www.samajalive.in
Tuesday, December 9, 2025
26.1 C
Bhubaneswar

ମନ ପ୍ରଫୁଲ୍ଲ ରଖିବା ପାଇଁ ହର୍ବାଲ୍ ଚା

ଉତ୍ତରାଖଣ୍ଡର ଜଡ଼ି-ବୁଟି ଗବେଷଣା ଓ ବିକାଶ ସଂସ୍ଥା ଦେଢ଼ ବର୍ଷର ଅଦମ୍ୟ ଚେଷ୍ଟା ପରେ ବିଭିନ୍ନ ପ୍ରକାର ସୁସ୍ବାଦୁ ଚା’ ପ୍ରସ୍ତୁତ କରିଛନ୍ତି। ବିଶେଷଜ୍ଞଙ୍କ ମତରେ ଏଇ ଚା’ ନିୟମିତ ପିଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହେବ। ସକାଳ, ସନ୍ଧ୍ୟା ଓ ରାତ୍ରିବେଳା ପାଇଁ ୬ ପ୍ରକାରର ଚା’ ତିଆରି କରାଯାଇଥିବାବେଳେ ୧,୫୦୦ରୁ ଅଧିକ ଲୋକଙ୍କ ଉପରେ ଏହାର ପରୀକ୍ଷା ଶେଷ ହୋଇଛି। ଏହି ସଂସ୍ଥାର ନିର୍ଦେଶକ ଡାକ୍ତର ସିଏସ୍ ସନୱାଲ୍‌ଙ୍କ କହିବାନୁସାରେ, ଉଚ୍ଚ ହିମାଳୟ କ୍ଷେତ୍ରରୁ ବିଭିନ୍ନ ଔଷଧୀୟ ଜଡ଼ିବୁଟି ସଂଗ୍ରହ କରାଯାଇ ସେଥିରୁ ହିଁ ହର୍ବାଲ୍ ଚା’ ପ୍ରସ୍ତୁତ କରାଯାଇଛି। ୬ ପ୍ରକାରର ଚା’ ମଧ୍ୟରୁ ୩ ପ୍ରକାରର ଚା’ ମନୁଷ୍ୟର ମିଜାଜ୍ ପରିବର୍ତ୍ତନ ପାଇଁ ଓ ଅନ୍ୟ ୩ଟି ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ବିଶେଷଜ୍ଞ ପ୍ରସ୍ତୁତି କରିଛନ୍ତି। ଚା’ ଉପରେ ହୋଇଥିବା ଗବେଷଣାରୁ ପ୍ରମାଣିତ ହୋଇଛି, ଏହି ଚା’ ପିଇଲେ ମନ ପ୍ରଫୁଲ୍ଲ ରହିବା ସହ ଶରୀରର ଓଜନକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିଥିଲା। ଭିଟାମିନ୍, ମିନେରାଲ୍ସ, କାର୍ବୋହାଇଡ୍ରେଟ୍, କ୍ୟାଲସିୟମ୍, ପ୍ରୋଟିନ୍, ଆଣ୍ଟି-ଅକ୍ସିଡାଣ୍ଟ ଆଦି ତତ୍ତ୍ବ ଏଥିରେ ଭରପୂର ରହିଥିବାବେଳେ ଖୁବ୍ ଶୀଘ୍ର ଭାରତର ମହାନଗରୀଗୁଡ଼ିକରେ ଏହାର ବିକ୍ରି ଆରମ୍ଭ ହେବ।
ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ରହିଥିବା

୩ ପ୍ରକାରର ଚା’ର ନାମ:
ସୁପର୍ କିଙ୍ଗ୍ସ ହର୍ବାଲ୍ ଚା: ରୋଗପ୍ରତିରୋଧକ ଶକ୍ତିି ବୃଦ୍ଧିରେ ଏହା ସହାୟକ।
ସ୍ଲିମ୍ ଟ୍ରିମ୍ କୁଇନ୍ସ ହର୍ବାଲ୍ ଚା: ଓଜନକୁ ନିୟନ୍ତ୍ରଣ କରିବାରେ ଏହି ଚା’ର ବିଶେଷ ଭୂମିକା ରହିଛି।
ଆଣ୍ଟିଏଜିଙ୍ଗ୍ ସବିକୋଥ୍ରନ୍ ଚା: ଶରୀରରୁ ବିଷ ତତ୍ତ୍ବ ବାହାର କରିବାରେ ଏହି ଚା’ କାମ କରିବ ବୋଲି ବିଶେଷଜ୍ଞଙ୍କ ମତ।
ମନ ପ୍ରଫୁଲ୍ଲ ରହିବା ନିମନ୍ତେ ଅନ୍ୟ ୩ ଚା’ ମର୍ନିଙ୍ଗ୍ ହର୍ବାଲ୍ ଚା’, ଇଭିନିଙ୍ଗ୍ ହର୍ବାଲ୍ ଚା’ ଓ ନାଇଟ୍ ବେଡ୍ ଚା’ କାମ କରିବ ବୋଲି ଅନୁଧ୍ୟାନରୁ ପ୍ରମାଣିତ ହୋଇଛି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories