www.samajalive.in
Monday, December 15, 2025
17.1 C
Bhubaneswar

ହାଇକୋର୍ଟ ନୂଆ ମୁଖ୍ୟ ବିଚାରପତିଙ୍କ ଶପଥ ଗ୍ରହଣ ଉତ୍ସବ ୧୨ରେ

କଟକ : ଓଡ଼ିଶା ହାଇକୋର୍ଟର ୩୦ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରି ଆସନ୍ତା ୧୨ତାରିଖ ଅପରାହ୍ଣ ୪ଟା ସମୟରେ ଶପଥ ଗ୍ରହଣ କରିବେ ବୋଲି ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ନୂତନ ମୁଖ୍ୟ ବିଚାରପତି ଜେଭାରୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।
୧୯୫୮, ଜାନୁୟାରୀ ମାସ ୫ତାରିଖରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ଜାଭେରୀ ବିଏସ୍‍ସି ପରେ ଏଲଏଲବି ପାଠ୍ୟକ୍ରମ ଶେଷ କରିଥିଲେ। ଏହାପରେ ଜଷ୍ଟିସ ଜେଭେରୀ ୧୯୮୩ରୁ ଗୁଜୁରାଟ ହାଇକୋର୍ଟରୁ ଓକିଲାତି ଆରମ୍ଭ କରିଥିଲେ। ଓକିଲାତି କରିବା ସମୟରେ ୧୯୮୪ରେ ଗୁଜୁରାଟ ବାର ଆସୋସିଏସନ ନିର୍ବାଚନରେ ଯୁଗ୍ମ ସଂପାଦକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୮୮ରୁ ୧୯୯୦ ପର୍ଯ୍ୟନ୍ତ ସଂପାଦକ ଭାବେ କାର୍ଯ୍ୟ ତୁଲାଇଥିଲେ। ୧୯୮୧ରୁ ୧୯୯୭ ପର୍ଯ୍ୟନ୍ତ ଖ୍ୟାତି ସଂପନ୍ନ ଭାରତ ସ୍କାଉଟ ଆଣ୍ଡ ଗାଇଡର ସଦସ୍ୟ ପଦବିରେ ରହିଥିଲେ। ଏହାପରେ ରାଜ୍ୟ କମିସନର ଭାବେ ମନୋନୀତ ହୋଇଥିଲେ। ତାଙ୍କ ଜେଜେ ବାପା କାଳୀଦାସ ଝାସକରଣ ଜାଭେରୀ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ମହାତ୍ମା ଗାନ୍ଧି, ସର୍ଦାର ଭାଇ ପଟେଲଙ୍କ ନିକଟତମ ସହଯୋଗୀ ଥିଲେ। ବାପା ସତ୍ୟେନ୍ଦ୍ର କାଳୀଦାସ ଜାଭେରୀ ଥିଲେ ଜଣେ ଆଇନଜୀବୀ। ତେବେ ଜଷ୍ଟିସ ଜାଭେରୀ ଆଇଟି କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବାବେଳେ ଗୁଜୁରାଟ ହାଇକୋର୍ଟ ଲିଗାଲ ଏଡ କମିଟିର ଅଧ୍ୟକ୍ଷ ଓ ଜୁଡିସିଆଲ ଏକାଡେମିର ସଭାପତି ଭାବେ କାର୍ଯ୍ୟ ତୁଲାଇଥିଲେ।
୨୦୦୪, ମାର୍ଚ୍ଚ ମାସ ୭ରେ ଜଷ୍ଟିସ ଜାଭେରୀଙ୍କୁ ଗୁଜୁରାଟ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ଦିଆଯାଇଥିଲା। ୨୦୦୫, ଜୁନ ମାସ ୨୨ତାରିଖରେ ସେ ସ୍ଥାୟୀ ବିଚାରପତି ଭାବେ ମାନ୍ୟତା ପାଇଥିଲେ। ୨୦୧୬, ଅଗଷ୍ଟ ମାସ ୨୪ରେ ରାଜସ୍ଥାନ ହାଇକୋର୍ଟକୁ ତାଙ୍କର ବଦଳି ହୋଇଥିଲା। ସୁପ୍ରିମକୋର୍ଟକୁ ଜଷ୍ଟିସ ବିନୀତ ଶରଣଙ୍କ ପଦୋନ୍ନତି ପରେ ଜଷ୍ଟିସ ଜାଭେରୀଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories