www.samajalive.in
Wednesday, December 10, 2025
18.1 C
Bhubaneswar

ଏଣିକି ୪ଟି ସେପ୍ଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟର ରକ୍ଷଣାବେକ୍ଷଣର ଭାର ସମ୍ଭାଳିବେ ସ୍ୱୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ୱର : ମହିଳା ସଶକ୍ତିକରଣ ତଥା ପରିମଳ କ୍ଷେତ୍ରରେ ଲିଙ୍ଗଗତ ସମତା ଉଦାହରଣ ସୃଷ୍ଟି କରିଛି। ଗୃହ ନିର୍ମାଣ ତଥା ନଗର ଉନ୍ନୟନ ବିଭାଗ ଦ୍ୱାରା ରାଜ୍ୟର ୪ଟି ସେପ୍ଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟର ରକ୍ଷଣାବେକ୍ଷଣର ଭାର ସଂପୃକ୍ତ ପୈାରସଂସ୍ଥା ଦ୍ୱାରା ଚାରୋଟି ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ହାତରେ ନ୍ୟସ୍ତ କରିବା ନେଇ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ବ୍ରହ୍ମପୁର ମହାନଗର ନିଗମ, କଟକ ମହାନଗର ନିଗମ ତଥା ସମ୍ବଲପୁର ମହାନଗର ନିଗମ ସହିତ ବାରିପଦା ପୈାର ପାଳିକାରେ ଥିବା ପ୍ଲାଣ୍ଟ ପାଇଁ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଆଗରୁ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଜନ ଶୈାଚାଳୟ ତଥା ଗୋଷ୍ଠୀ ଶୈାଚାଳୟର ରକ୍ଷଣାବେକ୍ଷଣ କାର୍ଯ୍ୟକରି ଆସୁଛନ୍ତି। ତେବେ ପ୍ରଥମକରି ବିଭାଗ ତରଫରୁ ଯଥେଷ୍ଟ ପ୍ରସ୍ତୁତି ସହ ସେମାନଙ୍କୁ ଏହି କାର୍ଯ୍ୟ ପାଇଁ ତାଲିମ ଦିଆଯାଇଛିବୋଲି ଗୃହ ନିର୍ମାଣ ତଥା ନଗର ଉନ୍ନୟନ ଏବଂ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଗୋଷ୍ଠୀ କୈନ୍ଦ୍ରିକ ପରିମଳ ସେବା କେବଳ ଯେ ଗୋଷ୍ଠୀ ସହଭାଗିତାକୁ ସୁନିଶ୍ଚିତ କରାଏ ତାହା ନୁହେଁ ବରଂ ପରିମଳ ବ୍ୟବସ୍ଥାକୁ ନିରନ୍ତର ଚଳାଇ ରଖିବା ସମ୍ଭବ ହୋଇଥାଏ ବୋଲି ବୈଠକରେ ଯୋଗଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଜି.ମାଥି ଭାଥନନ୍ କହିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଚୟନ ପ୍ରକ୍ରିୟାରେ ସେମାନଙ୍କ ଔଦ୍ୟୋଗିକ ଦକ୍ଷତା, ଅର୍ଥ ଦେଣନେଣର ପୁର୍ବ ଅନୁଭବ ତଥା ପରିମଳ କ୍ଷେତ୍ରରେ କାର୍ଯ୍ୟ କରିବାର ଇଚ୍ଛାଶକ୍ତିକୁ ମାନକ ଭାବରେ ନିଆଯାଇଥିବା ସେ ପ୍ରକାଶ କରିଛନ୍ତି। ସ୍ୱଂୟ ସହାୟକ ଗୋଷ୍ଠୀ ସହ ଏହି ଚୁକ୍ତିନାମା ଦ୍ୱାରା ପ୍ଲାଣ୍ଟର ଦୈନନ୍ଦିନ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ଗୋଷ୍ଠୀମାନଙ୍କ ହାତରେ ନ୍ୟସ୍ତ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଯଦିଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ତାଲିମ ପ୍ରାପ୍ତ ତଥାପି ସରକାରଙ୍କ ତରଫରୁ ପୈାର ସଂସ୍ଥାର ବୈଷୟିକ ଅଧିକାରୀ ଗଣ ସମସ୍ତ ୪ଟି ପ୍ଲାଣ୍ଟରେ କାର୍ଯ୍ୟରତ ଗୋଷ୍ଠୀର ସଦସ୍ୟମାନଙ୍କୁ ଦୈନନ୍ଦିନ ଭିରେ ସହଯୋଗ ତଥା ମାଗଦର୍ଶନ କରିବେ ବୋଲି ପ୍ରମୁଖ ଶାସନ ସଚିବ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories