www.samajalive.in
Sunday, December 7, 2025
23.1 C
Bhubaneswar

କୋମଳ ଓ ଚିକ୍କଣ ତ୍ବଚା ପାଇଁ ଘରୋଇ ଫେସ୍‌ପ୍ୟାକ୍

ଏକ ସୁନ୍ଦର ଓ ଚିକ୍କଣ ତ୍ୱଚା ପାଇବାକୁ ସମସ୍ତେ ଚାହାନ୍ତି। ଏଥିପାଇଁ ଲୋକେ ବହୁତ କିଛି ଉପାୟକୁ ଆପଣାଇ ଥାଆନ୍ତି। ହେଲେ ବେଳେବେଳେ ଏହା ଲାଭ ବଦଳରେ ଆପଣଙ୍କୁ କ୍ଷତି ପହଁଚାଇଦିଏ। ତେବେ ଏପରି କିଛି ଘରୋଇ ଉପାୟ ଅଛି ଯାହାକୁ ଆପଣାଇବା ଦ୍ବାରା ତେଲିଆ ତ୍ବଚା ସମସ୍ୟା ଦୂର ହେବା ସହ ଏକ ଉଜ୍ବଳ ଓ ଚିକ୍କଣ ଚେହେରା ପାଇ ପାରିବେ। ଆସନ୍ତୁ ଜାଣିବା ତ୍ବଚାକୁ ସୁନ୍ଦର ଓ ଚିକ୍କଣ କରିବାର ଘରୋଇ ଉପାୟ ବିଷୟରେ –

ଚନ୍ଦନ ଏବଂ ମୁଲତାନି ମାଟି : ତ୍ୱଚାରେ କୋମଳତା ଓ ଉଜ୍ବଳତା ଆଣିବା ପାଇଁ ଚନ୍ଦନ ଏବଂ ମୁଲତାନି ମାଟିରେ ପ୍ରସ୍ତୁତ ଫେସପ୍ୟାକ୍ ବ୍ୟବହାର କରନ୍ତୁ। ଏଥିପାଇଁ ବରାବର ମାତ୍ରାରେ ମୁଲତାନି ମାଟି ଏବଂ ଚନ୍ଦନ ପାଉଡର ନିଅନ୍ତୁ। ବ୍ରଣ ଏବଂ କୁଞ୍ଚିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚିମୁଟାଏ ଲୁଣ ଏବଂ ୩-୪ ଚାମଚ କ୍ଷୀର ଏହି ମିଶ୍ରଣରେ ପକାଇ ପାରିବେ। ଏହା ସୁଖିବା ପର୍ୟ୍ୟନ୍ତ ଏହାକୁ ଚେହେରାରେ ଲଗାଇ ରଖନ୍ତୁ। ଏହାପରେ ଉଷୁମ ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା ତ୍ୱଚାରେ ଚମକ ଆସିବା ସହିତ ସୁନ୍ଦରତା ବଢ଼ିଥାଏ।

- Advertisement -

ଲବଙ୍ଗ ଫେସପ୍ୟାକ୍ : ଲବଙ୍ଗରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ବ୍ରଣ ସମସ୍ୟାରୁ ମୁକ୍ତି ଦେବା ପାଇଁ ଏହା ଉତ୍ତମ ପ୍ରମାଣିତ ହୋଇଥାଏ। ଏହାସହିତ ଚେହେରାରୁ ଦାଗ ମଧ୍ୟ ଦୂର କରେ। ତ୍ୱଚାର ଲୋମଛିଦ୍ରରେ ରହିଥିବା ତେଲକୁ ମଧ୍ୟ ବାହାର କରିବାରେ ସହାୟକ ହୋଇଥାଏ। ୪-୫ଟି ଲବଙ୍ଗକୁ ଅଳ୍ପ ପାଣି ସହିତ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ରାତିସାରା ରଖନ୍ତୁ। ସକାଳୁ ଉଠି ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ବାରା ତ୍ବଚାରେ ଚମକ ଆସିବା ସହ ବ୍ରଣ ସମସ୍ୟା ଆଦି ଦୂର ହୋଇଥାଏ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories