www.samajalive.in
Sunday, December 14, 2025
26.1 C
Bhubaneswar

ଆଇଟିଆଇ ହୀରାକୁଦ ଛାତ୍ର ବୀରେନ୍ଦ୍ର ସେଠ୍‍ ସର୍ବଭାରତୀୟ ଟପ୍ପର

ହୀରାକୁଦ: ଏଇ କିଛି ମାସ ତଳେ ଆଇଟିଆଇ ହୀରାକୁଦର ଦୁଇଜଣ ଛାତ୍ର ଆପ୍ରେଂଟିସ୍‍ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ପଂଚମ ଏବଂ ଷଷ୍ଠ ସ୍ଥାନ ଅଧିକାର କରି ଗୌରବ ରଚନା କରିଥିବା ବେଳେ ଏବେ ଏହାର ରେକର୍ଡ ପୃଷ୍ଠାରେ ଆଉ ଏକ ଇତିହାସ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି। ଯାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଇଟିଆଇର ମେସିନିଷ୍ଟ ଛାତ୍ର ବୀରେନ୍ଦ୍ର ସେଠ୍‍ ସର୍ବଭାରତୀୟ ଟ୍ରେଡ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଆଇଟିଆଇ ହୀରାକୁଦକୁ ପୁଣି ଥରେ ଗୌରବମୟ କରିଛନ୍ତି। ଏହି ସଫଳତା ପାଇଁ ଖୋଦ୍‍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‍ କରି ଶୁଭେଚ୍ଛା ଜ୍ଞାପନ କରିଥିବା ବେଳେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ଶୁଭେଚ୍ଛୁ, ସର୍ମ୍ପକୀୟ ତଥା ବନ୍ଧୁମହଲରୁ ଅଭିନନ୍ଦନର ସୁଅ ଛୁଟୁଛି।

ବୀରେନ୍ଦ୍ରଙ୍କ ପରିବାର ଏକ ନିମ୍ନ ମଧ୍ୟବିତ ପରିବାର। ବାପା ଟିଆରଏଲ କ୍ରୋସାକିର କର୍ମଚାରୂୀ। ପରିବାରରେ ମାଆ, ଭାଇ ଭାଉଜ ସହିତ ଏକ ପୁତୁରାଟିଏ ମଧ୍ୟ ଅଛି। ନିକଟରେ ଭଉଣୀର ବାହାଘର ମଧ୍ୟ ସରିଛି। ଏହି ସଫଳତାରେ ପରିବାରର ସମସ୍ତେ ଖୁସି ଅନୁଭବ କରୁଛନ୍ତି। ସେ ଏକ ଭିଡିଓ ବାର୍ତା ମାଧ୍ୟମରେ କହିଛନ୍ତି, ମହାମାରୀ କୋରୋନା ଭଳି କଠିନ ପରିସ୍ଥିତିରେ ମାଆ ବାପାଙ୍କ ସହଯୋଗ ତଥା ଅଶୀର୍ବାଦ ହେତୁ ଏହି ସଫଳତାର ଶ୍ରେୟ ନିଜ ପିତାମାତାଙ୍କ ଦେଇଛନ୍ତି। ଆଇଟିଆଇ ହୀରାକୁଦର ଛାତ୍ର ହିସାବରେ ନିଜକୁ ଭାଗ୍ୟବାନ ମନେକରି ଆଇଟିଆଇର ଅଧ୍ୟକ୍ଷ, ତାଲିମ ଅଧିକାରୀ, ସହକାରୀ ତାଲିମ ଅଧିକାରୀ, ସହପାଠୀ ବନ୍ଧୁମାନଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏକ ଉତମ ଚିନ୍ତାଧାରା ସହିତ ଉପଯୁକ୍ତ ମାର୍ଗଦର୍ଶନ ହେତୁ ଏହି ସଫଳତା ହାସଲ କରିଥିବା ପ୍ରକାଶ କରିଛନ୍ତି।

- Advertisement -

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଟ୍ୱିଟ୍‍ କରି ଅଭିନନ୍ଦନ ଜଣାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସିଏମଓ ଓଡିଶା ଯୋଗେ ଅଭିନନ୍ଦନ ଜଣେଇବା ସହିତ ଖୁସିବ୍ୟକ୍ତ କରିଛନ୍ତି। ଆଇଟିଆଇ ଅଧ୍ୟକ୍ଷ ଇଂ ସଚିଦାନନ୍ଦ ପାଢୀ ବୀରେନ୍ଦ୍ରଙ୍କ ଉନ୍ନତ ତଥା ଉଜ୍ଜ୍ୱଳ ଭବିଷ୍ୟତର କାମନା କରିବା ସହିତ ଏହା ଆଗାମୀ ଦିନରେ ଆହୁରି ଅନେକ ଦକ୍ଷ ତଥା କୁଶଳୀ ଛାତ୍ର ସୃଷ୍ଟି କରିବାରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ମହାମାରୀ କୋରୋନା ପରିସ୍ଥିତିରେ ଗତବର୍ଷ ଫାଇନାଲ୍‍ ପରୀକ୍ଷା ଯଥା ସମୟରେ ଅନୁଷ୍ଠିତ ହୋଇ ପାରି ନଥିଲା। ଯାହାଫଳରେ ଅନେକ ଛାତ୍ରଛା୍‍ତ୍ରୀ ତଥା ଅଭିଭାବକ ମାନସିକ ଚାପରେ ଥିଲେ। ସେଇ ପରୀକ୍ଷା ଗତ ଫେବୃୟାରୀ ମାସରେ ଅନଲାଇନ ଯୋଗେ ଅନୁଷ୍ଠିତ ହୋଇଥିଲା। ଯାହାର ଫଳାଫଳ ଦୁଇଦିନ ତଳେ ପ୍ରକାଶ ପାଇଥିଲା। ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାରେ ୫,୪୧,୧୨୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩,୯୪,୫୭୬ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିଲେ, ଯାହାର ପାସ୍‍ ପ୍ରତିଶତ ୭୨.୯। ଆଇଟିଆଇ ହୀରାକୁଦର ବୀରେନ୍ଦ୍ର ସେଠ୍‍ ମେସିନିଷ୍ଟ ଟ୍ରେଡରେ ଏବଂ ଆଇଟିଆଇ ବ୍ରହ୍ମପୁରର ସାଇ ଚରଣ ଦାଶ ମେକାନିକ୍‍ ମୋଟର ଭେହିକିଲ୍‍ ଟ୍ରେଡରେ ସର୍ବଭାରତୀୟ ସ୍ତରରେ ପ୍ରଥମସ୍ଥାନ ଅଧିକାର କରି ଓଡିଶାର ଟେକ ରଖିବାରେ ସହାୟକ ହୋଇପାରିଛନ୍ତି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories