www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରଥମ ଥର ୩୮,୦୦୦ ପଏଣ୍ଟ ପାର କଲା ସେନସେକ୍ସ

ନୂଆଦିଲ୍ଲୀ : ଭାରତୀୟ ସେୟାର ବଜାର ଗୁରୁବାର କାରବାରରେ ନୂଆ ରେକର୍ଡ ସୃଷ୍ଟି କରିଛି। ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଚ (ବିଏସ୍‍ଇ) ସେନସେକ୍ସ ପ୍ରଥମ ଥର ୩୮,୦୦୦ ପଏଣ୍ଟ ପାର କରିଛି। ଗୁରୁବାର ସେନସେକ୍ସ ୧୩୭ ପଏଣ୍ଟ ବୃଦ୍ଧି ସହ ସର୍ବକାଳୀନ ରେକର୍ଡସ୍ତର ୩୮,୦୨୪.୩୭ ପଏଣ୍ଟରେ ବନ୍ଦ ହୋଇଛି। ୩୦ ସେୟାର ବିଶିଷ୍ଟ ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଚ (ବିଏସ୍‍ଇ)ର ୧୭ ସେୟାର ଭଲ କାରବାର କରିଛନ୍ତି। ଗୁରୁବାର ସକାଳେ ସେନସେକ୍ସ ୧୧,୪୯୩.୨୫ ପଏଣ୍ଟରୁ କାରବାର ଆରମ୍ଭ ହୋଇଥିଲା ଓ ସର୍ବୋଚ୍ଚସ୍ତର ୩୮,୦୨୪.୩୭ ପଏଣ୍ଟରେ ବନ୍ଦ ହୋଇଥିଲା। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍‍ ବ୍ୟାଙ୍କ, ବେଦାନ୍ତ ଲିମିଟେଡ, ଏସ୍‍ବିଆଇଏନ୍‍, ଏବଂ ପାୱରଗ୍ରିଡ଼ ସେୟାର ବଜାର କାରବାର ସକରାତ୍ମକ ରହିଥିଲା। ଏହାସହ ସେନସେକ୍ସ ନୂଆ ରେକର୍ଡ ସୃଷ୍ଟି କରିଛି।
ସେହିପରି ଜାତୀୟ ରାଜଧାନୀ ଦିଲ୍ଲୀରେ ନ୍ୟାସନାଲ ଷ୍ଟକ୍‍ ଏକ୍ସଚେଞ୍ଚ (ନିଫ୍ଟି) ୪୩.୨୫ ପଏଣ୍ଟ ବୃଦ୍ଧି ପାଇ ସର୍ବୋଚ୍ଚସ୍ତର ୧୧,୪୭୦.୭୦ ପଏଣ୍ଟରେ ବନ୍ଦ ହୋଇଛି। ଉପଭୋକ୍ତା ସାମଗ୍ରୀ, ଧାତୁ ଏବଂ ଯାନବାହାନ କମ୍ପାନୀ ସେୟାର କାରବାରରେ ବୃଦ୍ଧି ଯୋଗୁଁ ୫୦ ସେୟାର ବିଶିଷ୍ଟ ନିଫ୍ଟି କାରବାର ଭଲ ରହିଥିଲା।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories