ଶ୍ରୀନଗରରେ ଆତଙ୍କୀ ଆକ୍ରମଣ, ୬ ଆହତ
ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ଶ୍ରୀନଗରରେ ରବିବାର ବଜାର ନିକଟରେ ଗ୍ରେନେଡ୍ ବିସ୍ଫୋରଣରେ ୬ ଜଣ ଆହତ ହୋଇଛନ୍ତି । ଗ୍ରେନେଡ୍ ବିସ୍ଫୋରଣରେ ଆହତ ହୋଇଥିବା ସମସ୍ତଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି । ଏହି ବିସ୍ଫୋରଣ ପର୍ଯ୍ୟଟନ ସ୍ବାଗତ କେନ୍ଦ୍ର ଟିଆରସି ବାହାରେ ହୋଇଛି । ରବିବାର ବଜାରରେ ଭିଡ ଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା । ସୂଚନାଯୋଗ୍ୟ ଗତ ଶୁକ୍ରବାର ଆତଙ୍କୀ ୨ ଶ୍ରମିକଙ୍କୁ ଗୁଳି ମାରିଦେଇଥିଲେ । ଉଭୟଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଛି ।
Comments are closed.