www.samajalive.in
Sunday, December 14, 2025
26.1 C
Bhubaneswar

ଓବିସି ଛାତ୍ରଛାତ୍ରୀଙ୍କ ନିମନ୍ତେ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତିରେ ସଂଶୋଧନ ; ଯୋଜନା ଜାରି ରହିବ

ନୂଆଦିଲ୍ଲୀ : “ଭାରତରେ ପାଠ ପଢ଼ୁଥିବା ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଛାତ୍ରଛାତ୍ରୀଙ୍କ ଲାଗି ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି’ (ପିଏମଏସ-ଓବିସି)ରେ ସଂଶୋଧନ କରିବା ଏବଂ ଏହାକୁ ଆଗକୁ ଜାରି ରଖିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ୨୦୧୭-୧୮, ୨୦୧୮-୧୯, ୨୦୧୯-୨୦ ବର୍ଷ ଲାଗି ଏହାକୁ ଜାରି ରଖାଯିବ। ଏ ସଂକ୍ରାନ୍ତ ପ୍ରସ୍ତାବକୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି (ସିସିଇଏ) ମଞ୍ଜୁରି ଦେଇଛନ୍ତି।

ବିବରଣୀ :

ଯୋଜନାକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଏବଂ ଉତ୍ତମ ଅନୁଧ୍ୟାନ ସୁନିଶ୍ଚିତ କରିବା ଲାଗି ପିଏମଏସ-ଓବିସି ଯୋଜନାରେ ସଂଶୋଧନ କରାଯାଇଛି, ଯେଉଁଥିରେ ନିମ୍ନୋକ୍ତ ପ୍ରସ୍ତାବଗୁଡ଼ିକ ସାମିଲ ରହିଛି :
୧. ମାତା-ପିତାଙ୍କ ବାର୍ଷିକ ଆୟକୁ ୧ ଲକ୍ଷ ଟଙ୍କାରୁ ବୃଦ୍ଧି କରାଯାଇ ୧.୫ ଲକ୍ଷ ଟଙ୍କା କରାଯିବ।
୨. ୩୦ ପ୍ରତିଶତ ଆବଣ୍ଟିତ ଅର୍ଥ ଛାତ୍ରଛାତ୍ରୀଙ୍କ ଲାଗି ରଖାଯିବ। ଅନ୍ୟପଟେ ୫ ପ୍ରତିଶତ ଅର୍ଥ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଲାଗି ଉଦ୍ଦିଷ୍ଟ ହେବ।
୩. ଛାତ୍ରବୃତ୍ତି ଅର୍ଥର ବିତରଣ ଆଧାର ସହ ଯୋଡ଼ି ହୋଇଥିବା ବ୍ୟାଙ୍କ ଖାତା ଜରିଆରେ କରାଯିବ।
୪. ଏହା ଏକ ଅର୍ଥରାଶି ଆଧାରିତ ଯୋଜନା ହୋଇଥିବାରୁ କେନ୍ଦ୍ରୀୟ ସହାୟତା ଜାତୀୟ ଆବଂଟନ ଅନୁସାରେ ଜାରି କରାଯିବ। ଅର୍ଥରାଶି ଜାରି କରିବା ଲାଗି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ଉପରେ ଦାୟିତ୍ୱର ଅବଧାରଣା ଲାଗୁ ହେବ ନାହିଁ। ଏହି ଯୋଜନା ପାଇଁ ଆନୁମାନିକ ବ୍ୟୟ ୩,୦୮୫ କୋଟି ଟଙ୍କା ହେବ।
ପ୍ରଭାବ :
ସଂଶୋଧିତ ଯୋଜନା
୧. ବୃହତ ସଂଖ୍ୟାରେ ସେହି ଯୋଗ୍ୟ ଏବଂ ଗରିବ ଓବିସି ଛାତ୍ରଛାତ୍ରୀଙ୍କ ଉପରେ ଲାଗୁ ହେବ ଯେଉଁମାନେ ଉଚ୍ଚତର ଗବେଷଣା ଜାରି ରଖିବା ଲାଗି ସମର୍ଥ ହେବେ।
୨. ପ୍ରଭାବୀ ଢ଼ଙ୍ଗରେ କାର୍ଯ୍ୟକାରୀତା ସୁନିଶ୍ଚିତ କରିବ, କପି ଉପରେ ଅଂକୁଶ ଲାଗିବ ଏବଂ ଉତ୍ତମ ନିରୀକ୍ଷଣ ସୁନିଶ୍ଚିତ କରିବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories