www.samajalive.in
Monday, December 15, 2025
15.1 C
Bhubaneswar

ସ୍ପୋଟିଂ କ୍ଲବରେ ରକ୍ତ ଦାନ ଶିବିର, ୭୩ ୟୁନିଟ ସଂଗ୍ରହ

ସମ୍ବଲପୁର: ସ୍ଥାନୀୟ ଗୋବିନ୍ଦତୋଲା ଠାରେ ରବିବାର ପୁର୍ବାହ୍ନରେ ସ୍ପୋଟିଂ ୟୁନିୟନ କ୍ଲବ, ଗୋବିନ୍ଦତୋଲା ଓ ଲାୟନ୍ସ କ୍ଲବ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଉଭୟ କ୍ଲବର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ। ସ୍ଥାନୀୟ ବିଧାୟକ ଜୟନାରାୟଣ ମିଶ୍ର ଏହି ଶିବିରକୁ ଉଦଘାଟନ କରିଥିଲେ। ଶିବିରରେ ଧନୁପାଲି ଅଞ୍ଚଳଖରେ ରହିଥିବା ବିଭିନ୍ନ ବ୍ୟାଙ୍କ ଯଥା ଏସବିଆଇ, ଆଇସିଆଇସିଆ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଆଦିର କର୍ମଚାରୀ ମାନେ ରକ୍ତଦାନରେ ସହଯୋଗ କରିଥିଲେ।

ଶିବରକୁ ବୁର୍ଲା ରକ୍ତ ଭଣ୍ଡାରର ଅଧିକାରୀ ଓ କର୍ମଚାରୀ ମାନେ ପରିଚାଳନା କରିଥିବା ବେଳେ ସମୁଦାୟ ୭୩ ୟୁନିଟ ରକ୍ତ ସଂଗ୍ରହ କରାଯାଇ ରକ୍ତ ଭଣ୍ଡାରକୁ ଦାନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସ୍ପୋଟିଂ ୟୁନିୟନ କ୍ଲବର ସଭାପତି ବିକାଶ କେଶର ମିଶ୍ର, ଉପ ସଭାପତି ଭାଗୀରଥି ସିଂଦେଓ, ସମ୍ପାଦକ ସଞ୍ଜୀବ କୁମାର ନାୟକ, ପ୍ରଦୀପ ପାଢ଼ୀ, ଲାୟନ୍ସ କ୍ଲବର ଚେୟାରମେନ ସିଦେ୍ଧଶ ଅଗ୍ରୱାଲ, ସଭାପତି ନାରାୟଣ ଅଗ୍ରୱାଲଙ୍କ ସମେତ ଉଭୟ କ୍ଲବର ସଦସ୍ୟ ମାନେ ସାମିଲ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories