ହରଭଙ୍ଗା : ହରଭଙ୍ଗା ତହସିଲ ପ୍ରଶାସନ ପକ୍ଷରୁ ବେଆଇନ ବାଲି ଚାଲାଣ ନେଇ ଚଢଉ କରାଯାଇ ଗୋଟିଏ ବାଲି ବୋଝେଇ ହାଇୱା ଜବତ କରାଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଶନିବାର ଛୁଟି ଦିନରେ ହରଭଙ୍ଗା ତହସିଲର ଧଳପୁର-ପୁରୁଣା କଟକ ରାସ୍ତାରେ ଚଢଉ କରି ଏକ ବାଲି ବୋଝେଇ ହାଇୱା ଜବତ କରିବା ସହ ୨୮ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଅତିରିକ୍ତ ତହସିଲଦାର ହରିଓଁ ଭୋଇ ସୂଚନା ଦେଇଛନ୍ତି। ଏହି ଚଢଉରେ ସୁପରଭାଇଜର ନିଶିକାନ୍ତ ମେହେରଙ୍କ ସହ ଧଳପୁର ଆରଆଇ ଉପସ୍ଥିତ ଥିଲେ।
Popular Categories



