ଜୁନ ୧ରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ପାଇଁ ଆବେଦନ

ଭୁବନେଶ୍ବର: ଜୁନ ୧ରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଆବେଦନ ହେବ। www.siam.in ପୋର୍ଟାଲକୁ ଯାଇ ଆବେଦନ କରିହେବ। ଏ ନେଇ ଟ୍ବିଟ କରି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଏଣିକି ପ୍ରତ୍ୟେକ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ଏ ଲାଗିବ। ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ନିର୍ଦେଶନାମା ଜାରି କରିଛନ୍ତି। ଉଭୟ ନୂଆ ଓ ପୁରୁଣା ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ଏ ନେଇ ଗାଡ଼ି ମାଲିକଙ୍କୁ ଅନ୍ୟୁନ ୩ ମାସ ସମୟ ଦିଆଯିବ। ନିର୍ଦ୍ଧାରିତ ସମୟ ପରେ ଯେଉଁ ଗାଡ଼ିରେ ଏହି ପ୍ଲେଟ୍ ଲାଗିନଥିବ, ସେ ନେଇ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସତର୍କ କରାଯାଇଛି।
ନୂଆ ଗାଡ଼ିରେ ଏହି ରେଜିଷ୍ଟ୍ରେସନ ପ୍ଲେଟ୍ ଲାଗୁଥିବା ବେଳେ ପୁରୁଣା ଗାଡ଼ିରେ ମଧ୍ୟ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲାଗିବ। ଏହି ପ୍ଲେଟ କେବଳ ଗାଡ଼ି ନିର୍ମାଣକାରୀ ସଂସ୍ଥା ଓ ଅଥରାଇଜଡ ଡିଲର ଲଗାଇ ପାରିବେ। ସେଥିପାଇଁ ଅନଲାଇନରେ ଦେୟ ଦେବାକୁ ପଡିବ। ଯେଉଁ ଗାଡ଼ିର ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ନଥିବ କିମ୍ବା ଫିଟନେସ ସାର୍ଟିଫିକେଟ ନଥିବ, କିମ୍ବା ଟିକସ ବାକି ଥିବ, ସେମାନଙ୍କୁ ନୂଆ ନମ୍ବର ପ୍ଲେଟ୍ ମିଳିବ ନାହିଁ। ୨୦୧୯ ଏପ୍ରିଲ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡ଼ି ପାଇଁ ଟାଇମ୍ ଲାଇନ୍ ସ୍ଥିିର କରାଯାଇଛି । ଯେଉଁମାନଙ୍କର ଗାଡ଼ିର ଶେଷ ନମ୍ବର ୧ କିମ୍ବା ୨ ରହିଥିବ, ସେମାନଙ୍କ ପାଇଁ ଅଗଷ୍ଟ ୩୧ ତାରିଖ ଯାଏଁ ସମୟ ଦିଆଯାଇଛି ।

prayash

ଗାଡ଼ିର ଶେଷ ନମ୍ବର ୩ କିମ୍ବା ୪ ଥିଲେ, ସେପ୍ଟେମ୍ବର ୩୦ ମଧ୍ୟରେ ନୂଆ ନମ୍ବର ପ୍ଲେଟ ଲଗାଇବାକୁ ବାଧ୍ୟ । ଗାଡ଼ିର ଶେଷ ନମ୍ବର ୫ କିମ୍ବା ୬ ଥିଲେ, ଅକ୍ଟୋବର ୩୧ ଓ ଗାଡ଼ିର ଶେଷ ନମ୍ବର ୭ କିମ୍ବା ୮ ଥିଲେ, ନଭେମ୍ବର ୩୦ ଏବଂ ଗାଡ଼ିର ଶେଷ ନମ୍ବର ୯ କିମ୍ବା ଶୂନ ଥିଲେ, ଡିସେମ୍ବର ୩୧ ତାରିଖ ହେଉଛି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ପାଇଁ ଶେଷ ଦିନ । ଏହା ପରେ ୫ ହଜାରରୁ ୧୦ ହଜାର ପର୍ୟ୍ୟନ୍ତ ଜରିମାନା ଗଣିବାକୁ ପଡିବ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷ କହିଛନ୍ତି ।

kalyan agarbati

Comments are closed.