www.samajalive.in
Monday, December 15, 2025
15.1 C
Bhubaneswar

ହିଲାରୀ କ୍ଲିଣ୍ଟନଙ୍କ ମଧ୍ୟପ୍ରଦେଶ ଗସ୍ତ

ଇନ୍ଦୋର : ଆମେରିକାର ପୂର୍ବତନ ରାଷ୍ଟ୍ର ସଚିବ ହିଲାରୀ କ୍ଲିଣ୍ଟନ ରବିବାରଠାରୁ ୩ ଦିନିଆ ଭାରତର ମଧ୍ୟପ୍ରଦେଶ ଗସ୍ତରେ ଆସିଛନ୍ତି । ରବିବାର ରାତି ପ୍ରାୟ ୮ଟା ସମୟରେ ସେ ମଧ୍ୟପ୍ରଦେଶରେ ଦେବୀ ଅହଲ୍ୟାବାଇ ହୋଲକର ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରୁ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଖାରଗୋନି ଜିଲାର ମାହେଶ୍ୱର ସହରକୁ ନିଆଯାଇଛି । ସେ ସେଠାରେ ହୋଲକର ଶାସିତ ରାଜ୍ୟକୁ ବୁଲି ଦେଖିବେ । ଏହା ତାଙ୍କର ଏକ ଘରୋଇ ଗସ୍ତ ବୋଲି ଖାରଗୋନି ଜିଲାପାଳ ଅଶୋକ କୁମାର ବର୍ମା ପ୍ରକାଶ କରିଛନ୍ତି । ସେ ଏହି ଗସ୍ତ କାଳରେ ଭାରତର ବିଭିନ୍ନ ଐତିହପୂର୍ଣ୍ଣ ସ୍ଥାନ ପରିଭ୍ରମଣ କରିବେ । ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନ ବୁଲିବା ପରେ ସେଠାରୁ ସେ ଆମେରିକା ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ଦିଆଯାଇଛି। ହୋଲକର ରାଜବଂଶଜ ରିଚାର୍ଡ ହୋଲକରଙ୍କ ଆମନ୍ତ୍ରଣରେ ହିଲାରୀ ମଧ୍ୟପ୍ରଦେଶ ଗସ୍ତରେ ଆସିଥିବା ଜାଣିବାକୁ ମିଳିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories