www.samajalive.in
Monday, December 15, 2025
15.1 C
Bhubaneswar

ମ୍ୟାଲେସିଆରେ କାର୍ଯ୍ୟାଳୟ ସ୍ଥାପନ କରିବ ହାଲ

ଡେସ୍କ: ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‍ (ହାଲ) ମ୍ୟାଲେସିଆର କୁଆଲାଲାମ୍ପୁର ଠାରେ ଏହାର କାର୍ଯ୍ୟାଳୟ ସ୍ଥାପନ କରିବା ନେଇ ଏକ ବୁଝାମଣା ସ୍ମାରକପତ୍ର ସ୍ୱାକ୍ଷରିତ ହୋଇଛି। ହାଲର ଏହି କାର୍ଯ୍ୟାଳୟ ରୟାଲ ମ୍ୟାଲେସିଆନ ବାୟୁସେନାର ଆବଶ୍ୟକତା ପୂରଣ ପାଇଁ ସାହାଯ୍ୟ କରିବା ସହ ଭାରତ ପାଇଁ ନୂଆ ବ୍ୟବସାୟିକ ସୁଯୋଗ ସୃଷ୍ଟି କରିବ। ମ୍ୟାଲେସିଆ ପ୍ରତିରକ୍ଷା ବାହିନୀକୁ ସହାୟତା କରିବା ପାଇଁ ଭାରତ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପୂରଣ ହେବ। ମ୍ୟାଲେସିଆରେ ଏରୋସ୍ପେସ୍‍ ଓ ପ୍ରତିରକ୍ଷା କ୍ଷେତ୍ରର ବିକାଶରେ ଏହି କାର୍ଯ୍ୟାଳୟ ସାହାଯ୍ୟ କରିବ।

କୁଆଲାଲାମ୍ପୁରରେ ସ୍ଥାପିତ ହେବାକୁ ଥିବା ଏହି କାର୍ଯ୍ୟାଳୟ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଦ୍ୱାରା ଉତ୍ପାଦିତ ଲଢ଼ୁଆ ବିମାନ, ଯନ୍ତ୍ରପାତି ଓ ଅନ୍ୟାନ୍ୟ ସେବା ମ୍ୟାଲେସିଆ ଓ ଦକ୍ଷିଣପୂର୍ବ ଏସିଆରେ ପହଞ୍ଚାଇବାରେ ସହାୟକ ହେବ। ମ୍ୟାଲେସିଆକୁ ୧୮ଟି ଫାଇଟର ଲିଡ୍‍ ଇନ୍‍ ଟ୍ରେନର ଏଲ୍‍.ସି.ଏ ଯୋଗାଇବାକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‍ ୨୦୨୧ ଅକ୍ଟୋବର ମାସରେ ମ୍ୟାଲେସିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ ଦେଇଥିଲା। ଏହି ବୁଝାମଣା ସ୍ମାରକପତ୍ର ସ୍ୱାକ୍ଷର ଅବସରରେ ପ୍ରତିରକ୍ଷା ସଚିବ ଡକ୍ଟର ଅଜୟ କୁମାର ଓ ମ୍ୟାଲେସିଆରେ ଭାରତର ରାଷ୍ଟ୍ରଦୂତ ବି.ଏନ୍‍. ରେଡ୍ଡୀ ଉପସ୍ଥିତ ଥିଲେ।

- Advertisement -

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories