www.samajalive.in
Saturday, December 6, 2025
26.1 C
Bhubaneswar

ବିରାମଚନ୍ଦ୍ରପୁର ରାସ୍ତା ପାଲଟିଛି ମରଣଯନ୍ତା

ବୌଦ୍ଧ: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ବିରାମଚନ୍ଦ୍ରପୁର ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଫଳରେ ଲୋକେ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସହ ଦିନକୁ ଦିନ ଅସୋନ୍ତୋଷ ବଢିବାରେ ଲାଗିଛି । ଖୋର୍ଦ୍ଧା-ବଲାଙ୍ଗୀର  ଜାତୀୟ ରାଜପଥର ବିରନରସିଂହପୁର ଠାରୁ ବିରାମଚନ୍ଦ୍ରପୁର ଦେଇ ହାଟଗାଁ ପର୍ଯ୍ୟନ୍ତ ଏହି ରାସ୍ତା ଯାଇଛି। ରାସ୍ତା ଉପରେ ବିରାମଚନ୍ଦ୍ରପୁର, ମଙ୍ଗଳପୁର, ଘୋରଡା, ମହୁଲବୁରି, ମହାକୁଡପାଲି, କରଡି, ଚମ୍ପାମାଳି, ହାଟଗାଁ ଓ ବିରନରସିଂହପୁର ଗ୍ରାମର ଲୋକମାନେ ନିର୍ଭର କରିବା ସହ ପ୍ରତିଦିନ ଯିବା ଆସିବା କରିଥାନ୍ତି । ପ୍ରତିଦିନ ଛାତ୍ର ଛାତ୍ରୀ ବିରନରସିଂହପୁରକୁ ପଢିବା ପାଇଁ ମଧ୍ୟ ଆସିଥାନ୍ତି । ରାସ୍ତାଟି ଆଗରୁ ଉଚ୍ଚରେ ଥିବା ବେଳେ ବର୍ତ୍ତମାନ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ପାଇଁ ୫ରୁ ୬ ଫୁଟ ନିଚାରେ ନିର୍ମାଣ କରାଯାଇଥିବାରୁ ସମାନ୍ୟ ବର୍ଷା ହେଲେ ରାସ୍ତାରେ ପାଣି ଜମିବା ସହ ଯିବା ଆସିବାରେ ବହୁ ଅସୁବିଧା ଦେଖାଦେଇଛି  । ଏପେଟ ନିର୍ମାଣାଧୀନ ରେଲଧାରଣାରୁ ବର୍ଷା ଯୋଗୁଁ ମାଟି ଧୋଇହୋଇ ରାସ୍ତାରେ ଜମା ହେଉଥିବାରୁ ସାଇକେଲେ କି ମୋଟରସାଇକେଲେରେ ରାସ୍ତାରେ ଯିବା ସମ୍ଭବ ହୋଇପାରୁନାହଁ , ଫଳରେ ଦୁର୍ଘଟଣା ଘଟିବାରେ ଲାଗିଛି । ଏପେଟ ଅଞ୍ଚଳବାସୀ ଠିକା ସଂସ୍ଥାକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଆଦୌ ଶୁଣୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories