www.samajalive.in
Sunday, December 7, 2025
26.1 C
Bhubaneswar

ଅନ୍‍ଲାଇନରେ ଧାରାବାହିକ ଭାବରେ ପଢିହେବ ହିନ୍ଦୀ ଉପନ୍ୟାସ

ନୂଆଦିଲ୍ଲୀ: ଭାରତର ସର୍ବବୃହତ ପ୍ରକାଶନ ସଂସ୍ଥା ନୋଶନ ପ୍ରେସ ପକ୍ଷରୁ ବିଞ୍ଜ ଆପ୍‍ ପ୍ରଚଳନ କରିଛି । ଏଥିରେ ବିଭିନ୍ନ ଭାରତୀୟ ଭାଷାର ଶ୍ରେଷ୍ଠ କଥା-କୃତିକୁ ଧାରାବାହିକ ଭାବରେ ପଢିବାର ସୁଯୋଗ ମିଳିବ । ଏହି ଆପ୍‍ ଆଣ୍ଡ୍ରଏଡ ଏବଂ ଆଇଓଏସ୍‍ ଉଭୟ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେଉଛି । ୧୦୦ରୁ ଅଧିକ କଥା-କୃତି ଆଧାରିତ ଧାରାବାହିକରେ କିଛି ତାମିଲ ଶ୍ରେଷ୍ଠ ତାମିଲ ଔପନ୍ୟାସିକଙ୍କ ଲେଖା ପଢିବାର ସୁଯୋଗ ମିଳିବ । ଆପ୍‍ରେ ସଂପ୍ରତି କୁଂବର ନାରାୟଣ, ଗୀତ ଚତୁର୍ବେଦୀ, ଋଷିକେଶ ସୁଲଭ, ଅବଧେଶ ପ୍ରୀତ, କୃଷ୍ଣ କଳ୍ପିତ, ମନୀଷା କୁଳଶ୍ରେଷ୍ଠ, ଚନ୍ଦନ ପାଣ୍ଡେ ଏବଂ କୁନାଲ ସିଂହଙ୍କ ଭଳି କିଛି ବିଶିଷ୍ଟ ଲେଖକଙ୍କର ନୂତନ ଏବଂ ମୌଳିକ ଉପନ୍ୟାସ ଉପଲବ୍ଧ ହେଉଛି ।
ପ୍ରେମଚନ୍ଦ, ଜୟଶଙ୍କର ପ୍ରସାଦ, ଭୁବନେଶ୍ୱର, ଆଚାର୍ଯ୍ୟ ଚତୁରସେନ ଶାସ୍ତ୍ରୀଙ୍କ ଭଳି କ୍ଲାସିକ ଗାଳ୍ପିକଙ୍କର କୃତି ମଧ୍ୟ ଏଥିରେ ଉପଲବ୍ଧ ହେବ । ଧାରାବାହିକ ଭିତ୍ତିରେ କଥା-କୃତି ଲଗାତାର ଅଭିବୃଦ୍ଧିଶୀଳ ଏହି ପାଠାଗାରରେ ବିଞ୍ଜର ସମ୍ଭାରରେ ରୋମାନ୍ସ, କାଳ୍ପନିକ, ଅଣ-ଉପନ୍ୟାସ ଆଦି ସବୁକିଛି ଉପଲବ୍ଧ ହେଉଛି । ବିଞ୍ଜକୁ ସଂପ୍ରତି ହିନ୍ଦୀ ଓ ତାମିଲ ଭାଷାରେ ପ୍ରଚଳନ କରାଯାଇଛି ଏବଂ ଖୁବଶୀଘ୍ର ଏହାକୁ ଅନ୍ୟ ଭାରତୀୟ ଭାଷାରେ ମଧ୍ୟ ଉପଲବ୍ଧ କରାଯିବ ।
ଆପ୍‍ର ବୈଶିଷ୍ଟ୍ୟାବଳୀ ମଧରେ ଶ୍ରେଷ୍ଠ ହିନ୍ଦୀ ଲେଖକଙ୍କ ଉପନ୍ୟାସ ମାଗଣାରେ ପଢିବାକୁ ସୁଯୋଗ ମିଳିବ । ତାହାସହିତ ଏଗୁଡିକ ଧାରାବାହିକ ଭାବରେ ପଢିବାକୁ ମିଳିବ, ଯେଉଁଥିପାଇଁ ପ୍ରତି ସପ୍ତାହରେ ନୂଆ ଅଧ୍ୟାୟ ପାଇଁ ସବ୍‍ସ୍କ୍ରାଇବ କରିବାକୁ ହେବ । ଏଥିସହିତ ନିଜ ପସନ୍ଦର ଲେଖକଙ୍କ ସହିତ କଥାବାର୍ତ୍ତା ହେବାକୁ ସୁଯୋଗ ଉପଲବ୍ଧ ହେବ ଏବଂ ସ୍ମାର୍ଟଫୋନ ପାଠକଙ୍କ ପାଇଁ ଲେଖକ ହେବା ସୁଯୋଗ ମଧ୍ୟ ମିଳିବ ।
ନୋଶନ ପ୍ରେସର ସହ ପ୍ରତିଷ୍ଠାତା ଏବଂ ସିଇଓ ନବୀନ ବଲସାକୁମାର କହିଛନ୍ତି, ତାଙ୍କର ଉଦ୍ଦେଶ୍ୟ ହେଉଛି ଗୁଣବତ୍ତାରେ ପରିପୂର୍ଣ୍ଣ ସାହିତ୍ୟକୁ ଆକର୍ଷଣୀୟ କଳେବରରେ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ନିକଟରେ ପହଞ୍ଚାଇବା । ତାଙ୍କର ବିଶ୍ୱାସ ଅଛି ଯେ ବର୍ତ୍ତମାନର ଲୋକପ୍ରିୟ ୱେବ ଉପନ୍ୟାସକୁ ନେଇ ଭବିଷ୍ୟତରେ ଚଳଚ୍ଚିତ୍ର ଏବଂ ୱେବ ସିରିଜ ପ୍ରସ୍ତୁତ କରାଯିବ । ବିଞ୍ଜ୍‍ ଆପ ପ୍ରତ୍ୟେକ ଲେଖକଙ୍କୁ ନୂତନ ଓ ପୁରାତନ ପାଠକଙ୍କ ସହିତ ଯୋଡି ହେବାର ସୁଯୋଗ ଦେଉଛି । ଗୁଗୁଲ ପ୍ଲେ ଏବଂ ଅନ୍ୟ ଆପ୍‍ ଷ୍ଟୋରରେ ବିଞ୍ଜ ଆପ୍‍ ମାଗଣାରେ ଉପଲବ୍ଧ ହେଉଛି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories