www.samajalive.in
Saturday, December 6, 2025
16.1 C
Bhubaneswar

ସରକାରଙ୍କ ପ୍ରତିଶ୍ରୁତି ପରେ ସିପାହୀ, କନଷ୍ଟେବଳ ଆଶ୍ଵସ୍ତ: ୩ବର୍ଷ କୋହଳ ହେବ ବୟସସୀମା

କଟକ : ସିପାହି, କନଷ୍ଟେବଳ ପଦରେ ନିଯୁକ୍ତି ନିମନ୍ତେ ବହୁ ଆଶାୟୀଙ୍କୁ ମିଳିଛି ଆଶ୍ବସ୍ତିି। ୩ବର୍ଷ ପର୍ଯ୍ୟନ୍ତ ସିପାହୀ, କନଷ୍ଟେବଳଙ୍କ ବୟସ ସୀମାରେ କୋହଳ କରାଯିବ ବୋଲି ରାଜ୍ୟ ସରକାର ମଙ୍ଗଳବାର ହାଇକୋର୍ଟଙ୍କୁ ଅବଗତ କରିଥିଲେ। ଉଭୟପକ୍ଷ ଏହି ନିଷ୍ପତ୍ତିରେ ରାଜି ହେବାପରେ ଅଦାଲତ ମାମଲାର ଅନ୍ତ ଘଟାଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଗତ ରିଟ୍‌‌ ଅପିଲ୍‌‌ର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅରିନ୍ଦମ ସିହ୍ନା ଏବଂ ବିଚାରପତି ମୃଗାଙ୍କ ଶେଖର ସାହୁଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।  ଓଡ଼ିଶା ପୁଲିସର ଓଏସ୍‌‌ପି, ଅାଇଅାର, ଏସ୍‌‌ଅାଇଅାର, ସ୍ପେଶାଲ୍‌‌ ସିକ୍ୟୁରିଟି ବାଟାଲିୟନ୍‌‌ରେ ୧୩୬୦ଟି ସିପାହୀ, କନଷ୍ଟେବଳ ପଦ ପୂରଣ ପାଇଁ ଷ୍ଟେଟ୍‌‌ ସିଲେକ୍ସନ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୪ ଜାନୁଅାରୀ ପହିଲା ସୁଦ୍ଧା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ସୀମା ୧୮ ଏବଂ ସର୍ବାଧିକ ବୟସ ସୀମା ୨୩ ଧାର୍ଯ୍ୟ କରାଯାଇଥିଲା। ଅନ୍ୟପକ୍ଷରେ ୨୦୧୮ରେ ଶେଷ ଥର ପାଇଁ କନଷ୍ଟେବଳ, ସିପାହି ପଦଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। କରୋନା ପାଇଁ ଅାଉ ଏହି ପଦ ପୂରଣ ଲାଗି ବିଜ୍ଞପ୍ତି ପ୍ରକାଶ ନପାଇ ୬ବର୍ଷ ପରେ ୨୦୨୪ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୬ବର୍ଷ ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଉଥିବାରୁ ଅନେକ ପ୍ରାର୍ଥୀ ବୟସ ସୀମା କଟକଣା ପାଇଁ ଏହି ପଦଲାଗି ଅାବେଦନ କରିପାରି ନ ଥିଲେ। ଫଳରେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ୨୦୨୪ ଡିସେମ୍ବର ୫ରେ ଏହି ମାମଲାର ରାୟ ପ୍ରକାଶ କରି ଅାଶାୟୀ ପ୍ରାର୍ଥୀମାନଙ୍କୁ ବୟସ ସୀମାରେ ‘ୱାନ୍‌‌ ଟାଇମ୍‌‌’ କୋହଳ କରିବା ଲାଗି ନିର୍ଦେଶ େଦଇଥିଲେ। ଏହାକୁ ବିରୋଧ କରି ରାଜ୍ୟ ସରକାର ରିଟ୍‌‌ରେ ହାଇକୋର୍ଟକୁ ଆସିଥିଲେ। ହାଇକୋର୍ଟରେ ଶୁଣାଣି ଚାଲିଥିଲାବେଳେ ରାଜ୍ୟ ସରକାର ଏହି ପଦରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଅାରମ୍ଭ କରିଥିଲେ। ଏହାକୁ ନେଇ ପ୍ରତିପକ୍ଷ ଅାଶାୟୀ ପ୍ରାର୍ଥୀଙ୍କ ପକ୍ଷରୁ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଅଦାଲତ ଏହି ମାମଲାର ଶୁଣାଣି ଶେଷ ନହେବା ପର୍ଯ୍ୟନ୍ତ ନିଯୁକ୍ତି ପ୍ରକ୍ରିୟା ଚାଲିପାରିବ ନାହିଁ ବୋଲି ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ। ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ଅାଶାୟୀ ପ୍ରାର୍ଥୀଙ୍କ ପାଇଁ ୩ବର୍ଷ ପର୍ଯ୍ୟନ୍ତ ବୟସସୀମା କୋହଳ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ମାମଲାର ଅନ୍ତ ଘଟିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଅାଡଭୋକେଟ୍‌‌ ଜେନେରାଲ ପୀତାମ୍ବର ଅାଚାର୍ଯ୍ୟ, ପ୍ରତିପକ୍ଷଙ୍କ ପକ୍ଷରୁ ଅାଇନଜୀବୀ ରାଜୀବ ରଥ, ଅାଇନଜୀବୀ ବିପ୍ଳବ ବାହାଲୀ ପ୍ରମୁଖ ମାମଲା ପରିଚାଳନା କରୁଥିଲେ।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories