www.samajalive.in
Friday, December 5, 2025
20.1 C
Bhubaneswar

ବେଲେଶ୍ୱର ବେଦ ପାଠଶାଳାକୁ ମାନ୍ୟତା ପ୍ରଦାନ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ସାଂସଦଙ୍କ ଦାବି ପତ୍ର

ପାଟଣା : କେନ୍ଦୁଝର ସାଂସଦ ଅନନ୍ତ ନାୟକ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଶିକ୍ଷା ସମ୍ପର୍କିତ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଛନ୍ତି। ଶ୍ରୀ ନାୟକ ଏହି ଅବସରରେ ଭାରତୀୟ ସଭ୍ୟତା, ସଂସ୍କତି ଓ ଗୁରୁ-ଶିଷ୍ୟ ପରମ୍ପରାକୁ ନେଇ କାର୍ଯ୍ୟ କରୁଥିବା ବେଲେଶ୍ୱର ବେଦ ପାଠଶାଳାକୁ ମାନ୍ୟତା ଦେବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଗୁରୁ-ଶିଷ୍ୟ ପରମ୍ପରାକୁ ପୁଣି ଥରେ ଉଜ୍ଜିବୀତ କରିବା ପାଇଁ ବେଲେଶ୍ୱର ବେଦ ପାଠଶାଳା ପକ୍ଷରୁ କରାଯାଉଥିବା ଏହି ପ୍ରଚେଷ୍ଟାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶଂସା କରିବା ସହ ତାଙ୍କର ଅନୁରୋଧକୁ ମନ୍ତ୍ରଣାଳୟ ସହୃଦୟତାର ସହ ବିଚାର କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଦାନ କରିଥିବା ଏହି ପତ୍ରରେ ସାଂସଦ ଶ୍ରୀ ନାୟକ ଦର୍ଶାଇଛନ୍ତି ଯେ ଭାରତରେ ଗୁରୁ-ଶିଷ୍ୟ ପରମ୍ପରାକୁ ଆଧାର କରି କେନ୍ଦୁଝର ଜିଲ୍ଲାରେ ଏହି ବେଲେଶ୍ୱର ବେଦ ପାଠଶାଳା ୨୦୨୨ ମସିହାରେ ପ୍ରତିଷ୍ଠା କରାଯାଇଛି।

ଭାରତର ପ୍ରାଚୀନ ଋଷି ମୁନିଙ୍କ ଦ୍ୱାରା ପ୍ରଦତ୍ତ ମହାନ ବୈଦିକ ଜ୍ଞାନର ସଂରକ୍ଷଣ କରିବା ସହ ପରବର୍ତ୍ତି ପୀଢିକୁ ପହଞ୍ଚାଇବା ଉଦ୍ଦେଶ୍ୟ ନେଇ କାର୍ଯ୍ୟ କରୁଥିବା ଏହି ବେଦ ପାଠଶାଳା ବର୍ତ୍ତମାନ ସମ୍ପୂର୍ଣ ଭାବେ ସମାଜ ଦ୍ୱାରା ଦିଆଯାଉଥିବା ଦାନରେ ଚାଲିଛି। ଭାରତୀୟ ପରମ୍ପରା ଓ ପାରମ୍ପରିକ ଜ୍ଞାନର ପ୍ରଚାର ପ୍ରସାର ପାଇଁ ଏହି ପାଠଶାଳାରେ ଅଧ୍ୟାପନା କରୁଥିବା ଗୁରୁ ଓ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀ ମାନଙ୍କର ପ୍ରତିବଦ୍ଧତା ରହିଛି। ତେଣୁ କେନ୍ଦୁଝର ଭଳି ଜନଜାତୀ ଅଞ୍ଚଳରେ ଆରମ୍ଭ ହୋଇଥିବା ଏହି ବେଲେଶ୍ୱର ବେଦ ବିଦ୍ୟାଳୟକୁ ମାନ୍ୟତା ପ୍ରଦାନ କରାଗଲେ ଏହା ଭାରତର ପାରମ୍ପାରିକ ବୈଦିକ ଜ୍ଞାନର ସଂରକ୍ଷଣ ସହିତ ପରବର୍ତୀ ପୀଢୀ ନିକଟରେ ପହଞ୍ଚାଇବା ଦିଗରେ ସହାୟକ ହୋଇପାରିବ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ମାନ୍ୟତା ଓ ସହଯୋଗ ମିଳିଲେ ଏହି ବେଦ ବିଦ୍ୟାଳୟ ଖିୁବ ଭଲ ଭାବେ କାର୍ଯ୍ୟ କରିବା ସହ ଭାରତୀୟ ଜ୍ଞାନ ପରମ୍ପରାର ସଂରକ୍ଷଣ ଓ ପରବର୍ତ୍ତୀ ପୀଢୀ ନିକଟରେ ପହଞ୍ଚାଇବାର କାର୍ଯ୍ୟ ସୁଗମ ହୋଇ ପାରିବ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories