ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ : ହାଇକୋର୍ଟରେ ମାମଲା
କଟକ: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ହାଇକୋର୍ଟରେ ପିଟିସନ୍ ଦାଖଲ ହୋଇଛି। ପିଟିସନ ଦାଖଲ କରିଛନ୍ତି ବିଜେପି ଉପ ସଭାପତି ସମୀର ମହାନ୍ତି। ପିଟିସନ୍ରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଛି। ମୁଖ୍ୟମନ୍ତ୍ରୀ, ଗୃହ ସଚିବ, ଡିଜିପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲାପାଳଙ୍କୁ ପକ୍ଷଭୁକ୍ତ କରିବାକୁ ନିବେଦନ କରାଯାଇଛି।