www.samajalive.in
Monday, December 15, 2025
16.1 C
Bhubaneswar

ହକି: ଅର୍ଜୁନ ପାଇଁ ମନପ୍ରୀତ,ସବିତା ଓ ଧରମବୀରଙ୍କ ନାମ ସୁପାରିସ

ନୂଆଦିଲ୍ଲୀ : ସମ୍ମାଜନଜକ ଅର୍ଜୁନ ପୁରସ୍କାର ନିମନ୍ତେ ମନ୍‌ପ୍ରୀତ୍‌ ସିଂହଙ୍କ ସହ ୩ଜଣଙ୍କ ନାମ ସୁପାରିସ କରିଛି ହକି ଇଣ୍ଡିଆ। ମଧ୍ୟଭାଗ ଖେଳାଳି ମନ୍‌ପ୍ରୀତ ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ହକି ଦଳର ନେତୃତ୍ୱ ନେଇଥିଲେ। ମନ୍‌ପ୍ରୀତଙ୍କ ବ୍ୟତୀତ ଅନ୍ୟତମ ମଧ୍ୟଭାଗ ଖେଳାଳି ଧରମବୀର ସିଂହ ଓ ମହିଳା ଦଳର ଗୋଲରକ୍ଷକ ସବିତାଙ୍କ ନାମ ମଧ୍ୟ ଅର୍ଜୁନ ପୁରସ୍କାର ନିମନ୍ତେ ସୁପାରିସ କରାଯାଇଛି।
ଅନ୍ୟପକ୍ଷରେ ସାନ୍‌ଗାଇ ଇବେମହାଲ୍‌ ଚାନୁ ଓ ପୁରୁଷ ହକି ଦଳର ପୂର୍ବତନ ଅଧିନାୟକ ଭରତ ଛେତ୍ରିଙ୍କ ନାମ ଧ୍ୟାନଚାନ୍ଦ ପୁରସ୍କାର ନିମନ୍ତେ ହକି ଇଣ୍ଡିଆ ସୁପାରିସ କରିଛି। ପ୍ରଶିକ୍ଷକ ବିଏସ୍‌ ଚୌହ୍ୱାନଙ୍କ ନାମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ନିମନ୍ତେ ସୁପାରିସ କରାଯାଇଛି। ଧରମବୀର ଭାରତୀୟ ହକି ଦଳର ମଧ୍ୟଭାଗ ଖେଳାଳି। ୨୦୧୪ରେ କୋରିଆରେ ଆୟୋଜିତ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ସେ ସଦସ୍ୟ ଥିଲେ। ଏହାବାଦ୍‌ ୨୦୧୨ ଲଣ୍ଡନ ଅଲିମ୍ପିକ୍‌ସ ଓ ୨୦୧୪ ବିଶ୍ୱକପ୍‌ରେ ସେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ଅନ୍ୟପକ୍ଷରେ ଗତବର୍ଷ ଶ୍ରୀଜେଶ ଆଘାତପ୍ରାପ୍ତ ହେବା ପରେ ମନ୍‌ପ୍ରୀତ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ମାଲେସିଆକୁ ହରାଇ ଏସିଆ କପ୍‌ ଚମ୍ପିଆନ୍‌ ହୋଇଥିବା ବେଳେ ଗତବର୍ଷ ବିଶ୍ୱ ଲିଗ୍‌ ଫାଇନାଲରେ ମନ୍‌ପ୍ରୀତଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ବ୍ରୋଞ୍ଜ୍‌ ପଦକ ହାସଲ କରିଥିଲା। ଭାରତ ପକ୍ଷରୁ ୨୦୦ରୁ ଊର୍ଦ୍ଧ୍ବ ମ୍ୟାଚ୍‌ ଖେଳିଥିବା ମନ୍‌ପ୍ରୀତ ୨୦୧୨ ଓ ୨୦୧୬ ଅଲିମ୍ପିକ୍‌ସରେ ଜାତୀୟ ଦଳକୁ ପ୍ରତିନିଧିତ୍ୱ କରି ସାରିଛନ୍ତି। ଗତବର୍ଷ ଲଣ୍ଡନରେ ଆୟୋଜିତ ଚମ୍ପିଆନ୍‌ସ ଟ୍ରଫି ଓ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସେ ସଦସ୍ୟ ଥିଲେ। ଭାରତୀୟ ମହିଳା ଦଳର ଗୋଲରକ୍ଷକ ସବିତା ନିଜ ଚମତ୍କାର ପ୍ରଦର୍ଶନ ବଳରେ ୨୦୧୬ରେ ଭାରତକୁ ଏସିଆ କପ୍‌ ଚମ୍ପିଆନ୍‌ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ପୂର୍ବତନ ମହିଳା ଖେଳାଳି ସାନ୍‌ଗାଇ ଚାନୁ ୨୦୦୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଓ ୨୦୦୬ରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ହକି ଦଳର ସଦସ୍ୟ ଥିଲେ। ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରିଥିବା ସାନ୍‌ଗାଇ ୧୯୯୮ ଓ ୨୦୦୬ ବିଶ୍ୱକପ୍‌ରେ ଖେଳିଥିଲେ। ପୁରୁଷ ହକି ଦଳର ପୂର୍ବତନ ଅଧିନାୟକ ତଥା ଗୋଲରକ୍ଷକ ଭରତ ଛେତ୍ରି ୨୦୧୨ ଲଣ୍ଡନ ଅଲିମ୍ପିକ୍‌ସରେ ଦଳର ନେତୃତ୍ୱ ନେଇଥିଲେ। ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ଓ ୨୦୧୦ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ୍‌ ପଦକ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories