www.samajalive.in
Saturday, December 6, 2025
23.1 C
Bhubaneswar

ଆସନ୍ତା ସେପ୍ଟେମ୍ବରରେ ରାଜ୍ୟସ୍ତରୀୟ ରଗବି ଫୁଟବଲ ଟୁର୍ଣ୍ଣାମେଣ୍ଟ

ଫୁଲବାଣୀ: ସୋମବାର ସ୍ଥାନୀୟ ବନାନୀ କଳା ସଙ୍ଗମ ପରିସରରେ ରାଜ୍ୟସ୍ତରୀୟ ରଗବି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ନିମନ୍ତେ କ୍ରୀଡ଼ାବିତ, ବୁଦ୍ଧିଜୀବୀ, ଓ କ୍ରୀଡ଼ାପ୍ରେମୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସାମ୍ବାଦିକ ସୁନିଲ ପଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କ୍ରୀଡ଼ାବିତ, ତଥା ଆସର୍ଟ ସମ୍ପାଦକ ମହମଦ ଜିଆ ଉଦିନ, ଅବସର ପ୍ରାପ୍ତ କାମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା, କ୍ରୀଡ଼ାବିତ ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଜିଲାରେ ରଗବି ଫୁଟବଲର ପ୍ରଚାର ପ୍ରସାର ପାଇଁ ଆସନ୍ତା ସେପ୍ଟେମ୍ବର ମାସ ଦ୍ୱିତୀୟ ସପ୍ତାହରେ ଫୁଲବାଣୀ ଠାରେ ୧୨ ବର୍ଷରୁ କମ ରାଜ୍ୟସ୍ତରୀୟ ରଗବି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ନିମନ୍ତେ ମତ ରଖିଥିଲେ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଇଂ ଅବନୀ କଂହର, ସନ୍ତୋଷ ଡିଗାଲ, ଅଶୋକ ମହାନ୍ତି,ସନାତନ ପ୍ରଧାନ, ରଗବି ଖେଳାଳି ଅର୍ଚିତା ପ୍ରଧାନ, ଶର୍ମିଲା ପ୍ରଧାନ, ଉଥପ ପ୍ରଧାନ ସଂଗୀତଜ୍ଞ ତଥା ସିନେ ଅଭିନେତା ଜଳନ୍ଧର କଂହର, ରଂଜିତ ଡିଗାଲ, ଅମୀୟ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ମତାମତ ଦେବା ସହ ଟୁର୍ଣ୍ଣାମେଣ୍ଟ ଆୟୋଜନ ଲାଗି ଜିଲ୍ଲା ସ୍ତରୀୟ ପରିଚାଳନା କମିଟି ଗଠନ ପାଇଁ ଏକ କମିଟି ଗଠନ କରିବାକୁ ମତ ରଖିଛନ୍ତି। ଜିଲ୍ଲା ଆୟୋଜକ କମିଟିର ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ସୁନିଲ ପଟନାୟକ, ଉପସଭାପତି ରାଧା ମୋହନ ମହାପାତ୍ର,ସିନେ ଆର୍ଟିଷ୍ଟ ତଥା କ୍ରୀଡ଼ାପ୍ରେମୀ ଜଳନ୍ଧର ବେହେରା, ସାଧାରଣ ସମ୍ପାଦକ ତଥା ଆବାହକ ମହମଦ ଜିଆ ଉଦିନ, ସହ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଅଶୋକ ମହାନ୍ତି ମନୋନୀତ ହୋଇଥିବାବେଳେ କୋଷାଧ୍ୟକ୍ଷ ଭାବେ ସମୀର ଘଟକ୍ଷଲ, ସଂଗଠନ ସମ୍ପାଦକ ଭାବେ ରଂଜିତ ଡିଗାଲ ମନୋନୀତ ହୋଇଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories