ହୀରାକୁଦ ଜଳଭଣ୍ଡାରକୁ ଆସିଲେ ନୂଆ ପ୍ରଜାତିର ବିଦେଶୀ ପକ୍ଷୀ

ବୁର୍ଲା :  ଶୀତଋତୁ ଆରମ୍ଭ ହେବା ମାତ୍ରାରେ ହୀରାକୁଦ ଜଳଭଣ୍ଡାରର ନିଳ ଜଳରାଶିକୁ ବିଦେଶାଗତ ପକ୍ଷୀମାନଙ୍କ ଆଗମନ ପ୍ରତିବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ହୋଇଥାଏ। ପ୍ରାୟ ତିନିମାସ କାଳ ଏହି ପରିବ୍ରାଜକ ବିହଙ୍ଗମାନେ ଜଳଭଣ୍ଡାରର ନୀଳ ଜଳରାଶିକୁ ନିଜର ଅସ୍ଥାୟୀ ବାସସ୍ଥାନ ଭାବରେ ଆସି ପୁନଃ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ହୀରାକୁଦ ଜଳଭଣ୍ଡାରର ଅସୁମାରୀ ଜଳରାଶି ଉପଭୋଗ ପାଇଁ ଶୀତ ଋତୁରେ ଆସୁଥିବା ପରିବ୍ରାଜକ ପକ୍ଷୀମାନଙ୍କ ଗଣନା ଆସନ୍ତା ଜାନୁୟାରୀ ମାସ ୮ ତାରିଖ ଦିନ କରାଯିବ। ବର୍ଷକୁ ବର୍ଷ ଏହି କୃତ୍ରିମ ହ୍ରଦ ବା ହୀରାକୁଦ ଜଳଭଣ୍ଡାର ଏବଂ ଆଖପାଖରେ ଥିବା ଜଙ୍ଗଲ ଓ ପାହାଡ଼କୁ ବିଦେଶାଗତ ପକ୍ଷୀମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅର୍ନ୍ତଜାତୀୟ ସଂସ୍ଥା ଦ୍ୱାରା ରାମସର ଆଦ୍ର ଭୂମି ମାନ୍ୟତା ପାଇଥିବା ହୀରାକୁଦ ଜଳଭଣ୍ଡାରରେ ଏଥର ପକ୍ଷୀମାନଙ୍କ ସୁରକ୍ଷା ପାଇଁ ଗ୍ରାମବାସୀ ମାନେ ସାମିଲ ହୋଇଛନ୍ତି ।

ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ହୀରାକୁଦର ଉପରମୁଣ୍ଡ ଛତିଶଗଡ଼ ସୀମାରେ ଥିବା ଗୋବିନ୍ଦପୁର ଗ୍ରାମକୁ ପକ୍ଷୀ ଗ୍ରାମ ଘୋଷଣା କରାଯାଇଛି । ବବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ଜନସଚେତନତା କାର୍ଯ୍ୟକ୍ରମରେ ଗ୍ରାମବାସୀମାନଙ୍କୁ ସାମିଲ କରାଯାଇଛି । ଏଥର ଗତ ବର୍ଷ ଅପେକ୍ଷା ଅଧିକ ପ୍ରଜାତିର ନୂଆ ପକ୍ଷୀ ହୀରାକୁଦରେ ଦୃଷ୍ଟିଗୋଚର ହୋଇଛନ୍ତି । ଏମାନଙ୍କ ମଧ୍ୟରେ କର୍ଟନ ପିଗ୍ମି ଗୁସ୍, ଲିଟିଲ ଟର୍ଣ୍ଣ, ପରପଲ ସ୍ୱାମ୍ ହେନ୍, ମାର୍ସ ହେରିୟର୍ ଏବଂ ଲାର୍ଜ ଇଗ୍ରେଟ ରହିଛନ୍ତି । ଟଫ୍ଟେଡ଼ ଡକ, ରୁଡ଼ିସେଲ ଡକ, ଗ୍ରେଟ କ୍ରେଷ୍ଟେଡ ଡକ, ବାର ହେଡ଼େଡ ଗୁସ, ଲିଟିଲ ଗ୍ରୀବ, କଟନ ପିଗମି ଗୁସ, ଲେଜର ୱିସିଲିଙ୍ଗ ଡକ, ସ୍ପଟ ବିଲଡ ଡକ, ବ୍ରାଉନ ହେଡ଼େଡ ଗଲ, ପଲାସ ଗୁଲ, ୱିଷ୍କର୍ଡ଼ ଟର୍ଣ୍ଣ, ରିଭର ଟର୍ଣ୍ଣ, ଉଡ଼ ସେଣ୍ଡପିପର, ମାର୍ସ ସେଣ୍ଡପିପର, ଗ୍ରୀନ ସେଣ୍ଡପିପର, ଗ୍ରେ ୱାଗଟେଲ, ସାଇଟ୍ରିନ ୱାଗଟେଲ, ବ୍ୱାଇଟ ବ୍ରାଉଡ ୱାଗଟେଲ, ଫରେଷ୍ଟ ୱାଗଟେଲ, ଏସିଆନ ଓପନବିଲ ଷ୍ଟକ, ଗ୍ରେ ହେରୋନ, ଇଣ୍ଡିଆନ ପଣ୍ଡ ହେରନ, ନାଇଟ ହେରନ, ଗ୍ରେଟ କର୍ମୋରାଣ୍ଟ, ଲିଟିଲ କର୍ମୋରାଣ୍ଟ, ଇଣ୍ଡିଆନ କର୍ମୋରାଣ୍ଟ, ବ୍ରୋଞ୍ଜ ୱିଙ୍ଗଡ ଜାକାନା, ଫିସେଣ୍ଟ ଟେଲଡ ଜାକାନା, ବ୍ରାଉନ କ୍ରେକ, ଗ୍ରେ ହେଡ଼େଡ ସ୍ୱାମ୍ଫେନ, ହ୍ୱାଇଟ ବ୍ରେଷ୍ଟେଡ ୱାଟରହେନ, କମନ କିଙ୍ଗଫିସର, ପାଏଡ କିଙ୍ଗଫିସର, ହ୍ୱାଇଟ ଥ୍ରୋଟେଡ କିଙ୍ଗଫିସର, ରେଡ଼ ବ୍ୱାଟେଲ୍ଡ ଲାପୱିଙ୍ଗ,  କେଟଲ ଏଗ୍ରେଟ, ଇଣ୍ଟରମିଡ଼ିଏଟ ଏଗ୍ରେଟ, ଗ୍ରେଟ ଏଗ୍ରେଟ, ଓସ୍ପ୍ରେ, ବ୍ରାହ୍ମିନି କାଇଟ, ଇୟୁରାସିଏନ କେଷ୍ଟ୍ରେଲ, ବାର୍ଡସ, ସ୍ପଟ ବିଲଡ ଡକ୍ସ, ବ୍ରାଉନ ହେଡ଼େଡ ଗଲ୍ସ, ଗ୍ରେ ହେରନ, ପର୍ପଲ ହେରନ, ବ୍ରାହ୍ମିନି ଡକ, ଲେସର ହ୍ୱିସିଲିଙ୍ଗ ଡକ, ଏସିଆନ ଓପନ ବିଲ ଷ୍ଟକ, ଗଡୱାଲ, ରେଡ଼ କ୍ରେଷ୍ଟେଡ ପୋ·ର୍ଡ, କମନ ପୋ·ର୍ଡ, ଟଫ୍ଟେଡ ପୋ·ର୍ଡ, ଗ୍ରେଟ କ୍ରେଷ୍ଟେଡ ଗ୍ରିବ ଏବଂ କମନ କୁଟ ପ୍ରଜାତି ପକ୍ଷୀ ରହିଛନ୍ତି ।

୨୦୨୧ରେ ହୀରାକୁଦ ଜଳଭଣ୍ଡାରର ୨୧ଟି ସେକ୍ଟରକୁ ୯୮ ପ୍ରଜାତିର ୧ ଲକ୍ଷ ୨୪ ହଜାର, ୨୦୨୨ ମସିହାରେ ୧୦୪ ପ୍ରଜାତିର ୨ ଲକ୍ଷ ୮ ହଜାର ଏବଂ ଚଳିତ ବର୍ଷ ଜାନୁୟାରୀରେ ହୋଇଥିବା ପକ୍ଷୀ ଗଣନାରେ ସର୍ବାଧିକ ୧୦୮ ପ୍ରଜାତିର ରେକର୍ଡ ୩ ଲକ୍ଷ ୧୬ ହଜାର ପକ୍ଷୀ ଆସିଥିଲେ। ସାଧାରଣତଃ ନଭେମ୍ବର ମାସରେ ସାଇବେରିଆ ଅଞ୍ଚଳ, ମଙ୍ଗୋଲିଆ, ହିମାଳୟ, ଆଫଗାନିସ୍ଥାନ ପ୍ରଭୃତି ଦେଶରୁ ହଜାର ହଜାର କିଲୋମିଟର ଆକାଶପଥ ଅତିକ୍ରମ କରି ଏହି ପକ୍ଷୀମାନେ ହୀରାକୁଦ ଜଳଭଣ୍ଡାରକୁ ଆସିଥାନ୍ତି । ଫେବୃୟାରୀ ଶେଷ ବେଳକୁ ଏମାନେ ନିଜ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରନ୍ତି । ପକ୍ଷୀପ୍ରେମୀ ଏବଂ ବିଶେଷଜ୍ଞମାନଙ୍କ ପାଇଁ ବିହଙ୍ଗମାନଙ୍କ ସକାଶେ ହୀରାକୁଦ ଜଳଭଣ୍ଡାର ଏବଂ ଏହାର କୂଳରେ ଥିବା ବିିଭିନ୍ନ ବନାଞ୍ଚଳ ଆକର୍ଷଣ ସୃଷ୍ଟି କରି ଆସିଛି । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଡେବ୍ରିଗଡ଼ ଅଭୟାରଣ୍ୟରେ ସଫାରୀ, ଟ୍ରେକିଂ, କଟେଜ ରହଣୀ ଏବଂ ଜଳଭଣ୍ଡାରରେ ନୌବିହାରର ସୁବିଧା କରାଯାଇଛି । ଅଭୟାରଣ୍ୟରେ ଥିବା ଚିତାବାଘ, ଗୋଟିଏ ମହାବଳ ବାଘ ଏବଂ ଅସଂଖ୍ୟ ବନ୍ୟପ୍ରାଣୀଙ୍କ ପାଇଁ ଜଳଭଣ୍ଡାର କୂଳରେ ପ୍ରାୟ ୧୦୦ କିଲୋମିଟର ଦୀର୍ଘ ଘାସର ସୁବିଧା କରାଯାଇଛି ।

Comments are closed.