ୍ଷା ଘରୋଇ ଉପାୟ ଆପଣାଇବା ବହୁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଶ୍ଵାସ ରୋଗରୁ ମୁକ୍ତି ପାଇବାର ଘରୋଇ ଉପଚାର –

• ଏକ ଲିଟର ପାଣିରେ ଏକ ଚାମଚ ମେଥି ମିଶାଇ ଅଧଘଣ୍ଟା ପର୍ୟ୍ୟନ୍ତ ଫୁଟାନ୍ତୁ । ଏହାକୁ ଛାଣି ଟିକେ ଅଦା ରସ ଏବଂ ମହୁ ମିଶାଇ ଏହାକୁ ସେବନ କରନ୍ତୁ । ପ୍ରତିଦିନ ସକାଳୁ ଏହାକୁ ପିଇବା ଦ୍ୱାରା ଶ୍ୱାସ ଅନେକାଂଶରେ ନିୟନ୍ତ୍ରଣରେ ରହିଥାଏ ।
• ସୋରିଷ ତେଲରେ କର୍ପୁର ପକାଇ ଗରମ କରନ୍ତୁ । ଟିକେ ଥଣ୍ଡା ହେବା ପରେ ଏହି ତେଲକୁ ଛାତି ଏବଂ ପିଠିରେ ମାଲିସ କରନ୍ତୁ । ୨-୩ ଥର ମାଲିସ କରିବା ଦ୍ୱାରା ନିଶ୍ୱାସ ନେବା ସହଜ ହେବା ସହ ଆରାମ ଲାଗିଥାଏ।
• ଅଦା,ମହୁ ଏବଂ ଡାଳିମ୍ବକୁ ମିଶାଇ ଏକ ପାନୀୟ ତିଆରି କରନ୍ତୁ । ଆଜମା ହେବା ସମୟରେ ଦିନକୁ ୨-୩ ଥର ଏହାକୁ ସେବନ କଲେ ପାର୍ଥକ୍ୟ ଆପେ ଆପେ ଜାଣି ପାରିବେ ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories