www.samajalive.in
Saturday, December 6, 2025
15.1 C
Bhubaneswar

ହୀରାକୁଦ ଜଳସ୍ତର ୬୧୮ ଫୁଟ୍‌ : ତଳିଆ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା

ହୀରାକୁଦ : ଫୁଲୁଛି ମହାନଦୀ। ହୀରାକୁଦ ଡ୍ୟାମରୁ ଗେଟ୍ ଖୋଲିବା ପରେ ମହାନଦୀରେ ଜଳସ୍ତର ବଢୁଛି। ରବିବାରଠାରୁ ୨୦ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମ୍ ରୁ ପାଣି ନିଷ୍କାସନ ହେଉଛି। ବର୍ତ୍ତମାନ ହୀରାକୁଦ ଡ୍ୟାମ୍‌ର ଜଳ ପତ୍ତନ ୬୧୮ ଫୁଟ୍ ରହିଛି। ଛତିଶଗଡ ପଟେ ପ୍ରବଳ ବର୍ଷା ହେଉଛି। ଯାହାଦ୍ଵାରା ହୀରାକୁଦ ଡ୍ୟାମରେ ଜଳସ୍ତର ଧୀରେ ଧୀରେ ବଢିବାରେ ଲାଗିଛି। ପ୍ରତି ସେକେଣ୍ଡକୁ ୨ ଲକ୍ଷ ୫୭ ହଜାର ୫୫ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୪୭ ହଜାର ୬୨୮ କ୍ୟୁସେକ୍ ଜଳ।  ଅପରପକ୍ଷରେ ଫାଟକ ଖୋଲାଯିବା ପରେ ତଳମୁଣ୍ଡରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିଥିଲେ ମଧ୍ୟ ବନ୍ୟା ଆଶଙ୍କା ନଥିବା ସ୍ବତନ୍ତ୍ର ରିଲିଫ ଆୟୁକ୍ତ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି। ଏହାସତ୍ତ୍ବେ ମହାନଦୀ ଅବବାହିକାର ୯ଟି ଜିଲାର ଜିଲାପାଳଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଥିବା ସେ କହିଛନ୍ତି। ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼, ଅନୁଗୋଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲାପାଳଙ୍କୁ ସେ ସତର୍କ କରାଇଛନ୍ତି। ବନ୍ୟାଜଳ ପ୍ରବାହିତ ହେବା ସମୟରେ ନଦୀ ଭିତରକୁ ଲୋକଙ୍କୁ ନଯିବା ପାଇଁ ଓ ନଦୀପଠାକୁ ଗୋରୁଙ୍କୁ ନ ଛାଡ଼ିବା ପାଇଁ ସତର୍କ କରାଇବାକୁ ସେ ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି। ଏଥିସହ ସ୍ଥିତି ଉପରେ କଡ଼ା ନଜର ରଖିବାକୁ ଜିଲାପାଳଙ୍କୁ ଏସଆରସି ନିର୍ଦେଶ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories