www.samajalive.in
Sunday, December 7, 2025
16.1 C
Bhubaneswar

ଜୁନ୍ ୧୧ ରୁ ତିରୁପତି ବାଲାଜୀଙ୍କ ସାଧାରଣ ଦର୍ଶନ ଆରମ୍ଭ ; ପ୍ରତି ଘଣ୍ଟାରେ ୫୦୦ ଲୋକଙ୍କୁ ଅନୁମତି

ତିରୁପତି : ସାରା ଦେଶରେ କରୋନା ଲକଡାଉନ ପରେ ଜୁନ୍ ୮ ରୁ ଧାର୍ମିକ ସ୍ଥାନ ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି। ତିରୁପତି ବାଲାଜୀ ମନ୍ଦିରରେ ମଧ୍ୟ ଏହି ପ୍ରସ୍ତୁତି ଚାଲିଛି। ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ତିରୁପତି ବାଲାଜୀ ମନ୍ଦିରର ଦ୍ୱାର ଭକ୍ତମାନଙ୍କ ପାଇଁ ଜୁନ୍ ୮ ରୁ ଖୋଲିବ। କିନ୍ତୁ ଏହି ଦର୍ଶନ ସାଧାରଣ ଲୋକଙ୍କ ପାଇଁ ନୁହେଁ। ଜୁନ୍ ୮ ରୁ ୧୦ ପର୍ଯ୍ୟନ୍ତ କେବଳ ମନ୍ଦିର କର୍ମଚାରୀ ଏବଂ ସେମାନଙ୍କ ପରିବାର ଲୋକ ଦର୍ଶନ କରିପାରିବେ। ଏଥିପାଇଁ ସେମାନଙ୍କୁ ଅନଲାଇନ୍ ଟାଇମ୍ ସ୍ଲଟ୍ ମଧ୍ୟ ବୁକ୍ କରିବାକୁ ପଡିବ।  ଜୁନ୍ ୧୧ ତାରିଖରୁ ସକାଳ ସାଢେ ୬ଟାରୁ ସନ୍ଧ୍ୟା ସାଢେ ୭ଟା ପର୍ଯ୍ୟନ୍ତ ସାଧାରଣ ଲୋକମାନେ ଦର୍ଶନ କରିପାରିବେ।

ନିର୍ଦ୍ଦେଶ ଅନୁଯାୟୀ, ଗୋଟିଏ ଦିନରେ ୬ ହଜାର ଭକ୍ତ ଦର୍ଶନ ପାଇପାରିବେ। ପ୍ରତି ଘଣ୍ଟାରେ କେବଳ ୫୦୦ ଲୋକଙ୍କୁ ଅନୁମତି ଦିଆଯିବ। ଏହି ପରିପ୍ରେକ୍ଷୀରେ ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟ ମଧ୍ୟ ସ୍ପଷ୍ଟ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ୧୦ ବର୍ଷରୁ କମ୍ ବୟସର ଲୋକଙ୍କୁ ୬୫ ବର୍ଷ ବୟସରୁ ଅଧିକ ଲୋକଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ ନାହିଁ।

- Advertisement -

ଏହା ସହ ମନ୍ଦିରରେ କରୋନା ପରୀକ୍ଷା ପାଇଁ ଏକ ସ୍ଥାୟୀ ଶିବିରର ଆୟୋଜନ କରାଯିବ। ଦୈନିକ ୨୦୦ କର୍ମଚାରୀ ଏବଂ ଭକ୍ତଙ୍କ କରୋନା ପରୀକ୍ଷା କରାଯିବ। ମୋଟ୍ ୬ ହଜାର ଭକ୍ତଙ୍କ ମଧ୍ୟରୁ ଭିଆଇପି ଟିକେଟ୍ ମାଧ୍ୟମରେ ୩ ହଜାର ଲୋକଙ୍କୁ ଦର୍ଶନ ପାଇଁ ଅନୁମିତ ମିଳିବ। ଏଥିପାଇଁ ଅନଲାଇନ୍ ସ୍ଲଟ୍ ବୁକିଂ ଜୁନ୍ ୮ ତାରିଖ ସକାଳୁ ଆରମ୍ଭ ହେବ। ସୂଚନାଯୋଗ୍ୟ, ମାର୍ଚ୍ଚ ୨୦ରୁ ତିରୁପତି ବାଲାଜୀ ମନ୍ଦିରରେ ଦର୍ଶନ ବନ୍ଦ ରହିଥିଲା।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories