www.samajalive.in
Thursday, December 11, 2025
26.1 C
Bhubaneswar

ଦାଦନ ଯିବା କାଳ ହେଲା ; ଲାଞ୍ଜିଗଡର ଯୁବତୀ କେରଳରେ ମୃତ୍ୟୁ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ଦିନକୁ ଦିନ ଦାଦନ ସମସ୍ୟା ବୃଦ୍ଧି ପାଉଥିବା ବେଳେ କାମଧନ୍ଦା ଅଭାବରୁ ଅନେକ ଯୁବକ ଯୁବତି କାମ ଅନ୍ୱେଶଣରେ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି । କିଛିଦିନ କାମ କଲାପରେ କିଏ ପଙ୍ଗୁ ହୋଇ ଫେରୁଛିତ କିଏ ଶବ ହୋଇ ଫେରୁଛି । ଆଉ କିଏ ବିଭିନ୍ନ ରୋଗରେ ପିଡୀତ ହୋଇ ମୃତ୍ୟୁ ବରଣ କରୁଛନ୍ତି । ଗତ କିଛିଦିନ ତଳେ ଲାଞ୍ଜିଗଡ ବ୍ଲକର ଘୋଡାପୋଖେର ଗ୍ରାମର ଜଣେ ଯୁବକ ରଇବାରୁ ଜାଲ କେରଳରେ ମୃତ୍ୟୁ ବରଣ କରିଥିବାବେଳ ଏବେ ପୁଣି ଜଣେ ଯୁବତୀ ମୃତ୍ୟୁ ବରଣ କରିଛି ।

ପରିବାର ଲୋକଙ୍କ କହିବା ଅନୁସାରେ, କାନକୁଟ୍ରୁ ପଞ୍ଚାୟତ ବଚ୍ଚକା ଗ୍ରାମର ନଫିସା ହରିଜନ(୨୫) ବିଜେପୁର ଗ୍ରାମର କାର୍ତ୍ତିକ ନାଏକଙ୍କୁ ବିବାହ କରିଥିଲା । କିଛିଦିନ ସେମାନେ ଖୁସିବାସିରେ ପରିବାର ଲୋକଙ୍କ ସହିତ ଜୀବନ ଯାପନ କରୁଥିବା ବେଳେ ଗ୍ରାମରେ କୈାଣସି କାମଧନ୍ଦା ନପାଇ ବାଧ୍ୟ ହୋଇ ସ୍ୱାମୀ ଓ ସ୍ତ୍ରୀ ଦୁହେଁ ସୁଦୁର କେରଳ ରାଜ୍ୟକୁ କାମ ଅନ୍ୱେଶଣରେ ଯାଇଥିଲେ । ସେଠାରେ ତ୍ରୀଶୁର ଜିଲାର ଏକ କାରଖାନାରେ ସ୍ୱାମୀ କାର୍ତ୍ତିକ କାମ କରୁଥିବା ବେଳେ ସ୍ତ୍ରୀ ନଫିସା ଘରେ ରହୁଥିଲେ । ଗତକାଲି ହଠାତ୍ ନଫିସାକୁ ଜ୍ୱର ହୋଇଥିଲା ସ୍ୱାମୀ ଔଷଧ ଆଣି ଦେଲା ପରେ ମଧ୍ୟ ଠିକ୍ ହୋଇନଥିଲା ନଫିସା । ଶେଷରେ ନଫିସା ଅତ୍ୟଧିକ ଗୁରୁତର ହେବାରୁ ତ୍ରୀଶୁରର ଆତାନି ମେଡକାଲ କଲେଜରେ ଚିକିତ୍ସା ପାଇଁ ନିଆ ହୋଇଥିଲା ଚିକିତ୍ସା ସମୟରେ ନଫିସାର ମୃତ୍ୟୁ ହୋଇଥିଲା । ଏହି ମୃତ୍ୟୁ ଘଟଣାର ଖବର ପାଇବା ପରେ ନଫିସାର ପରିବାର ଲୋକେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ପାଖରେ ନଫିସାର ମୃତଦେହ ଆଣିବା ପାଇଁ ଗୁହାରୀ ଜଣାଇଥିଲେ । ଲାଞ୍ଜିଗଡ ବିଡିଓ ଶ୍ରୀ ମିଶ୍ର ତତକ୍ଷଣାତ ଜିଲା ଶ୍ରମ ଅଧିକାରୀଙ୍କୁ ଫୋନ ଯୋଗେ ମୃତଦେହ ଆଣିବା ପାଇଁ ଜଣେଇଥିବା ବେଳେ ଅତିରିକ୍ତ ଶ୍ରମ ଅଧିକାରୀ ପ୍ରଦିପ କୁମାର ମହାନ୍ତି ତାଙ୍କ ଫଣ୍ଡରେ କୈାଣସି ଟଙ୍କା ନ ଥିବା ଦର୍ଶାଇ ଥିଲେ । ପରେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ.ଫକୀର ମୋହନ ମାଝୀ ଜିଲ୍ଲାପାଳଙ୍କୁ ଫୋନ କରିବାରୁ ଶବ ଆଣିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories