www.samajalive.in
Monday, December 15, 2025
26.1 C
Bhubaneswar

ରାଷ୍ଟ୍ରପତିଙ୍କ ଆଟ-ହୋମ କାର୍ଯ୍ୟକ୍ରମରେ ତିନି ଓଡ଼ିଆ ସଂଗ୍ରାମୀ

ନୂଆଦିଲ୍ଲୀ : ଭାରତଛାଡ଼ ଆନ୍ଦୋଳନକୁ ମନେପକାଇବା ଉଦେଶ୍ୟରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଆଟ-ହୋମ କାର୍ଯ୍ୟକ୍ରମରେ ଓଡ଼ିଶାର ତିନି ଜଣ ସ୍ୱାଧୀନତା ସଂଗ୍ରାମୀ ଯୋଗଦେଇଛନ୍ତି। ଭଦ୍ରକର ରାମହରି ଗୋସ୍ୱାମୀ, ନୟାଗଡ଼ର ଇଶ୍ୱର ବିଷୋୟୀ ଓ ସମ୍ବଲପୁରର ଦେବାନନ୍ଦ ଗୁପ୍ତା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆମନ୍ତ୍ରଣ କ୍ରମେ ଗୁରୁବାର ଆଟ-ହୋମ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ସ୍ୱାଧୀନତା ସଂଗ୍ରାମୀଙ୍କ ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିଲେ। ଭଦ୍ରକ ଜିଲା ଧୁଷୁରୀ ଅଞ୍ଚଳର ସୂର୍ଯ୍ୟପୁର ଗ୍ରାମର ୯୦ ବୟସ୍କ ସ୍ୱାଧୀନତା ସଂଗ୍ରାମୀ ରାମହରି ଗୋସ୍ୱାମୀ ୧୯୪୨ରେ ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ। ଭଣ୍ଡାରୀପୋଖରୀ ଥାନା ପୋଡାଜଳା ଘଟଣାରେ ସଂପୃକ୍ତି ନେଇ ଗିରଫ ଶ୍ରୀ ଗୋସ୍ୱାମୀ ବାଲେଶ୍ୱର ଜେଲରେ ସାତ ମାସ ରହିଥିଲେ। ନୟାଗଡ଼ ଜିଲା ରଣପୁର ମାଝୀଖଣ୍ଡ ଗ୍ରାମର ୮୯ ବର୍ଷୀୟ ଇଶ୍ୱର ବିଷୋୟୀ ଇଣ୍ଡିଆନ ନ୍ୟାସନାଲ ଆର୍ମିରେ ସାମିଲ ହୋଇ ରେଙ୍ଗୁନ କେନ୍ଦ୍ରୀୟ ଜେଲରେ ୨୬ ମଇ ୧୯୪୫ରୁ ୨୭ ଅପ୍ରେଲ ୧୯୪୬ ବନ୍ଦୀ ଜୀବନ ବିତାଇଥିଲେ। ଅବିଭକ୍ତ ସମ୍ବଲପୁର ଜିଲା ରାମିଲା ଥାନା ଅନ୍ତର୍ଗତ ଫଟାପାଲ୍ଲୀ ଗ୍ରାମର ଦେବାନନ୍ଦ ଗୁପ୍ତା ଏକ ମନ୍ଦିରରେ ଆୟୋଜିତ ଜନସଭାରେ ଉପସ୍ଥିତ ଜନତାଙ୍କୁ ଭାରତଛାଡ଼ ଆନ୍ଦୋଳନର ମହତ୍ୱ ବୁଝାଉଥିବା ବେଳେ ବ୍ରିଟିଶ ପୋଲିସ ଦ୍ୱାରା ୨୫ ଅଗଷ୍ଟ ୧୯୪୨ରେ ଗିରଫ ହୋଇ ଜେଲ ଯାଇଥିଲେ। ପ୍ରାୟ ୧୧ମାସ ଜେଲ ଭୋଗିବା ପରେ ଶ୍ରୀ ଗୁପ୍ତା ମୁକୁଳି ଥିଲେ। ଦିଲ୍ଲୀରେ ରହଣି ଏବଂ ରାଷ୍ଟ୍ରପତି ଭବନକୁ ଯିବା ପାଇଁ ରାଜ୍ୟ ସରକାରଙ୍କ ପ୍ରମୁଖ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories