www.samajalive.in
Sunday, December 14, 2025
26.1 C
Bhubaneswar

ପିଲାଙ୍କ ପାଇଁ ହୋଲି ସତର୍କତା

ହୋଲି ଖେଳ ପାଇଁ ପିଲାଙ୍କ ଯଥେଷ୍ଟ ସ୍ୱାସ୍ଥ୍ୟ ସତର୍କତା ରହିଛି। ତେବେ ପିଲାଙ୍କ ପାଇଁ ସତର୍କତାର ଅଭାବ ରହିଲେ ଏହା ସେମାନଙ୍କ ପାଇଁ ହୁଏତ କଷ୍ଟର କାରଣ ହୋଇପାରେ। ପ୍ରାୟତଃ ଦେଖାଯାଇଥାଏ ପିଲାମାନେ ହୋଲିରେ ବେଶ୍‌ ଖୁସିରେ ସମୟ କଟାଇବାକୁ ଚାହିଁଥାନ୍ତି। ଏହା ଭିତରେ ସେମାନେ ରଙ୍ଗର ତାତ୍ପର୍ଯ୍ୟ ଓ ବୈଜ୍ଞାନିକ କାରଣ ସହ ତଜ୍ଜନିତ କୁପ୍ରଭାବ ସମ୍ପର୍କରେ ଚିନ୍ତା କରିବାର ସୁଯୋଗ ପାଇ ନଥାନ୍ତି। ପିଲାମାନେ ସ୍ୱାଭାବିକ ଭାବେ ଖେଳକୁଦ କରି ସମୟକୁ ବେଶ୍‌ ହସଖୁସି ସହ କଟାଇବାକୁ ଚାହୁଁଥିଲେ ବି ସାମାନ୍ୟ ସତର୍କତାର ଅଭାବ ରହିଲେ ଏହା ପିଲାଙ୍କ ପାଇଁ କଷ୍ଟ ଓ ଯନ୍ତ୍ରଣାର ଅବସର ସୃଷ୍ଟି କରିଥାଏ।

ବର୍ତ୍ତମାନ ବଜାରରେ ଯେଉଁ ରଙ୍ଗ ବିକ୍ରି ହେଉଛି, ତାହା କୋମଳମତି ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଯଥେଷ୍ଟ କି ନୁହେଁ ଏହା ହିଁ ବଡ଼ ପ୍ରଶ୍ନ। କାରଣ ରଙ୍ଗ ବେପାରୀମାନେ ବୁଝି ନଥାନ୍ତି ଯେ ଏହା ପିଲାଙ୍କ ପାଇଁ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଠିକ୍‌ ବା ଭୁଲ ? ଅଧିକାଂଶ କ୍ଷେତ୍ରରେ ଦେଖାଯାଇଥାଏ ପିଲମାନେ ସର୍ବପ୍ରଥମେ ଚର୍ମ ସମସ୍ୟା ଠାରୁ ଆଖି ସମସ୍ୟା ଏପରିକି ଭେଷଜ ସମସ୍ୟାଠାରୁ ଶିଶୁରୋଗ ବିଭାଗର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ପ୍ରଥମତଃ ପିଲାମାନେ ଆନନ୍ଦ ସହକାରେ ହୋଲିରେ ନିଜକୁ ହସଖୁସିର ସହିତ ପରିବାର କେହିବି ହୁଅନ୍ତୁ ବା ସାଙ୍ଗସାଥୀ ଖୁସିରେ କଟାଇବାକୁ ଚାହାଁନ୍ତି। କିନ୍ତୁ ବର୍ତ୍ତମାନ କେତେକ କ୍ଷେତ୍ରରେ ରଙ୍ଗ ବ୍ୟବସାୟୀମାନେ କୁପ୍ରଭାବ ରହୁଥିବା ରଙ୍ଗ ସମ୍ମିଶ୍ରଣକୁ ମିଶାଉଥିବାରୁ ଏହା ପରବର୍ତ୍ତୀ ସମୟରେ ପିଲାଙ୍କ ପାଇଁ ଯନ୍ତ୍ରଣାର କାରଣ ହୋଇଥିଲେ ବି ସେମାନେ କିନ୍ତୁ ବ୍ୟବସାୟିକ ଦୃଷ୍ଟିକୋଣରୁ ଚିନ୍ତା କରି ନଥାନ୍ତି। ବଡ଼ ଖୁସିର କଥା, ସରକାର ହୋଲି ସମୟରେ ପିଲାଙ୍କ ସ୍ୱାସ୍ଥ୍ୟ ଖବରକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚିନ୍ତା କରି ବଡ଼ ମେଡ଼ିକାଲ ହେଉ ବା ଶିଶୁଭବନ, ଜିଲା ହସ୍‌ପିଟାଲ ହେଉ ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପିଲାଙ୍କ ସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦେଇ ଚିକିତ୍ସା ବା ପରାମର୍ଶକୁ ଗୁରୁତ୍ୱ ଦେଇଥାନ୍ତି। ପିଲାମାନେ ସ୍ୱାଭାବିକ ଭାବରେ ଖେଳ ଓ ଆନନ୍ଦ ପ୍ରିୟ ହୋଇଥିବାରୁ ସେମାନେ ପରବର୍ତ୍ତୀ ତତ୍‌ଜନିତ ପାର୍ଶ୍ବ ପ୍ରତିକ୍ରିୟାକୁ ଚିନ୍ତା କରି ନଥାନ୍ତି। ଯାହାକି ସବୁଠାରୁ ବଡ଼ ସମସ୍ୟାର କାରଣ ହୋଇଥାଏ। ଅବିର ରଙ୍ଗ ଗୁଣ୍ଡ କେତେକ କ୍ଷେତ୍ରରେ ଖରାପ ହୋଇପାରି ନଥାଏ ସତ; କିନ୍ତୁ ବର୍ତ୍ତମାନ ବଜାରରେ ବିକ୍ରି ହେଉଥିବା ରାସାୟନିକ ରଙ୍ଗଯୁକ୍ତ ଅବିର ହେଉ ବା ହୋଲି ପିଚ୍‌କାରୀର ରଙ୍ଗ ଏହା ନିଶ୍ଚିତ ଭାବେ ପିଲାଙ୍କ ବିଶେଷ କରି ଚର୍ମ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିଥାଏ।

- Advertisement -

ଦ୍ୱିତୀୟତଃ ପିଲାମାନେ ବେଳେ ବେଳେ ରଙ୍ଗ ବୋଳିବା କ୍ଷେତ୍ରରେ ଚକ୍ଷୁକୁ ଗୁରୁତ୍ୱ ଦେଉ ନଥିବାରୁ ଏହା ସବୁଠାରୁ ମୂଲ୍ୟବାନ ଚକ୍ଷୁକୁ ହିଁ ପ୍ରଭାବିତ କରିବାର ସମ୍ଭାବନାକୁ ସୃଷ୍ଟି କରିପାରେ; ଯାହାକି ପରବର୍ତ୍ତୀ ସମୟରେ କୋମଳମତି ପିଲାଙ୍କ ପାଇଁ ଯନ୍ତ୍ରଣାର କାରଣ ହୋଇଥାଏ। ଖୁସିର କଥା, ବିଶେଷକରି ହୋଲି ସମୟରେ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଭାବରେ ତତ୍ପରତା ପ୍ରକାଶ ପାଇଥାଏ। ଏହାର ଯଥେଷ୍ଟ ପୂର୍ବରୁ ଗଣମାଧ୍ୟମରେ ପିଲାଙ୍କ ସ୍ୱାସ୍ଥ୍ୟ ସମ୍ପର୍କତା ସମ୍ବନ୍ଧରେ ବିଭିନ୍ନ ସଚେତନଧର୍ମୀ, ବିଜ୍ଞାପନ ପ୍ରକାଶ ପାଇଥାଏ। ପିଲାଙ୍କ ପାଇଁ ହୋଲି ବେଶ୍‌ ହସଖୁସିରେ ବିତୁ ଏହା ସମସ୍ତେ ଚାହିଁଥାନ୍ତି; କିନ୍ତୁ ସାମାନ୍ୟ ଅସତର୍କତା ରହିଲେ ଏହା ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ କଷ୍ଟର ସମସ୍ୟାକୁ ନେଇ ଏକ ବିରାଟ ପ୍ରଶ୍ନ ସୃଷ୍ଟି କରିଥାଏ। ଏହି ସମୟରେ ପ୍ରାୟତଃ ବିଦ୍ୟାଳୟ ଓ ଶିକ୍ଷାୟତନ ଛୁଟି ନେଉଥିବାରୁ ପିଲାମାନେ ଛୁଟି ଅବସର ପାଇ ରଙ୍ଗ ଓ ଫଗୁଣର ମହୋତ୍ସବକୁ ବେଶ୍‌ ହସଖୁସିର ସହିତ ପାଳନ କରୁଥିଲେ ବି ସେମାନଙ୍କର ସାମାନ୍ୟ ସତର୍କତାର ଅଭାବ ପରବର୍ତ୍ତୀ ସମୟରେ ଅତ୍ୟନ୍ତ କଷ୍ଟକର ମୁହୂର୍ତ୍ତ ନେଇ ସୃଷ୍ଟି କରିଥାଏ। ତେଣୁ ଯଥାସମ୍ଭବ ରଙ୍ଗ ଖେଳିବା ପୂର୍ବରୁ ଶିଶୁଙ୍କ ଅଭିଭାବକମାନେ ଯତ୍ନବାନ ହେବାର ଆବଶ୍ୟକତା ରହିଛି। ମୁଣ୍ଡଫଟା ସମେତ ଅନ୍ୟାନ୍ୟ ଜଟିଳ ରଙ୍ଗ ଠାରୁ ଦୂରେଇ ରହିବା ଲାଗି ପିତାମାତା ପରାମର୍ଶ ଦେବା ଆବଶ୍ୟକ। ଏ ଦିଗରେ ଯଥେଷ୍ଟ ସତର୍କତା ହିଁ ନିହାତି ବିପଦମୂଳକ ପରିସ୍ଥିତିରୁ ଦୂରେଇ ରଖିଥାଏ। ଏହାକୁ ଚିନ୍ତା କରି ପ୍ରାୟତଃ ଶିଶୁରୋଗୀ ସରକାର ବ୍ୟବସ୍ଥିତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଆପଣାଇଲେ ନିଶ୍ଚିତ ଭାବେ ପିଲାମାନେ ବେଶ୍‌ ହସଖୁସିର ସହିତ ହୋଲିକୁ ପାଳିପାରିବେ, ଏଥିରେ ଦ୍ୱିମତ ନାହିଁ।

ଡାକ୍ତର ଜ୍ୟୋତିରଞ୍ଜନ ଚମ୍ପତରାୟ
ଶିଶୁରୋଗ ବିଭାଗ, ଶିଶୁଭବନ, କଟକ

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories