www.samajalive.in
Monday, December 15, 2025
14.1 C
Bhubaneswar

ଆଗକୁ ଗଲେ ବାଘ ଭୟ, ପଛକୁ ଫେରିଲେ ସାପ

କଲମପୁର: ଆଗକୁ ଗଲେ ବାଘର ଭୟ ରହିଥିବାବେଳେ ପଛକୁ ଫେରିଲେ ବିଷାକ୍ତ ସର୍ପ ଦଂଶନର ଆଶଙ୍କା ରହିଛି। ହାତୀ ନଦୀରେ ବନ୍ୟା ଆସିଲେ ଏଭଳି ଏକ ଭୟର ବାତାବରଣରେ ରୁହନ୍ତି ହାତୀ ନଦୀ କୂଳରେ ଥିବା କଲମପୁର ବ୍ଲକ ଅଧିନସ୍ଥ ଦେପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଲିଛଡା ଗ୍ରାମବାସୀ। ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ଚୀର ସ୍ରୋତା ପାଲଟିଛି ହାତୀ ନଦୀ। ଏହି ନଦୀରେ ପ୍ରତିବର୍ଷ ବନ୍ୟା ଆସିବା ଦ୍ୱାରା କୂଳ ମାଟି ଧୋଇ ହୋଇ ଏବେ ନଦୀ କୂଳରେ ରହିଥିବା ପ୍ରାୟ ୫ ଗୋଟି ଘର ନଦୀ ଗର୍ଭରେ ଲୀନ ହୋଇ ସାରିଲାଣି। ଯଦି ନଦୀ କୂଳ ସୁରକ୍ଷା ପାଇଁ କିଛି ବ୍ୟବସ୍ଥା କରାନଯାଏ ତାହେଲେ ବାଲିଛଡା ଗ୍ରାମ ସମ୍ପୂର୍ଣ୍ଣ ନଦୀ ଗର୍ଭରେ ଲୀନ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ବୋଲି କୁହାଯାଉଛି। କଳାହାଣ୍ଡିରେ ବନ୍ୟାର ପରିସ୍ଥିତି ଦେଖା ଦେଲେ ବାଲିଛଡାକୁ ନେଇ ସମଗ୍ର ଜିଲାରେ ଚର୍ଚ୍ଚା ହୁଏ। ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଘନ ଘନ ଏହି ଗ୍ରାମ ପରିଦର୍ଶନ ହୁଏ। କିନ୍ତୁ ବନ୍ୟା ପରେ ନେତା ଓ ପ୍ରଶାସକଙ୍କ ପ୍ରତିଶ୍ରୁତି ସେହି ବନ୍ୟା ପାଣିରେ ଭାସିଯାଏ।

ପ୍ରାୟ ୨ଶହ ପରିବାର ଏହି ଗାଁରେ ବସବାସ କରନ୍ତି। ଏହି ଲୋକ ବନ୍ୟା ଆସିଲେ ଘରେ ଘରେ ପାଣି ପଶି ଯାଉଥିବାରୁ କିଏ କାହା ଘରେ ଆଶ୍ରୟ ନେଇଥାନ୍ତି ତାହା ଜାଣିବା ମୁସ୍କିଲ। ବିଶେଷ କରି ଉଚ୍ଚ ପିଣ୍ଡା ଥିବା ତଥା ସ୍ଲାବ ଘର ଗୁଡିକରେ ଲୋକ ଆଶ୍ରୟ ନେଇଥାନ୍ତି। ଅନ୍ୟ କେତେକ ଘର ଛାତ ଉପରେ ଖଟିଆ ବାନ୍ଧି ବୃଦ୍ଧ, ବୃଦ୍ଧା, ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ସୁରକ୍ଷା ଦେଇଥାନ୍ତି। ଏଭଳି ସ୍ଥିତିରେ ଅସୁବିଧାର ସମ୍ମୁଖିନ ହେଉଥିବା ଲୋକଙ୍କ ସୁବିଧା ପାଇଁ ଏକ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯାଇଥିଲା। କିନ୍ତୁ ପରିତାପର ବିଷୟ ନିର୍ମାଣ ଦାଇତ୍ୱରେ ଥିବା ଗ୍ରାମ ଉନ୍ନୟନ ବିଭାଜନ ଧର୍ମଗଡ ଓ ତତ୍କାଳୀନ ସ୍ଥାନୀୟ ତହସିଲଦାରଙ୍କ ଦୂରଦୃଷ୍ଟି ଅଭାବ ଯୋଗୁଁ ବନ୍ୟା ପାଣି ଯେଉଁଠି କୂଳ ଲଂଘନ କରେ ସେହି ନିକଟରେ ଥିବା ସରକାରୀ ଜମିରେ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ପାଇଁ ଜମି ଚିହ୍ନଟ କଲେ। ଅନ୍ୟପଟେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ହେଇଥିଲେ ମଧ୍ୟ ରାସ୍ତା ନିର୍ମାଣ ଦାଇତ୍ୱରେ ଥିବା ବିଭାଗ ନକ୍ସା ତିଆରିରେ ତ୍ରୁଟି ଓ ସ୍ଥାନୀୟ ଲୋକଙ୍କ ପରାମର୍ଶକୁ ବେଖାତିର କରିବା ଯୋଗୁଁ ହାତୀ ନଦୀରେ ବନ୍ୟା ଆସିଲେ ଏହି ରାସ୍ତାରେ ପ୍ରାୟ ୩ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଛି। ଯାହାରି ଫଳରେ ଗ୍ରାମବାସୀ ନାଁ ବନ୍ୟା ଆଶ୍ରୟ ସ୍ଥଳକୁ ଯାଇ ପାରନ୍ତି ନା ଗାଁ ରାସ୍ତା ଦେଇ ଇଛାପୁର ପଟକୁ ଆସି ପାରନ୍ତି। ବନ୍ୟା ଘେରରେ ଜଳବନ୍ଦୀ ଅବସ୍ଥାରେ ରହିଯାଆନ୍ତି। ବନ୍ୟା ସମୟରେ ଏହି ଗ୍ରାମବାସୀ ସମ୍ପୂର୍ଣ୍ଣ ଅସୁରକ୍ଷିତ। ତେଣୁ ତୁରନ୍ତ ଏହାର ସମାଧାନ କରିବା ପାଇଁ ପ୍ରଶାସନ ଯତ୍ନବାନ ହେବା ଆବଶ୍ୟକ। ନଚେତ ଏହି ଗାଁ ହାତୀ ନଦୀ ଗର୍ଭରେ ଲୀନ ହେଇଯିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories