ଏକ୍ୟୁଆଇଏସ୍, ଆଇଏସକୁ ନିଷିଦ୍ଧ କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ
ନୂଆଦିଲ୍ଲୀ : ଅଲ କାଏଦା ଇନ୍ ଇଣ୍ଡିଆନ ସବ୍କଣ୍ଟିନେଣ୍ଟ (ଏକ୍ୟୁଆଇଏସ୍) ଓ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ଭଳି ଆତଙ୍କବାଦୀ ସଂଗଠନକୁ ଭାରତ ସରକାର ନିଷିଦ୍ଧ କରିଛନ୍ତି। ଏ ନେଇ ଗୁରୁବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆତଙ୍କବାଦୀ ସଂଗଠନ ଅଲ କାଏଦାର ଏକ ଅନୁବନ୍ଧିତ ସଂଗଠନ ହେଉଛି ଏକ୍ୟୁଆଇଏସ୍। ଯାହା ଭାରତୀୟ ଉପମହାଦେଶରେ କାର୍ଯ୍ୟ କରିଥାଏ। ସେହିପରି ଆଫଗାନିସ୍ତାନରେ ସକ୍ରିୟ ରହିଥିବା ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଆଇଏସ୍) ବା ଇସଲାମିକ ଷ୍ଟେଟ ଅଫ ଇରାକ ଆଣ୍ଡ ସିରିଆ (ଆଇଏସଆଇଏସ୍)ର ଅନୁବନ୍ଧିତ ଇସଲାମିକ ଷ୍ଟେଟ୍ ଇନ୍ ଖୋରାସାନ ପ୍ରୋଭିନ୍ସ ସଂଗଠନକୁ ଭାରତରେ ନିଷିଦ୍ଧ କରାଯାଇଛି। ଏହି ଦୁଇ ସଂଗଠନ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇବା ସହ ଜେହାଦ ଲାଗି ଲୋକଙ୍କୁ ପ୍ରବର୍ତ୍ତାଇଥାଏ। ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆଇନ ୧୯୬୭ର ଧାରା ୩୭ ଅନୁଯାୟୀ ଏହି ଦୁଇ ସଂଗଠନକୁ ନିଷିଦ୍ଧ କରାଯାଇଛି।