ପାଟଣା : ଦୀର୍ଘଦିନ ଧରି ପାଟଣା ବନାଞ୍ଚଳ ରେ ଉପଦ୍ରବ ଚଳାଇଥିବା ୨୯ ଟିକିଆ ହାତୀ ପଲ ୨ଦିନ ପାଇଁ ସଦର ବନାଞ୍ଚଳ ମୁହାଁ ହୋଇଥିବା ବେଳେ ଗତକାଲି ପାଟଣା ବନାଞ୍ଚଳ କୁ ଫେରିଛନ୍ତି। ଏହି ହାତୀ ପଲ ଗତରାତି ସରଧାପୁର ଗ୍ରାମ ବଡ଼ ସାହିର ନରେନ୍ଦ୍ର ମୁଣ୍ଡା ଙ୍କ ଖପର ଘର ଭାଙ୍ଗି ଖିନ ଭିନ କରିଛନ୍ତି। ସେହିପରି ବଡ଼ଘାଟ ସାହିର ତାଗ ମୁଣ୍ଡାଙ୍କ ଇଟା ଯୋଡେଇ ଟାଇଲି ଘରକୁ ହାତୀପଲ ଭାଙ୍ଗିବା ସହ ଘରେ ଥିବା ଧାନ ଚାଉଳ ଖାଇ ଯାଇଛନ୍ତି।
ଅନ୍ୟ ପକ୍ଷରେ ସେହି ସାହିର କୀର୍ତ୍ତନ ବିହାରୀ ନାଏକଙ୍କ ଘର ମଧ୍ୟ ହାତୀପଲ ଭାଙ୍ଗି ଧାନ ଚାଉଳ ଖାଇଯାଇଛନ୍ତି । ଏହି ହାତୀପଲ ଆଜି ସରଧାପୁର – ଶ୍ୟାମସୁନ୍ଦରପୁର ମଧ୍ୟରେ ଥିବାବେଳେ ସନ୍ଧ୍ୟାରେ ଜଡ଼ିଚାତର ଓ ଚାକୁଣ୍ଡାପାଳ ମୁହାଁ ହୋଇଥିବା ଦେଖାଯାଇଛି। ବନ ବିଭାଗ ହାତୀପଲ ଙ୍କ ଉପରେ ନଜର ରଖିଥିବା ବନାଞ୍ଚଳ ଅଧିକାରୀ ବନ ବିହାରୀ ସର୍ଦାର ସୂଚନା ଦେଇଛନ୍ତି।



