ଷ୍ଟାଫ ସିଲେକସନ କମିଶନ ପ୍ରଶ୍ନପତ୍ର ପ୍ରଘଟ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦେଶ

ଡେସ୍କ : ଓଡ଼ିଶା ଷ୍ଟାଫ ସିଲେକସନ କମିଶନ(ଓଏସଏସସି) ପ୍ରଶ୍ନପତ୍ର ପ୍ରଘଟ ମାଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶ ଦେଇଛନ୍ତି । ଶନିବାର କୋର୍ଟ ତାଙ୍କ ମଧ୍ୟବର୍ତ୍ତୀ କାଳୀନ ଆଦେଶରେ ଜଣେ ଡିଆଇଜି ପାହ୍ୟାର ଅଧିକାରୀ ଏହାର ତଦନ୍ତ ନେଇ ଆଦେଶ ଦେଇଛନ୍ତି । କଲକତାର ଏକ ଘରୋଇ ଫାର୍ମରେ ଏହି ସରକାରୀ ପରୀକ୍ଷାର ପ୍ରଶ୍ନପତ୍ର ମୁଦ୍ରଣ ​ନେଇ ମଧ୍ୟ ଅଦାଲତ ପ୍ରଶ୍ନ ଉଠାଇଛନ୍ତି ।

ସୂଚନାଯୋଗ୍ୟ, ଓଡ଼ିଶା ଷ୍ଟାଫ ସିଲେକସନ କମିଶନ ଦ୍ବାରା ପରିଚାଳିତ କନିଷ୍ଠ ଯନ୍ତ୍ରୀ (ସଭିଲ) ମୁଖ୍ୟ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ନେଇ ଅଭିଯୋଗ ହୋଇଥିଲା । ଜୁଲାଇ ୧୬ ତାରିଖରେ ଏହି ପରୀକ୍ଷା ହୋଇଥିଲା । ପ୍ରଶ୍ନପତ୍ର ପ୍ରଘଟ ନେଇ ବାଲେଶ୍ବର ଏସପି ସ୍ପଷ୍ଟ କରିଥିଲେ । ପରେ ଓଏସଏସସି ଜୁଲାଇ ୨୩ ତାରିଖରେ ଏହି ପରୀକ୍ଷାକୁ ବାତିଲ କରି ଦେଇଥିଲେ । ତେବେ ଜୁଲାଇ ୨୭ ତାରିଖରେ ବାଲେଶ୍ବର ପୁଲିସ ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରିଥିଲା।

Comments are closed.