www.samajalive.in
Saturday, December 13, 2025
23.1 C
Bhubaneswar

ଅଯୋଧ୍ୟା ମାମଲା: ମୁସଲିମ ପକ୍ଷଙ୍କୁ ୫ ଏକର ଜାଗା ପ୍ରଦାନ ନିଷ୍ପତ୍ତିକୁ ହିନ୍ଦୁ ମହାସଭାର ବିରୋଧ, ରିଭ୍ୟୁ ପିଟିଶନ ଦାଖଲ

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରିଛି ହିନ୍ଦୁ ମହାସଭା। ସୁପ୍ରିମକୋର୍ଟ ମୁସଲିମ ପକ୍ଷଙ୍କୁ ମସଜିଦ ନିର୍ମାଣ ପାଇଁ ୫ ଏକର ଜାଗା ଯୋଗାଇଦେବାକୁ ସରକାରଙ୍କୁ ନିର୍ଦେଶ ଦେଇଥିବାବେଳେ ଅଖିଳ ଭାରତ ହିନ୍ଦୁ ମହାସଭା ଏହାକୁ ଚ୍ୟାଲେଞ୍ଜ କରି ରିଭ୍ୟୁ ପିଟିଶନ ଦାଖଲ କରିଛି। ହିନ୍ଦୁ ମହାସଭା ପକ୍ଷରୁ ବିଷ୍ଣୁ ଶଙ୍କର ଜୈନ ସୋମବାର ଏହି ପିଟଶନ ଦାଖଲ କରିଛନ୍ତି। ସେ କହିଛନ୍ତି, ମୁସଲିମ ପକ୍ଷ ବିକଳ୍ପ ଜାଗା ଯୋଗାଇଦେବାକୁ କେବେ ହେଲେ ଦାବି କରି ନ ଥିବାବେଳେ ସୁପ୍ରିମକୋର୍ଟ ସେମାନଙ୍କୁ ଏଭଳି ପୁରସ୍କାର ଦେଇପାରିବେ ନାହିଁ। ଯେଉଁମାନେ ହିନ୍ଦୁମାନଙ୍କ ଧାର୍ମିକ ସ୍ଥାନକୁ ପାଦରେ ଦଳିଦେଇଛନ୍ତି, ସେମାନଙ୍କୁ ଏହି ବେଆଇନ କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଇ ପାରିବ ନାହିଁ।

ସୂଚନାଯୋଗ୍ୟ, ଗତ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଅଯୋଧ୍ୟା ମାମଲାର ଗୁରୁତ୍ଵପୂର୍ଣ୍ଣ ରାୟ ପ୍ରକାଶ କରିଥିଲେ। ଖଣ୍ଡପୀଠ ବିବାଦୀୟ ସ୍ଥଳକୁ  ହିନ୍ଦୁ ପକ୍ଷଙ୍କୁ ଦେବା ସହିତ ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ମସଜିଦ ନିର୍ମାଣ ଲାଗି ଅଯୋଧ୍ୟା ଭିତରେ ୫ ଏକର ଜାଗା ଯୋଗାଇଦେବାକୁ କେନ୍ଦ୍ର ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏହି ରାୟ ବିରୋଧରେ ଅଲ ଇଣ୍ଡିଆ ମୁସଲିମ ଲ ବୋର୍ଡ ସମଥର୍ନରେ ଜାମିୟତ ଉଲେମା-ଏ-ହିନ୍ଦ ପକ୍ଷରୁ ଗତ ସପ୍ତାହରେ ରିଭ୍ୟୁ ପିଟିାନ ଦାଖଲ କରାଯାଇଥିଲା।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories