www.samajalive.in
Monday, December 15, 2025
16.1 C
Bhubaneswar

ଚୌଦ୍ୱାର ସହରରେ ଲାଗିଲା ସିସିଟିଭି କ୍ୟାମେରା

ଚୌଦ୍ୱାର : ସହରରେ ଅପରାଧ ନିୟନ୍ତ୍ରଣ ଓ ଟ୍ରାଫିକ୍ ପରିଚାଳନାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଚୌଦ୍ୱାର ଅଞ୍ଚଳର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗା ଯାଇଛି । ଇମ୍ଫାର ସମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ୍ ଓ କମିସନରେଟ ପୁଲିସର ସହଭାଗିତାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ଚୌଦ୍ୱାର ଥାନାରେ ଏନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଟକ ଡିସିପି ପିନାକ ମିଶ୍ର ଯୋଗଦେଇ ଏହି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଚୌଦ୍ୱାର ସହର ମଧ୍ୟଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ, ପୌରପାଳିକାର ୧୯ଟି ୱାର୍ଡକୁ ସଂଯୋଗ କରୁଥିବା ରାସ୍ତା ସହିତ ଗଳିକନ୍ଦିିର ବିଭିନ୍ନ ସ୍ଥାନରେ ପ୍ରଥମ ପର୍ଯ୍ୟାୟରେ ମୋଟ ୪୬ଟି ସିସିଟିଭି କ୍ୟାମେରା ଲଗାଯାଇଥିବା ଶ୍ରୀ ମିଶ୍ର ସୂଚନା ଦେଇଥିଲେ। ରାଜପଥର ନୁନ୍ଟିକିରୀ ଠାରୁ ଧୂମାବତୀ ଛକ , କଳିଙ୍ଗ ଛକ, ଗାନ୍ଧୀଛକ ଠାରୁ ବିରୂପା ବ୍ୟାରେଜ ଓ ଚୌଦ୍ୱାରର ବିଭିନ୍ନ ଭିଡ଼ ଓ ସମ୍ବେଦନଶୀଳ ସ୍ଥାନରେ ଏହି କ୍ୟାମେରା ସବୁ ଲଗା ଯାଇଛି ।ଏହି କ୍ୟାମେରା ସଂସ୍ଥାପନ ପାଇଁ ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ପକ୍ଷରୁ ଅନୁଦାନ ପ୍ରଦାନ କରାଯାଇଥିବା ଜଣା ପଡ଼ିଛି । ପର୍ଯ୍ୟାୟ କ୍ରମେ ସହରର ଅନ୍ୟ ସ୍ଥାନ ମାନଙ୍କରେ ଆହୁରି ଅଧିକ କ୍ୟାମେରା ଲଗାଯିବ ଓ ଏହା ସହରର ଅପରାଧ ନିୟନ୍ତ୍ରଣରେ ବହୁ ମାତ୍ରାରେ ଉପଯୋଗୀ ହେବ ବୋଲି ଡିସିପି ପ୍ରକାଶ କରିଥିଲେ।

- Advertisement -

ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏଡିସିପି ଅନୀଲ ମିଶ୍ର,ଏସିପି ଅମିତାଭ ମାହାପାତ୍ର, ଯୋନ-୧ ଏସିପି ଅରୁଣ କୁମାର ସ୍ୱାଇଁ, ଇମ୍ଫାର ବରିଷ୍ଠ ଉପ ସଭାପତି ବିନୟ ଅଗ୍ରୱାଲ, ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଇମ୍ଫା ମାନବ ସମ୍ବଳ ଡିଜିଏମ୍ ଜି.ଶାରଦା ପ୍ରସାଦ ରାଓ, ଲୋକ ସମ୍ପର୍କ ମ୍ୟାନେଜର ଧ୍ରୁବ ଚରଣ ରାଉତ, ସମସ୍ତ ପୌର କାଉନସିଲର, ବିଭିନ୍ନ ବଜାର କମିଟି ପ୍ରତିନିଧି ମାନଙ୍କ ସମେତ ବହୁ ବରିଷ୍ଠ ନାଗରିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories