www.samajalive.in
Saturday, December 6, 2025
14.1 C
Bhubaneswar

ହିମାଚଳ, ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ: ୩୩ ମୃତ

ଚଣ୍ଡିଗଡ଼: ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ବର୍ଷାର ତାଣ୍ଡବଲୀଳା ଅବ୍ୟାହତ ରହିଛି। ବିଗତ ଚବିଶ ଘଣ୍ଟାରେ ଦୁଇ ରାଜ୍ୟରେ ବର୍ଷା ବିତ୍ପାତରେ ୩୩ ଜଣ ପ୍ରାଣ ହରାଇଥିବାବେଳେ ୫୦ରୁ ଊର୍ଦ୍ଧ୍ବ ନିଖୋଜ ଥିବା ଜଣାପଡିଛି। ଶୁକ୍ରବାର ହିମାଚଳ ପ୍ରଦେଶର ସିମଳା, ମଣ୍ଡି ଓ କୁଲ୍ଲୁ ଅଞ୍ଚଳରୁ ଆଉ ୭ଟି ମୃତଦେହ ଉଦ୍ଧାର କରାଯାଇଛି। ଫଳରେ ମୃତକଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ପ୍ରାୟ ଏକ ସପ୍ତାହ ଧରି ରାଜ୍ୟରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଲାଗି ରହିଥିବାବେଳେ ନିଖୋଜ ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି। ସେମାନଙ୍କୁ ଠାବ କରିବାକୁୁ ଏନଡିଆରଏଫ୍‌ ଓ ଏସଡିଆରଏଫ୍‌ ଯବାନଙ୍କୁ ନିୟୋଜିତ କରାଯାଇଥିବାବେଳେ ଡ୍ରୋନ୍‌ର ସହାୟତା ନିଆଯାଉଛି। ବିଭିନ୍ନ ସ୍ଥାନରୁ ଜଳବନ୍ଦୀ ଥିବା ୩୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଏକାଧିକ ସ୍ଥାନରେ ଭୂସ୍ଖଳନ ଘଟି ରାଜ୍ୟ ଓ ଜାତୀୟ ରାଜପଥଗୁଡିକ ଅବରୋଧ ହୋଇପଡିଛି। ଭୂସ୍ଖଳନରେ ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥ କ୍ଷତିଗ୍ରସ୍ତ ହୋଇଛି। କୁଲ୍ଲୁସ୍ଥିତ ମଲାନା ଡ୍ୟାମରେ ଫାଟ ସୃଷ୍ଟି ହୋଇଥିବା ସତ୍ତ୍ବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା କୁହାଯାଇଛି। ସିମଳା ଜିଲା ଅନ୍ତର୍ଗତ ଝାକେଡିଠାରେ ସେନା ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ବର୍ଷା ଓ ଭୂସ୍ଖଳନରେ ୨୦ଟି ବାସଗୃହ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ପ୍ରବଳ ବର୍ଷା ପ୍ରଭାବରେ ନାଲା ଓ ସତ୍‌ଲେଜ ନଦୀରେ ପ୍ରଖର ସ୍ରୋତ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ତ୍ବରାନ୍ବିତ କରାଯାଉଛି ବୋଲି ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ସୂଚନା ଦେଇଛନ୍ତି। ବର୍ତ୍ତମାନ ସ୍ଥିତିରେ ନଦୀ କିମ୍ବା ଜଳପ୍ରପାତ ନିକଟକୁ ଯିବାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ମଣ୍ଡିର ବିଜେପି କଙ୍ଗନା ରାଣାୱତ୍‌ ବର୍ଷା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ ବୋଲି କହିଛନ୍ତି। ଅପରପକ୍ଷରେ ବିଗତ ଚବିଶ ଘଣ୍ଟାରେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ୧୩ ଜଣ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରୁ ତେହରିରେ ୩, ଡେରାଡୁନରେ ୨ ଜଣ ପ୍ରାଣ ହରାଇଥିବାବେଳେ ପାଣିରେ ବୁଡି ୨ ଜଣ କାଉଡିଆଙ୍କର ମୃତ୍ୟୁ ଘଟିଛି। ବର୍ଷା ଓ ଭୂସ୍ଖଳନ ଯୋଗୁଁ ଶତାଧିକ ଲୋକ ବନ୍ୟାଘେରରେ ଫସିଯାଇଛନ୍ତି। ନଦୀଗୁଡିକର ଜଳସ୍ତର ବୃଦ୍ଧି ପାଉଥିବାରୁ ଏମାନଙ୍କୁ ଆକାଶମାର୍ଗରେ ଉଦ୍ଧାର କରିବାକୁ ଯୋଜନା କରାଯାଉଛି। ଏଥିପାଇଁ ବାୟୁସେନା ପକ୍ଷରୁ ଗୋଟିଏ ଚିନୁକ୍‌ ଓ ଏମଆଇ-୧୭ ହେଲିକପ୍ଟରକୁ କେଦାର ଉପତ୍ୟକାରେ ସଜାଗ ରଖାଯାଇଛି। ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି କେଦାରନାଥ ଯାତ୍ରାକୁ ଅନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। କେଦାରନାଥ ଯାତ୍ରା ପଥରେ ପ୍ରାୟ ୨ ହଜାର ଶ୍ରଦ୍ଧାଳୁ ଅଟକିଥିବା ଜଣାପଡିଛି। ପାଣିପାଗରେ ଉନ୍ନତି ନ ଘଟିବା ପର୍ଯ୍ୟନ୍ତ କେଦାରନାଥ ଯାତ୍ରାପଥରେ ଅଗ୍ରସର ନ ହେବାକୁ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ହିମାଚଳ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories