ଆଜି ହିରୋସୀମା ଦିବସ : ୧୯୪୫ରେ ହିରୋସୀମା ସହର ଉପରେ ପରମାଣୁ ବୋମା ପକାଇଥିଲା ଆମେରିକା
ନୂଆଦିଲ୍ଲୀ: ପ୍ରତିବର୍ଷ ଅଗଷ୍ଟ ୬ରେ ହିରୋସୀମା ଦିବସ ପାଳନ କରାଯାଇଥାଏ। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ୧୯୪୫ ମସିହା ଅଗଷ୍ଟ ୬ରେ ଜାପାନର ହିରୋସୀମା ସହର ଉପରେ ପରମାଣୁ ବୋମା ପକାଇଥିଲା ଆମେରିକା। ଏହି ପରମାଣୁ ବୋମାମାଡ଼ରେ ହିରୋସୀମାରେ ପାଖାପାଖି ୮୦ ହଜାର ଲୋକ ତତ୍କ୍ଷଣାତ୍ ପ୍ରାଣ ହରାଇଥିବାବେଳେ ଲକ୍ଷାଧିକ ବ୍ୟକ୍ତି ପଙ୍ଗୁ ହୋଇଯାଇଥିଲେ। ସେହି ପରମାଣୁ ବୋମା ‘ଲିଟିଲ୍ ବୟ’ ନାମରେ ଜଣାଣୁଣା। ପରମାଣୁ ଅସ୍ତ୍ରର ଭୟାବହତା ସମ୍ପର୍କରେ ଜଣାଇବା ଉଦ୍ଦେଶ୍ୟରେ ହିରୋସୀମା ଦିବସ ପାଳିତ ହାଇ ଆସୁଛି। ଏହି ଦିବସରେ ମୃତକଙ୍କ ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରାଯିବା ସହ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।
Comments are closed.